Home

ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ୨୦ ଜାନୁଆରୀରେ ଘୋଷଣା ହେବ ଦଣ୍ଡ

ନୂଆଦିଲଲ୍ଲୀ,୧୯।୧: ଟେଲିଭିଜନ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବା ନେଇ ସାକେଟ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର (ଜାନୁଆରୀ ୧୯)ରେ ହୋଇଥିଲା। ଅପରାଧୀଙ୍କ ଦଣ୍ଡ ଶନିବାର (ଜାନୁୟାରୀ ୨୦, ୨୦୨୪) ଅପରାହ୍ନ…

ଗର୍ଭଗୃହରୁ ଆସିଲା ରାମଲାଲାଙ୍କ ନୂଆ ଫଟୋ, ଦେଖନ୍ତୁ ଅଦ୍ଭୁତ ସ୍ବରୂପ

ଅଯୋଧ୍ୟା,୧୯।୧: ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ପରେ ଏହାର ଫଟୋ ସାମ୍ନାକୁ ଆସିବାରେ ଲାଗିଛି। ଶୁକ୍ରବାର ରାମଲାଲାଙ୍କ ଆଉ ଏକ ଫଟୋ ଆସିଛି, ଯେଉଁଥିରେ ତାଙ୍କର ସମ୍ପୂର୍ଣ୍ଣ ରୂପ ଦେଖିବାକୁ ମଳୁଛି। ଫଟୋରେ ରାମଲାଲାଙ୍କୁ ଫୁଲରେ ସଜାଯାଇଛି।…

ଫେବୃଆରୀ ୫ରୁ ବିଧାନସଭା

ଭୁବନେଶ୍ୱର,୧୯ା୧: ଫେବୃଆରୀ ୫ରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ୫ରୁ ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଅଧିବେଶନରେ କାମଚଳା ବଜେଟ୍‌ ଆଗତ କରାଯିବ। ୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ୮ରେ ବଜେଟ୍‌ ଉପସ୍ଥାପନ କରାଯିବ।

ଦିଲ୍ଲୀରେ ହୃଦୟ ବିଦାରକ ଘଟଣା: ପାଣି ନ ଦେବାରୁ ରୁମ ପାର୍ଟନରଙ୍କୁ ଗଳା ଚିପି ହତ୍ୟା, ଫଙ୍ଖାରେ ଲଟକାଇଲେ ମୃତଦେହ

ନୂଆଦିଲ୍ଲୀ,୧୯।୧: ରାଜଧାନୀ ଦିଲ୍ଲୀର ନିହାଲ ବିହାରରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ପିଇବା ପାଣି ନ ଦେବାରୁ ରୁମ ପାର୍ଟନର ଜଣେ ନାବାଳକଙ୍କ ସହ ମିଶି ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ଏହାକୁ ଆତ୍ମହତ୍ୟା ରୂପ…

ଆଜିଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ରାମ ମନ୍ଦିର, ଏହି ଦିନଠୁ କରିପାରିବେ ଦର୍ଶନ

ଲକ୍ଷ୍ନୌ,୧୯।୧: ଆଜିଠାରୁ ଭକ୍ତମାନଙ୍କ ପାଇଁ ରାମ ମନ୍ଦିର ବନ୍ଦ ରହିବ। ଶୁକ୍ରବାର ସା ୭ଟାରୁ ଅସ୍ଥାୟୀ ରାମ ମନ୍ଦିରରେ ଦର୍ଶନ ହୋଇପାରିବନାହିଁ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨୩ରୁ ଭକ୍ତମାନେ ରାମଲାଲାଙ୍କ ଦର୍ଶନ କରିପାରିବେ।…

‘ଭଗବାନ ରାମଙ୍କ ଆଦର୍ଶରେ ଆମେ ଚାଲୁଛୁ’, ମହାରାଷ୍ଟ୍ରରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ସୋଲାପୁରରେ ପହଞ୍ଚିଛନ୍ତି। ଏଠାରେ ସେ ୨ ହଜାର କୋଟି ଟଙ୍କା ମୂଲ୍ୟର ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୋଲାପୁରରେ ପ୍ରଧାନମନ୍ତ୍ରୀ…

