Home

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଗୁରବାର ଠାରୁ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି…

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ ୧୦ ଫୁଟରୁ ଅଧିକ ଗଭୀର ଦୁଇଟି ଗାତ ହୋଇଯାଇଛି। ଏହି ଘଟଣା ପରେ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ ଓ ଖାମେନେଇଙ୍କ ୩ ପୁଅ ଉପସ୍ଥିତ ଥିଲେ। ତେବେ ତାଙ୍କ ଉତ୍ତରାଧିକାରୀ ତଥା…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ ସୋମବାର ପୂର୍ବାହ୍ନ ୧ଟା ଶୁଭାରମ୍ଭ କରିବେ। ଉକ୍ତ ଟ୍ରେନଟି ସପ୍ତାହକୁ ତିନିଦିନ ଚାଲିବ।…

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ କେଉଁଠାରେ ତାହା ଅଧା ପନ୍ତରିଆଭାବେ ପଡ଼ି ରହିଛି। ଅନ୍ୟପଟେ ଦୂରଦୃଷ୍ଟିର ଅଭାବ ତଥା…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଏବଂ ଜିଲାକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଏହି କ୍ରମରେ ବରଗଡ଼ ଜିଲାପାଳ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ। ଜଗନ୍ନାଥଙ୍କ ଆଶୀର୍ବାଦ ମୋ’ ସର୍ବଦା ଉପରେ ରହୁ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ସ୍ଥିତିର ସମୀକ୍ଷା ପାଇଁ ସମ୍ବଲପୁର…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ତ୍‌ପୋଲିସ ନଦୀ ଅଞ୍ଚଳ ଖୋଜୁଥିଲେ ମଧ୍ୟ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା ପାଇଁ କନ୍ଧମାଳ ଜିଲାପାଳ ବେଦ ଭୂଷଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ କନ୍ଧମାଳ…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର ଅଚଳ ହୋଇପଡ଼ିଥିବା ବେଳେ ଶନିବାରଠାରୁ ଦାରିଙ୍ଗବାଡ଼ି ବ୍ଲକର ଏକାଧିକ ଫିଡ଼ର ଅଚଳ ହୋଇପଡିଛି…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ କରିଆସୁଛନ୍ତି। ତାଙ୍କର ଏହି ଯାତ୍ରା ଆରମ୍ଭ ହୁଏ ୧୯୯୨ରେ। ତା’ ପରେ ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?