ଥରିଲା ଫିଲିପାଇନ୍ସ
ମାନିଲା, ୧।୨: ଦକ୍ଷିଣ ଫିଲିପାଇନ୍ସରେ ବୁଧବାର ଭୂକମ୍ପ ଝଟ୍କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ନ୍ୟୁ ବଟାନ ସହରର ଉତ୍ତର-ପୂର୍ବଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଛି।
ସ୍କୁଲରେ ବିସ୍ଫୋରଣ: ୩ ଛାତ୍ର ଗୁରୁତର
ଫୁଲବାଣୀ ଅଫିସ,୧ା୨: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତରେ ଥିବା ଏକ ସ୍କୁଲରେ ବୁଧବାର ଅଘଟଣ ଘଟିଛି। ଜଣେ ଛାତ୍ର ଆଣିଥିବା ବିସ୍ଫୋରକ ବିସ୍ଫୋରଣ ହେବାରୁ ୩ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ…
ଅନ୍ତିମ ଟି୨୦: ଟସ୍ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି
ଅହମ୍ମଦାବାଦ,୧।୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟି୨୦ ମୁକାବିଲା ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପୂର୍ବରୁ ସିରିଜର ଦୁଇଟି ମୁକାବିଲାରୁ ଉଭୟ ଦଳ ଗୋଟିଏ ଲେଖାଏ ଜିତିଥିବାରୁ ଏହି ମ୍ୟାଚ୍…
୫୦ ବର୍ଷ ପରେ ଏକାଠି ହେବେ ଧର୍ମେନ୍ଦ୍ର-ମୁମତାଜ୍
ବମ୍ବେ: ଦୀର୍ଘ ୫୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛନ୍ତି ଧର୍ମେନ୍ଦ୍ର-ମୁମତାଜ୍। ଟେଲି ପରଦାର ଲୋକପ୍ରିୟ ଶୋ’ ‘ଇଣ୍ଡିଆନ ଆଇଡଲ ୧୩’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏମିତି କରି ଦୁଇ ଦୁଇଟି ଇତିହାସ ରଚିବ ଶୋ। ତେବେ…
ଭାରତର ଭବିଷ୍ୟତ ଗଠନ ପାଇଁ ବଜେଟ୍ରେ କୌଣସି ରୋଡମ୍ୟାପ୍ ନାହିଁ: ରାହୁଲ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ବଜେଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ବଜେଟକୁ ‘ମିତ୍ର କାଳ’(ବନ୍ଧୁତ୍ୱପୂର୍ଣ୍ଣ ବଜେଟ)ର ବଜେଟ ବୋଲି କହିଛନ୍ତି। ରାହୁଲ…
୨୦୨୩ ବଜେଟରେ ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା
ନୂଆଦିଲ୍ଲୀ,୧।୨: ନରେନ୍ଦ୍ର ମୋଦି ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଶେଷ ବଜେଟରେ ପୁଣିଥରେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଗତ ବର୍ଷ ଏହା ୫.୨୫ ଲକ୍ଷ କୋଟି ଥିବା ବେଳେ ୨୦୨୩ରେ ୫.୯୪ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ…
ଚର୍ଚ୍ଚାରେ ରାହୁଲ-ଆଥିଆଙ୍କ ଲାଟେଷ୍ଟ୍ ଫଟୋଶୁଟ୍
ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିକଟରେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଛନ୍ତି। ଆଜିକାଲି ଏହି ଦମ୍ପତି ପରସ୍ପର ସହ ସମୟ ବିତାଉଛନ୍ତି। ଉଭୟ ପ୍ରଥମଥର ଭୋଗ୍ୟୁ ପତ୍ରିକା ପାଇଁ ଫଟୋଶୁଟ କରିଛନ୍ତି। ରାହୁଲ ଏବଂ ଆଥିଆ ବିବାହ ପୂର୍ବରୁ ଭୋଗ୍ୟୁ…
ଭାରତୀୟ ବାୟୁସେନା ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶଲ ଏ. ପି. ସିଂ
ନୂଆଦିଲ୍ଲୀ,୧।୨: ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏ.ପି. ସିଂଙ୍କୁ ନିଯୁକ୍ତ କରାଯାଇଛି। ସେ ଏୟାର ମାର୍ଶଲ ସନ୍ଦୀପ ସିଂଙ୍କ ସ୍ଥାନ ନେଇଛନ୍ତି। ଜାନୁୟାରୀ ୩୧ରେ ସନ୍ଦୀପ ଅବସର ନେଇଥିଲେ। ବାୟୁସେନା ଉପାଧ୍ୟକ୍ଷ ହେବା ପୂର୍ବରୁ ଏୟାର ମାର୍ଶଲ…
କ୍ରୀଡ଼ା ପାଇଁ ପ୍ରବଳ ଟଙ୍କା ଅଜାଡି ଦେଲେ ମୋଦି ସରକାର
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବୁଧବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କ୍ରୀଡା ବଜେଟରେ ଏଥର ମଧ୍ୟ ଏକ ବମ୍ପର ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ୩୩୯୭.୩୨ କୋଟି ଟଙ୍କା ବଜେଟ ଉପସ୍ଥାପନ…
ବଳାତ୍କାର ପୀଡ଼ିତାଙ୍କୁ ପୋଲିସ ଭ୍ୟାନ୍ରେ ଅପେକ୍ଷା କରିବା ଘଟଣା: ରିପୋର୍ଟ ମାଗିଲେ ସିଡିଏମ୍ଓ
କେନ୍ଦୁଝର,୧ା୨(ସ୍ବ.ପ୍ର.): ସୋସୋ ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣ ବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପୋଲିସ ଭ୍ୟାନ୍ରେ ୧୨ ଘଣ୍ଟା ଅପେକ୍ଷା କରିବା ନେଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର କୁମାର…
ଫେବୃଆରୀ ୬ରେ ଏମ୍ସିଡି ନିର୍ବାଚନ
ନୂଆଦିଲ୍ଲୀ,୧।୨: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ମେୟର ନିର୍ବାଚନ ପାଇଁ ବୁଧବାର ନୂଆ ତାରିଖ ଘୋଷଣା ହୋଇଛି। ଫେବୃଆରୀ ୬ରେ ଏମସିଡି ମେୟର, ଡେପୁଟି ମେୟର ଏବଂ ୬ଟି ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ହେବ। ମେୟର ନିର୍ବାଚନ ପାଇଁ ଦିଲ୍ଲୀର ଏଲଜି…
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିପାରନ୍ତି ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି
ଓ୍ବାଶିଂଟନ୍,୧।୨: ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସେ ଫେବୃଆରୀରେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିପାରନ୍ତି। ୨୦୨୪ରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।…
Archives


