୧୯,୩୫୩ ଚାଷୀ ନିରାଶ

ଭଦ୍ରକ ଅଫିସ, ୧୫।୫: ଧାର କରଜ କରି ଖରିଫ୍‌ ଧାନ ଚାଷ କଲେ। ଅମଳ ପରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଭଲ ଦରରେ ବିକି ଉପଯୁକ୍ତ ପ୍ରାପ୍ୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ପଞ୍ଜୀକରଣ କରି ମଧ୍ୟ ଧାନ ବିକ୍ରି କରିପାରିଲେ ନାହିଁ। ଏଭଳି ଭାବେ ଭଦ୍ରକ ଜିଲାରେ ୧୯ ହଜାର ୩୫୩ ଚାଷୀ ନାମ ପଞ୍ଜୀକୃତ କରିଥିଲେ ମଧ୍ୟ ଧାନ ବିକି ନ ପାରି ହତାଶ ହୋଇ ପଡ଼ିଛନ୍ତି।
ଜିଲା ଯୋଗାଣ ବିଭାଗ ସୂଚନା ଅନୁଯାୟୀ, ୨୦୨୨-୨୩ ଖରିଫ ଋତୁରେ ଜିଲାରେ ମୋଟ ୨୬,୫୬,୧୮୯.୪୭ କୁଇଣ୍ଟାଲ ଧାନ କିଣାଯାଇଛି। ୨୬, ୧୩, ୭୩୫ କୁଇଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟଧାର୍ଯ୍ୟ ଥିଲା। ଟାର୍ଗେଟଠାରୁ ଅଧିକ କ୍ରୟ ହୋଇଛି। ୧୦୧ଟି ପ୍ୟାକ୍ସ ଓ ୫୪ ସ୍ବୟଂସହାୟିକା ଗୋଷ୍ଠୀ ସମୁଦାୟ ୧୫୫ ଧାନକ୍ରୟ କେନ୍ଦ୍ର ଜରିଆରେ ୬୯,୭୮୦ ଚାଷୀଙ୍କଠାରୁ ଧାନ କିଣାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ଧାନକିଣା ପ୍ରକ୍ରିୟା ଶେଷ ହୋଇଛି। ଧାନ ବିକିବା ପାଇଁ ମୋଟ ୮୯,୧୩୩ଜଣ ଚାଷୀଙ୍କ ନାମ ପଞ୍ଜୀକୃତ କରାଯାଇଥିଲା। କିନ୍ତୁ ସମସ୍ତ ପଞ୍ଜୀକୃତ ଚାଷୀ ଧାନ ବିକିପାରି ନ ଥିବା ଜଣାପଡ଼ିଛି। ଜିଲାରୁ ୨୦ ମିଲର ଓ ଜିଲା ବାହାରୁ ୧୮ ସମୁଦାୟ ୩୮ଜଣ ମିଲର ଧାନକିଣାରେ ଅଂଶଗ୍ରହଣ କରିଥିଲେ। ମଣ୍ଡି ଖୋଲିବାରେ ବିଳମ୍ବ ଓ ଟାର୍ଗେଟ ଅଭାବରୁ ମନ୍ଥରତା ଯୋଗୁ ଧାନକିଣା ବାଧାପ୍ରାପ୍ତ ହୋଇଥିଲା। କଟ୍‌ନୀ ଛଟ୍‌ନୀ ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଚାଷୀ ସଙ୍ଗଠନ ଓ ବିରୋଧୀ ଦଳ ପକ୍ଷରୁ ରାସ୍ତା ଅବରୋଧ ସହ ସମବାୟ ସମିତି, ଜିଲାପାଳ ଓ ତହସିଲ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା। ଟୋକନ ପାଇଥିବା ଚାଷୀମାନଙ୍କଠାରୁ ଧାନ ନେବାରେ ବିଳମ୍ବ ଓ କଟ୍‌ନୀ ଛଟ୍‌ନୀ ପ୍ରତିବାଦରେ ଜାନୁୟାରୀ ୧୯ରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏନେଇ ଭଣ୍ଡାରିପୋଖରୀର ଚାଷୀ ରବୀନ୍ଦ୍ର