୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଚାଇନା: ଆମେରିକା…

ବେଜିଂ/ତାଇପେ/ଓ୍ବାଶିଂଟନ,୧।୩ : ଆମେରିକାର ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସ କହିଛନ୍ତି ଯେ ଚାଇନ ରାଷ୍ଟ୍ରପତି ଶି ଜିନପିଙ୍ଗ ୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ରହିବାକୁ ଚାଇନା ସୈନିକଙ୍କୁ କହିଛନ୍ତି। ତେବେ ଏହାର ଅର୍ଥ ନୁହେଁ ଯେ ଚାଇନା ୨୦୨୭ କିମ୍ବା ଅନ୍ୟ କୌଣସି ବର୍ଷରେ ତାଇୱାନ ଉପରେ ସାମରିକ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ ୟୁକ୍ରେନରେ ରୁଷିଆର ସ୍ଥିତିକୁ ଦୃଷ୍ଟିରେ ରଖି ସେ ତାଇୱାନ ଉପରେ ଆକ୍ରମଣକୁ ସମ୍ପୂର୍ଣ୍ଣ କରିପାରିବେ କି ନାହିଁ ଚାଇନା ରାଷ୍ଟ୍ରପତି ସନ୍ଦେହ କରୁଛନ୍ତି।

ଏକ ଟେଲିଭିଜନ ସାକ୍ଷାତକାରରେ ସେ କହିଛନ୍ତି ତାଇୱାନକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଚାଇନା ଯୋଜନାକୁ ଗୁରୁତ୍ୱ ପ୍ରଦାନ କରି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛି। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହା ପ୍ରତ୍ୟକ୍ଷ ସାମରିକ ବିବାଦ ପାଇଁ ଉଦ୍ଦିଷ୍ଟ ନୁହେଁ।

ରୁଷିଆ ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିବା ଭୁଲ ହୋଇଥିବା ଚର୍ଚ୍ଚା ହେଉଛି। ଅନେକ ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ନିଜେ ଜାଣି ନ ଥିଲେ ଯେ ଏହି ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ରୁଷିଆକୁ ବହୁ କ୍ଷତି ସହିବାକୁ ପଡିବ। ଏହି ଯୁଦ୍ଧ ଚାଇନାକୁ ତାଇୱାନ ପ୍ରସଙ୍ଗରେ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ କରିଛି। ୟୁକ୍ରେନରେ ରୁଷିଆର ଅଭିଜ୍ଞତା ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ତାଙ୍କର ସାମରିକ ନେତୃତ୍ୱ ତାଇୱାନ ଉପରେ ଆକ୍ରମଣ କରିବାର କ୍ଷମତା ଉପରେ ସନ୍ଦେହ କରୁଛନ୍ତି। ତାଇଓ୍ବାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପଛଘୁଞ୍ଚା ଦେଉଥିବା ବର୍ନସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ୍‌ଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି କେତେଜଣ ଭାରତୀୟ ମୂଳ ବାସିନ୍ଦା

ୱାଶିଂଟନ,୧୯ ।୧୧: ଆମେରିକାରେ ଏବେ ନୂଆ ରାଷ୍ଟ୍ରପତିଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ଭାବେ କମଲା...

‘ଧର୍ମ ଚାଇନା ସମାଜ ପରି ହେବା ଉଚିତ୍‌’

ବେଜିଂ,୧୭ା୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଅଧିକାରୀମାନଙ୍କୁ ଏକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଚାଇନାରେ ଇସଲାମ ଚାଇନା ସମାଜ ସହ ଅନୁରୂପ ହେବା ଉଚିତ।...

ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨-ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗର ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ହାପି ଡେଜ୍‌’ ଏବଂ ‘ଦି...

ୟେମେନ୍‌ରେ ଅଲ୍‌-କାଏଦା ଆକ୍ରମଣ: ୧୯ ସୈନିକ ମୃତ

ସାନା,୩।୮: ୟେମେନ୍‌ରେ ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ୧୯ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ କିଛି ସୈନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ...

ବିତର୍କରେ ଭାଗ ନିଅନ୍ତୁ ପରାଗ

ଓ୍ବାଶିଂଟନ୍‌, ୮ା୮: ଟେସ୍‌ଲା ମାଲିକ ଏଲନ୍‌ ମସ୍କ ୪୪ ବିଲିୟନ ଡଲାର ଟୁଇଟର ଚୁକ୍ତିରୁ ଓହରିବା ପରେ ଏହି ସୋସିଆଲ ମିଡିଆ ଜାଏଣ୍ଟର ସିଇଓ ପରାଗ...

କାବୁଲ ବିମାନବନ୍ଦରରେ ଭୟଙ୍କର ପରିସ୍ଥିତି

କାବୁଲ,୧୬।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ କୌଣସି ଜିନିଷ ନ ନେଇ ଦେଶ ଛାଡି ପଳାଉଛନ୍ତି। ଅନ୍ୟପକ୍ଷରେ...

ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ସ୍ତ୍ରୀ ଛାଡ଼ପତ୍ର ପାଇଁ କୋର୍ଟର ହେଲେ ଦ୍ୱାରସ୍ଥ

ଆବୁଧାବି, ୨୫।୮: ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ରହିବା ସ୍ବାଭାବିକ କଥା। ତେବେ ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ଜଣେ ମହିଳା ଛାଡ଼ପତ୍ର...

ଝିଅମାନେ ପିଲାଦିନେ ସକ୍ରିୟ ରହିଲେ ଯୁବାବସ୍ଥାରେ ଫୁସଫୁସ ସୁସ୍ଥ ରହେ

ମାଦ୍ରିଦ: ପିଲାବେଳେ ଝିଅମାନେ ସକ୍ରିୟ ରହିଲେ ଯୁବାବସ୍ଥାରେ ପୁଅମାନଙ୍କ ତୁଳନାରେ ସେମାନଙ୍କ ଫୁସଫୁସ ସୁସ୍ଥ ରହେ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏ ସମ୍ବନ୍ଧିତ...

Advertisement
Archives

Model This Week