ହିମାଚଳ କଂଗ୍ରେସକୁ ଝଟ୍‌କା, ମନ୍ତ୍ରୀ ପଦ ପାଇଁ ଅପେକ୍ଷା କରିଛନ୍ତି ପିତା…ଏପଟେ ପୁଅ ଦେଲେ ଇସ୍ତଫା

ଶିମଲା,୧୯।୧: ପିତା ମନ୍ତ୍ରୀ ପଦ ପାଇଁ ଅପେକ୍ଷା କରିଛନ୍ତି। ହେଲେ ପୁଅ ତାଙ୍କ ପଦରୁ ଇସ୍ତଫା ଦେଇଦେଲେ। ଏହି ପ୍ରସଙ୍ଗ ହିମାଚଳ ପ୍ରଦେଶ କଂଗ୍ରେସ ସହ ଜଡିତ। ଇସ୍ତଫା ଠାରୁ ଗୋଟିଏ କଥା ନିଶ୍ଚିତ ଯେ ହିମାଚଳ କଂଗ୍ରେସର ସଂଗଠନ ତଥା…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାଜପାର ମେଗା ପ୍ଲାନ, ମୋଦି କରିବେ ୧୪୦ ରାଲି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଦଳ ଏକ ମେଗା ଯୋଜନା ପ୍ରସ୍ତୁତ କରିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଭଦ୍ରକ-ଧାମରା ରେଳପଥ ଅବରୋଧ କଲା କଂଗ୍ରେସ

ତିହିଡ଼ି,୧୯ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ଗଦି ଲେଭଲ କ୍ରସିଂଠାରେ ଶୁକ୍ରବାର ସକାଳୁ ଜିଲା ଯୁବ କଂଗ୍ରେସ ପକ୍ଷରୁ ରେଳପଥ ଅବରୋଧ କରାଯାଇଛି। ରେଳପଥ ପାଇଁ ଜମି ହରାଇଥିବା ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳପଥ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଡ୍ରେନ୍‌…

ଏକାସାଙ୍ଗରେ ସନ୍ନ୍ୟାସ ଘୋଷଣା କଲେ ୪ ବିଶ୍ୱ ଚାମ୍ପିୟନ କ୍ରିକେଟର

ନୂଆଦିଲ୍ଲୀ,୧୯।୧: ଜଣେ ଖେଳାଳି ଅବସର ନେବା ସାଧାରଣ କଥା। ପ୍ରତ୍ୟେହ କୌଣସି ନା କୌଣସି ଖେଳାଳି ତାଙ୍କ କାରିୟରକୁ ବିଦାୟ ଦିଅନ୍ତି, ହେଲେ ଆଶ୍ଚର୍ଯ୍ୟ ସେତେବେଳେ ଲାଗିଥାଏ ଯେତେବେଳେ ଗୋଟିଏ ଦେଶର ଏକାଧିକ ଖେଳାଳି ଏକାସାଙ୍ଗରେ ଅବସର ଘୋଷଣା କରନ୍ତି। ଓ୍ବେଷ୍ଟଇଣ୍ଡିଜରେ…

ସଫଳ ହେଲାନି ମହୁଆଙ୍କ ଚେଷ୍ଟା, ଶେଷରେ ଖାଲି କଲେ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ,୧୯।୧: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍‌ପି ମହୁଆ ମୋଇତ୍ରାଙ୍କୁ ଶେଷରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି। ଦୁଇ ଦିନ ପୂର୍ବେ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ ନୋଟିସ ପଠାଯାଇଥିଲା।…

ଆଶାକର୍ମୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଅନୁଗୋଳ,୧୯ା୧(ଅମିତ କୁମାର ସାମଲ): ଗର୍ଭବତୀ ମହିଳାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ଶୁକ୍ରବାର ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହାଇଛି। ସ୍କୁଟିରେ ଥିବା ଆଶାକର୍ମୀଙ୍କୁ ଟ୍ରକ୍‌ ଚାପି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଅନୁଗୋଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri