Home

ଶପଥ ନେଲେ ଦୀପାଳି

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ଲାଭ କରିଥିବା ଦୀପାଳି ଦାସ ସୋମବାର ପୂର୍ବାହ୍ନରେ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ତାଙ୍କ ମା’ ଏବଂ ଭାଇଙ୍କ ସହ ଆସି…

‘ମୁଁ ଦିଲ୍ଲୀ ଯିବିନାହିଁ , ଜନ୍ମଦିନ ପାଳିବି’, ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକ ପୂର୍ବରୁ ଏମିତି କହିଲେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ମନ୍ଥନ। ସିଏମ ରେସରେ ସିଦ୍ଧାରାମାୟାଙ୍କୁ ଡିକେ ଶିବକୁମାର ବରାବର ଟକ୍କର ଦେଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବେ ଯେ କୌଣସି ମୁହୂର୍ତ୍ତରେ…

ଆଇପିଏଲ ୨୦୨୩ର ୬୨ତମ ମ୍ୟାଚ: ଜିଟି-ଏସଆରଏଚ ଲଢ଼େଇ…

ଅହମଦାବାଦ,୧୫।୫ : ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି) ସୋମବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ଭେଟିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ପଏଣ୍ଟ ଟେବୁଲରେ ଜିଟି ଦଳ ପ୍ରଥମ ସ୍ଥାନରେ ଏବଂ ଏସଆରଏଚ…

ସ୍ତ୍ରୀଙ୍କ ମୃତ୍ୟୁ ପରେ ଜୀବନ ହାରିଦେଲେ ସ୍ବାମୀ

ବଲାଙ୍ଗୀର ଅଫିସ,୧୫ା୫: ସ୍ତ୍ରୀଙ୍କର ମୃତ୍ୟୁ ପରେ ସ୍ବାମୀ ଜୀବନ ହାରିଦେବା ପରି ଘଟଣା ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷଜମିରେ ଥିବା ଏକ ଗଛରେ ଗାମୁଛା ସାହାଯ୍ୟରେ…

ଗଗଲ୍ସ ପିନ୍ଧି ସ୍ବିଡେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ଫଟୋ ଭାଇରାଲ

ଷ୍ଟକହୋମ,୧୫।୫: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ରବିବାର ଜୟଶଙ୍କର ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀ ପୈଲ ଜନସନଙ୍କୁ ସାକ୍ଷାତ୍‌ କରିଥିଲେ। ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଓ ବିଶ୍ୱ ସ୍ତରର…

ବେଆଇନ ପୋଖରୀ ଖୋଳା: ପୋତି ହେଉଛି କାଦୁଆ ନଦୀ

ଗୋପ,୧୫।୫(ଡି.ଏନ୍‌.ଏ.): ବେଆଇନ୍‌ ପୋଖରୀ ଖୋଳି କିଛି ଦିନ ଧରି ସରକାରୀ ଜମି ଜବରଦଖଲ କରିବା ସହ ଏହି ପଞ୍ଚାୟତ ନିକଟରେ ଥିବା କାଦୁଅ ନଦୀକୁ ପୋତି ଦେବା ଭଳି ଅଭିଯୋଗ ହୋଇଛି। ମହଲପଡ଼ା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀ ଓ…

ସେନା ବିରୋଧୀ ଦଳକୁ ମିଳିଲା ବହୁ ଆସନ, ଏହାପରେ ବି ଶାସନ କ୍ଷମତା ରହିବ ସେନା ହାତରେ

ବ୍ୟାଙ୍କକ,୧୫।୫: ଥାଇଲାଣ୍ଡରେ ହୋଇଥିବା ସାଧାରଣ ନିର୍ବାଚନରେ ସେନା ଶାସନ ବିରୋଧୀ ଦଳଙ୍କୁ ବହୁ ଆସନ ମିଳୁଛି। ଏହାପରେ ଅନୁମାନ କରାଯାଉଛି କି ଥାଇଲାଣ୍ଡରେ ପ୍ରାୟ ଗୋଟିଏ ଦଶକ ହେବ ଶାସନ କ୍ଷମତାରେ ଥିବା ସେନା ସମର୍ଥିତ ସରକାର ବିଦାୟ ନେଇପାରନ୍ତି। ଏବେ…

