Home

ଗଛକଟାକୁ ନେଇ ଗଣ୍ଡଗୋଳ: ତିଲେଇମାଲ ଗ୍ରାମ ପୁରୁଷଶୂନ୍ୟ

ଅମରପାଲି, ୮ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ତିଲେଇମାଲ ଗ୍ରାମର କେତେଜଣ ବ୍ୟକ୍ତି ଆକ୍ରମଣ କରିବା ସହିତ ମାଡ ମାରିଛନ୍ତି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସାଧା ପୋଷାକରେ ତଦନ୍ତ ପାଇଁ ଆସିଥିବା ଏଏସଆଇଙ୍କ ତଦନ୍ତ ନିରପେକ୍ଷ…

ପ୍ରଚାର ମଇଦାନକୁ ଯିବେ ନିର୍ବାଚନ ଲଢ଼ି ନ ଥିବା ଜୟଶଙ୍କର, ବଖାଣିବେ ୯ ବର୍ଷର ଉପଲବ୍ଧି…

ନୂଆଦିଲ୍ଲୀ,୮।୬ : ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଭାଜପା ଏକ ମାସର ଅଭିଯାନ ଆରମ୍ଭ କରିଛି। ଏହି ସମୟ ମଧ୍ୟରେ, ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କରିଥିବା କାର୍ଯ୍ୟ ବିଷୟରେ ଲୋକଙ୍କୁ ସୂଚନା ଦିଆଯାଉଛି।…

ଲଳିତାଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ

ନୂଆପଡ଼ା ଅଫିସ, ୮ା୬: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପଲସିପାଣି ପଞ୍ଚାୟତ କାଶିପଲା ଗାଁ ଲଳିତା ଶବରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ମା’ଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛନ୍ତି ଝିଅ, ପୁଅ ସମ୍ପର୍କିତ ଏକ…

ଆରବିଆଇ ମୁଦ୍ରା ନୀତି ଜୁନ ୨୦୨୩: ଋଣ , ଇଏମଆଇ ବୋଝରୁ ମୁକ୍ତି, ରେପୋ ରେଟ ଅପରିବର୍ତ୍ତିତ…

ନୂଆଦିଲ୍ଲୀ,୮।୬ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ନୂଆ ମୁଦ୍ରା ନୀତି ଘୋଷଣା କରିଛନ୍ତି। ଜୁନ ୬ ରୁ ୮ ପର୍ଯ୍ୟନ୍ତ ଚାଲିଥିବା ଆରବିଆଇର ମୁଦ୍ରା ନୀତି କମିଟି ବର୍ତ୍ତମାନ ପର୍ଯ୍ୟନ୍ତ ରେପୋ ହାରରେ କୌଣସି ପରିବର୍ତ୍ତନ ନ କରିବାକୁ…

ମା’ ବାପାଙ୍କ ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଛି ପୁଅ

ରାଉରକେଲା ଅଫିସ, ୮ା୬: ରାଉରକେଲା ବେଦବ୍ୟାସର ଗୋପାପାଳୀ ଝରାପଡ଼ାର ଜଣେ ୧୭ବର୍ଷର ବାଳକ ଦୁର୍ବଳ ଅବସ୍ଥାରେ ନିଜ ମା’ ବାପାଙ୍କ ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଛନ୍ତି। କ୍ରିିଷ୍ଣା ଝରା ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରି ମରି ବଂଚୁଛନ୍ତି। ଆର୍ଥିକ…

ପାଉଁଶ ଡମ୍ପିଂ ଦ୍ବାରା ପରିବେଶ ପ୍ରଦୂଷିତ

କୁଚିଣ୍ଡା, ୮ା୬(ଡି.ଏନ୍‌.ଏ.): କୁଚିଣ୍ଡା ବାଇପାସ୍‌ ରାସ୍ତା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଝାରସୁଗୁଡ଼ା କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଂ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବେଆଇନ…

ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡି ପାଲଟିଛିି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ଦାରିଙ୍ଗବାଡି,୮।୬(ଡି.ଏନ.ଏ): ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡି ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟି ଗଲାଣି। ଅପରାଧ ଘଟାଇ ସେଠାରେ ଲୁଚି ରହୁଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ହୋଟେଲରେ ୩ ଜଣ ଅପରାଧୀ ଲୁଚିରହିଥିଲେ।ଖବର ପାଇ ମଙ୍ଗଳବାର ସଂଧ୍ୟାରେ ଭୁବନେଶ୍ୱର କମିଶନରେଟ ପୋଲିସ ସ୍ଥାନୀୟ ପୋଲିସ ସହାୟତରେ…

ପୋଲିସ ଏସ୍‌ଆଇଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ

ସମ୍ବଲପୁର୍‌, ୮ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନାମରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ବୁର୍ଲା ଥାନା ଅନ୍ତର୍ଗତ କିରବା ଅଞ୍ଚଳର ପରମିତା ଧଳ ନାମ୍ନୀ ମହିଳା ବୁଧବାର ପୋଲିସ ଅଧିକାରୀ ଅଭିନ୍ନ ମିଶ୍ରଙ୍କ ନାମରେ ସମ୍ବଲପୁର…

କେନାଲ କାମକୁ ନେଇ ଚାଷୀ ଅସନ୍ତୋଷ

ସମ୍ବଲପୁର୍‌, ୮ା୬(ବ୍ୟୁରୋ): ଯୁଯୁମୁରା ବ୍ଲକରେ କ୍ଷୁଦ୍ର ଜଳସେଚନ (ଏମ୍‌ଆଇ) ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କେନାଲ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି…

ଭାରତ-ଆମେରିକା ମିଳିତ ଭାବେ ମହାକାଶରେ ଚାଇନାକୁ ଦେବେ ଟକ୍କର !…

ଓ୍ବାଶିଂଟନ,୮।୬ : : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ରୁ ଆମେରିକା ଗସ୍ତରେ ଯିବେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଷ୍ଟିରୁ ଏହି ଗସ୍ତକୁ ବହୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ହ୍ବାଇଟ ହାଉସ କହିଛି ପିଏମ ମୋଦିଙ୍କ ଆଗାମୀ ଗସ୍ତ…

ଆଶାଜନକ ନୁହେଁ ଧାନର ଏମ୍‌ଏସ୍‌ପି ବୃଦ୍ଧି

ବରଗଡ଼ ଅଫିସ୍‌, ୮ା୬: କେନ୍ଦ୍ର ସରକାର ବୁଧବାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କାରୁ ୨୧୮୩ ଟଙ୍କା ଏବଂ ଗ୍ରେଡ୍‌-ଏ(ଏଫଏକ୍ୟୁ) ଧାନ କୁଇଣ୍ଟାଲ ପ୍ରତି ୨୦୬୦ ଟଙ୍କାରୁ ୨୨୬୩ ଟଙ୍କାକୁ ବୃଦ୍ଧି…

ଅଷ୍ଟ୍ରେଲିଆରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ,ନାଜି ପ୍ରତୀକ ଉପରେ ଲଗାଯିବ ପ୍ରତିବନ୍ଧକ, ସରକାର ଆଣିବେ ଆଇନ…

ମେଲବୋର୍ନ,୮।୬ : : ଦକ୍ଷିଣପନ୍ଥୀ କାର୍ଯ୍ୟକଳାପର ବୃଦ୍ଧି ଯୋଗୁ ଅଷ୍ଟ୍ରେଲିଆ ସରକାର ସାରା ଦେଶରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ସ୍ବସ୍ତିକ ଚିହ୍ନ ଏବଂ ନାଜି ପ୍ରତୀକ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ଏଥିପାଇଁ ଏକ ଆଇନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri