ବିଦ୍ୟାଳୟରେ ୫ ଶିକ୍ଷକ ପଦବୀ ଖାଲି
ସାଲେପୁର,୧୦।୨(ଡି.ଏନ୍.ଏ.): ସରକାର ଶିକ୍ଷା ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ବିଦ୍ୟାଳୟଗୁଡ଼ିକୁ ଅନେକ ଉପକରଣ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ମାତ୍ର ଶିକ୍ଷକ ପଦବୀ ପୂରଣ ଉପରେ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଶିକ୍ଷକ ଅଭାବ…
ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ମନ୍ଥରତା
ନିମାପଡ଼ା,୧୦।୨(ଡି.ଏନ୍.ଏ.): ନିମାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରାୟ ୫୧ କୋଟି ବ୍ୟୟ ଅଟକଳରେ ନିମାପଡ଼ା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ୫୧ଟି ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ନୂତନ…
ନୀରବ ମୋଦିଙ୍କ କମ୍ପାନୀ ଆକାଉଣ୍ଟରୁ ଉଠାଯାଇପାରିବନି ଟଙ୍କା: କୋର୍ଟକୁ ସୂଚନା ଦେଲା ବ୍ୟାଙ୍କ
ଲଣ୍ଡନ/ନୂଆଦିଲ୍ଲୀ,୧୦।୧: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର ଇଣ୍ଟରନ୍ୟାଶନାଲ ଲିମିଟେଡର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇପାରିବ ନାହିଁ। ଦୁଇଟି ବ୍ୟାଙ୍କ ସ୍ବତନ୍ତ୍ର ପିଏମ୍ଏଲଏ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) କୋର୍ଟକୁ ଏହି ସୂଚନା ଦେଇଛନ୍ତି। ଲିକ୍ୱିଡେଟରଙ୍କ ଆଫିଡେଭିଟ…
ଜବରଦଖଲକାରୀଙ୍କ କବ୍ଜାରେ ମନ୍ଦିର ସମ୍ମୁଖ ଜାଗା
କୋଣାର୍କ,୧୦।୨(ଡି.ଏନ୍.ଏ.): ଅର୍କକ୍ଷେତ୍ର କୋଣାର୍କସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖ ଏବେ ଜବରଦଖଲକାରୀଙ୍କ କବ୍ଜାରେ ଥିବାରୁ ସେଠାରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଗନ୍ନାଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଏଥିସହ ଜଗନ୍ନାଥ…
ଖୋଲା ଡ୍ରେନ୍ରେ ମଳ ଛାଡୁଛନ୍ତି ଘରୋଇ ଅନୁଷ୍ଠାନ
ଭୁବନେଶ୍ୱର,୧୦।୨ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରକୁ ସ୍ବଚ୍ଛ ସହରରେ ପରିଣତ କରିବା ପାଇଁ ଭୁବନେଶ୍ବରକୁ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ବାହ୍ୟମଳ ମୁକ୍ତ ସହର ତଥା ଓଡିଏଫ୍++ ମାନ୍ୟତା ମିଳିଛି। କିନ୍ତୁ ବାସ୍ତବ ଚିତ୍ର ସାଧାରଣରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ମଞ୍ଚେଶ୍ବର…
ଏସ୍ଏସ୍ଏଲ୍ଭି-ଡି୨ ଉତ୍କ୍ଷେପଣ
ଶ୍ରୀହରିକୋଟା,୧୦।୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ନୂତନ ରକେଟ ଏସ୍ଏସ୍ଏଲ୍ଭି-ଡି୨ (କ୍ଷୁଦ୍ର ସାଟେଲାଇଟ ଲଞ୍ଚ ଯାନ)କୁ ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। ଏସ୍ଏସ୍ଏଲ୍ଭି-ଡି୨ ତିନୋଟି ଉପଗ୍ରହ ସହିତ ମହାକାଶକୁ…
ଜିଆର୍ଏସ୍, କନିଷ୍ଠଯନ୍ତ୍ରୀଙ୍କୁ ୧ ହଜାର ଲେଖାଏ ଜରିମାନା
ଖୋର୍ଦ୍ଧା ଅଫିସ,୧୦ା୨: ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ସିଉଳା ମୌଜାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନ୍ଆର୍ଇଜିଏସ୍) ରେ ଚାଲିଥିବା ପ୍ରକଳ୍ପରେ ଅନିୟମିତତା, ଜବକାର୍ଡଧାରୀଙ୍କ ପରିବର୍ତ୍ତେ ମେଶିିନ କାମ କରୁଥିବା ଏବଂ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା…
ଦୟାନଦୀ ଡାହାଣ ପାର୍ଶ୍ୱ ନଦୀବନ୍ଧ ଭୁଶୁଡ଼ିଲା
କଣାସ,୧୦।୨(ସ୍ବ.ପ୍ର.): କଣାସ ବ୍ଲକରେ ପ୍ରବାହିତ ହେଉଥିବା ମୁଖ୍ୟନଦୀ ଦୟାନଦୀର ବାମ ପାର୍ଶ୍ୱ ନଦୀବନ୍ଧ ବସନ୍ତପୁର ନିକଟରେ ୧୦୦ ମିଟରରୁ ଊର୍ଦ୍ଧ୍ୱ ଗତ ୩୦ ତାରିଖରେ ନଦୀ ଗର୍ଭକୁ ଭୁଶୁଡି ପଡ଼ିଥିଲା। ବୁଧବାର ଦୟାନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ ପ୍ରାୟ ୧୫୦ ଫୁଟରୁ…
ଆଜି ରେଡିଓରେ ଶୁଭିବ ସିଏମ୍ସି ‘ସଂକଳ୍ପ’
କଟକ ଅଫିସ,୧୦ା୨: କଟକ ମହାନଗର ନିଗମ (ସିଏମ୍ସିି)ର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ପ୍ରକଳ୍ପ ସମ୍ପର୍କରେ ଲୋକେ ସଚେତନ ହେବେ। ରେଡ଼ିଓ ଏଫ୍ଏମ୍ ଯୋଗେ ଅଧିକାରୀମାନେ ସଚେତନ କରାଇବେ। ଶୁକ୍ରବାରଠାରୁ ‘ସଂକଳ୍ପ’ ନାମରେ ଏକ କାର୍ଯ୍ୟକ୍ରମକୁ ସିଏମ୍ସି କମିଶନର ନିଖିଲ ପଓ୍ବନ କଲ୍ୟାଣ…
୨୫.୬୫ ଲକ୍ଷ ଉପଭୋକ୍ତା ଖାଇବେ ବଟିକା
କଟକ ଅଫିସ,୧୦ା୨: ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଜିଲା ସ୍ବାସ୍ଥ୍ୟ ବିଭାଗ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା କୀଟବାହିତ ରୋଗ ପରାମର୍ଶଦାତ୍ରୀ ତୃପ୍ତିରାଣୀ ନାୟକ ଯୋଗଦେଇ କହିଥିଲେ, ଲୋକଙ୍କୁ ବୟସ ଅନୁପାତରେ ଡିଇସି,…
ମହଙ୍ଗା ଘଣ୍ଟା ପିନ୍ଧିଲେ ସିଦ୍ଧାର୍ଥ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିକଟରେ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ବିବାହ କରିଥିଲେ। ବିବାହ ପରେ ରାଜସ୍ଥାନର ଜୈସଲମିରରୁ ଦିଲ୍ଲୀ ଫେରିଥିଲେ। ବିମାନବନ୍ଦରରେ ସିଦ୍ଧାର୍ଥଙ୍କ ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିବାହ ପରେ ଦିଲ୍ଲୀ ଫେରିଥିବା ସିଦ୍ଧାର୍ଥ ଏବଂ କିଆରାଙ୍କ…
ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରୁ ବେଆଇନ ଗଛକଟା
କଣ୍ଟାପଡ଼ା,୧୦ା୨(ଡି.ଏନ୍.ଏ.): କଣ୍ଟାପଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ମୂଲ୍ୟବାନ କଞ୍ଚା ଚାକୁଣ୍ଡା ଗଛ କାଟିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ୬୦ ନଂ. ରାଜ୍ୟ…
Archives