ପରିତ୍ୟକ୍ତ ଅବସ୍ଥାରେ ଗୋଷ୍ଠୀ ଶୌଚାଳୟ

ଗୋପ,୧୫।୫(ଡି.ଏନ୍‌.ଏ.): ନିର୍ମଳ ଗ୍ରାମ ପଞ୍ଚାୟତ ଭାବରେ ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ଓରେଇ ଗ୍ରାମରେ ୨୦୦୭ରେ ନିର୍ମାଣାଧୀନ ଗୋଷ୍ଠୀ ଶୌଚାଳୟ ଦୀର୍ଘ ୧୦ ବର୍ଷରୁ ଊଦ୍ଧର୍‌ବ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏଥିପ୍ରତି ଗୋପ ବ୍ଲକ ପକ୍ଷରୁ ଦୃଷ୍ଟି…

ପାଖରେ ନ ଥିଲା ଆମ୍ବୁଲାନ୍ସ ପାଇଁ ଟଙ୍କା, ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ରଖି ବସରେ ୨୦୦ କିଲୋମିଟର ଯାତ୍ରା କଲେ ଅସହାୟ ବାପା…

କୋଲକାତା,୧୫।୫ : ଉତ୍ତର ପଶ୍ଚିମବଙ୍ଗର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପୁଣି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲ ସୂତ୍ର ଅନୁଯାୟୀ, ଆମ୍ବୁଲାନ୍ସ ପାଇଁ ଟଙ୍କା ଅଭାବରୁ ଅସହାୟ ବାପା ନିଜ ଶିଶୁର ମୃତଦେହକୁ ଏକ ବ୍ୟାଗରେ ନେଇ ବସ…

ଏଣିକି ମାଗଣାରେ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି

କଟକ ଅଫିସ,୧୫ା୫: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଡିଜିଟାଲ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଆଉ ପାଦେ ଆଗକୁ ଯାଇଛି ପେପରଲେସ୍‌ କୋର୍ଟ। ହାଇକୋର୍ଟରେ ଫଇସଲା ହେଉଥିବା ମାମଲାଗୁଡ଼ିକର ରାୟ ଓ ନିର୍ଦ୍ଦେଶନାମା ଡିଜିଟାଲ୍‌ ସାଇନ୍‌ ହୋଇ ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି।…

ଯାଜପୁର ପୌରପାଳିକା ଗୋଦାମ ଗୃହ ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର ଅଫିସ,୧୫ା୫: ଯାଜପୁର ପୌରପାଳିକା ଗୋଦାମଗୃହ ସୋମବାର ସକାଳେ ଜଳିଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗାନ୍ଧିଛକ ନିକଟରେ ଊର୍ଦ୍ଦୁ ସ୍କୁଲରେ ସ୍ଥାୟୀ ଭାବେ ପୌରପାଳିକା ଗୋଦାମ ଗୃହ ଚାଲିଥିଲା। ଏଠାରେ ଫିନାଇଲ, ମଶାତେଲ, ପରିମଳ ଲାଗି ବ୍ୟବହୃତ…

୧୯,୩୫୩ ଚାଷୀ ନିରାଶ

ଭଦ୍ରକ ଅଫିସ, ୧୫।୫: ଧାର କରଜ କରି ଖରିଫ୍‌ ଧାନ ଚାଷ କଲେ। ଅମଳ ପରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଭଲ ଦରରେ ବିକି ଉପଯୁକ୍ତ ପ୍ରାପ୍ୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ପଞ୍ଜୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?