କୁମାର ପଣ୍ଡା କହନ୍ତି, କରଜ କରି ୬ ଏକର ଜମିରେ ଚାଷ କରିଥିଲି। ଅମଳ ମଧ୍ୟ ଭଲ ହୋଇଥିଲା। କିନ୍ତୁ ସରକାରୀ ଦରରେ ମଣ୍ଡିରେ ଧାନ ବିକି ନ ପାରିବାରୁ ବହୁତ ବଡ଼ କ୍ଷତି ହେଲା। ମଣ୍ଡିରେ ସରକାରୀ ଦରରେ ଧାନ ବିକିଥିଲେ ଆହୁରି ୫୦ ହଜାର ଟଙ୍କା ଅଧିକ ମିଳିଥାନ୍ତା। ମଣ୍ଡିରେ ନାମ ପଞ୍ଜୀକରଣ ପରେ ଟୋକନ ମଧ୍ୟ ମିଳିଥିଲା। କିନ୍ତୁ ଠିକ୍‌ ସମୟରେ ଧାନ ଉଠି ନ ପାରିବାରୁ ଟୋକନ ଲାପ୍ସ ହୋଇଗଲା। ବାଧ୍ୟହୋଇ ବେପାରୀଙ୍କୁ ଧାନ ବିକିବାକୁ ପଡ଼ିଲା। ସେହିପରି ବନ୍ତ ବ୍ଲକ ଅଞ୍ଚଳର ଚାଷୀ ନିଗମାନନ୍ଦ ପଣ୍ଡା କହିଛନ୍ତି, ସେବା ସମବାୟ ସମିତି ବେପାରୀଙ୍କ ଧାନ ଉଠାଇବା ଯୋଗୁ ମୋ ପରି ଚାଷୀମାନେ ଧାନ ବିକିପାରିଲେ ନାହିଁ। ଟୋକନ ଲାପ୍ସ ହୋଇଯିବାରୁ ବାଧ୍ୟହୋଇ ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରି କରିବାକୁ ପଡ଼ିଲା।
ନବନିର୍ମାଣ କୃଷକ ସଙ୍ଗଠନର ଜିଲା ସଭାପତି ତ୍ରିଲୋଚନ ପଣ୍ଡା କହନ୍ତି, ଧାନକିଣାରେ ମହିଳା ଗୋଷ୍ଠୀ ଓ ସୋସାଇଟିଗୁଡ଼ିକ ଚାଷୀମାନଙ୍କୁ ବହୁତ ହଇରାଣ କରିଛନ୍ତି। ବେପାରୀମାନଙ୍କ ସହ ମିଶି ବାହାରୁ ଧାନ ଉଠାଇବା ଦ୍ୱାରା ଚାଷୀମାନେ ବିକି ନ ପାରି ଟୋକନ ଲାପ୍ସ ହୋଇଗଲା। ଏପରିକି କେତେଜଣ ଚାଷୀ ଧାନ ବିକି ଆଜି ପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ମିଲର, ଡିଲର ଓ ସମବାୟ ବିଭାଗ ମିଶି ଧାନକିଣାରେ ବହୁ ଦୁର୍ନୀତି କରିଛନ୍ତି। ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀମାନେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଲେ। ଅନ୍ୟ ରାଜ୍ୟରେ ସୁରୁଖୁରୁରେ ଧାନ ବିକ୍ରିି ହୋଇପାରୁଥିବା ବେଳେ ଆମ ରାଜ୍ୟରେ ଚାଷୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା କହିଛନ୍ତି, ଚଳିତବର୍ଷ ଧାନ କିଣା ସୁରୁଖୁରୁରେ ହୋଇଛି। ବାହାର ବେପାରୀ ଉଚ୍ଚଦରରେ ଧାନ କିଣିବା ଓ କଟ୍‌ନୀ ଛଟ୍‌ନୀ କାରଣରୁ ଅଧିକାଂଶ ଚାଷୀ ମଣ୍ଡିରେ ଧାନ ନ ଦେଇ ବେପାରୀଙ୍କୁ ବିକି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri