Home

ମହିଳାଙ୍କ ନାମରେ ଋଣ ଟଙ୍କା ଉଠାଇ ସପରିବାର ଫେରାର ହୋଇଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୯ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମର କିଛି ମହିଳାଙ୍କ ନାମରେ ପ୍ରାୟ ସାଢ଼େ ୫ ଲକ୍ଷ ଋଣ ଟଙ୍କା ଉଠାଇ ସେହି ଗ୍ରାମର ଜଣେ ବ୍ୟକ୍ତି ପରିବାର ସହ ଫେରାର ହୋଇ…

ସୁଧୁରୁନାହାନ୍ତି ଟ୍ରୁଡୋ: ଭାରତ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୨୯।୧୧: ଭାକ୍ୟୁମ୍ବରରେ ଥିବା ଇଣ୍ଡିଆନ କନସୁଲେଟର ଅଧିକାରୀମାନଙ୍କୁ ଅଡିଓ ଏବଂ ଭିଡିଓ ନଜରରେ ରଖାଯିବା ବିଷୟରେ ନିକଟରେ କାନାଡା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ସଭାକୁ ଏହି ସୂଚନା…

ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ବାଲେଶ୍ୱର,୨୯।୧୧: ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସିଙ୍ଗାଖୁଣ୍ଟା ବଜାରରେ ଥିବା ଏକ ଗ୍ରୋସରି ଦୋକାନରେ ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି। ଫଳରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ସିଙ୍ଗାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ…

ଇଣ୍ଡିଆ-୨୦୪୭ ମିଶନ ପାଇଁ ପ୍ରସ୍ତୁତ ହୁଅ

ବରଗଡ,୨୮।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଏବଂ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସର ମିଳିତ ଆନୁକୂଲ୍ୟରେ ଯୁବ ଉତ୍ସବ-୨୦୨୪ ଉଦ୍‌ଯାପିତ ହୋଇଯାଇଛି। ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସର କନ୍‌ଭେନଶନ ହଲରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରଗଡ ଜିଲାର ବିଭିନ୍ନ କଲେଜରୁ…

ଦାରିଙ୍ଗବାଡିରେ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ପ୍ରଶାସନିକସ୍ତରରେ ବଢୁଛି ଚିନ୍ତା

ଦାରିଙ୍ଗବାଡି, ୨୯।୧୧(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ପର୍ଯ୍ୟଟକ ଆସୁଛନ୍ତି ହେଲେ ଯେଉଁ ସଂଖ୍ୟାରେ ପର୍ଯ୍ୟଟକ ଆସିବା କଥା ସେହି ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ଏହାର ମୁଖ୍ୟ କାରଣ ଶୀତର ଲୁଚକାଳି ସହ ପର୍ଯ୍ୟଟକ ଦାରିଙ୍ଗବାଡି ଭଳି…

ଅଧରାତିରେ ଅମିତ ଶାହାଙ୍କୁ ଭେଟିଲେ ଏକନାଥ ଶିନ୍ଦେ: ମୁଖ୍ୟମନ୍ତ୍ରୀ ବଦଳରେ ମାଗିଲେ ଏସବୁ ପଦ

ପୁଣେ,୨୯।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ପ୍ରଚଣ୍ଡ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ଅବଶ୍ୟ, ଏହା ନିଶ୍ଚିତ ଯେ, ଏକନାଥ ଶିନ୍ଦେ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଏହା ବଦଳରେ ସେ ବର୍ତ୍ତମାନ…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୧୯ଜଣ ଓଏଏସ୍‌ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସ୍ବାସ୍ଥ୍ୟ…

ତେଜୁଛି ମନ୍ଦିର-ମସ୍‌ଜିଦ ବିବାଦ:ସମ୍ଭଲ ପରେ ଅଜମେର

ଅଜମେର/ସମ୍ଭଲ/ନୂଆଦିଲ୍ଲୀ,୨୯ା୧୧:ଦରଘା ଶରିଫରେ ସର୍ଭେ କରାଇବା ପାଇଁ ଦାଖଲ ଏକ ଆବେଦନର ଶୁଣାଣି କରି ବୁଧବାର ରାଜସ୍ଥାନର ଅଜମେରସ୍ଥିତ ଏକ କୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଅଜମେର ଦରଘା କମିଟିକୁ ନୋଟିସ କରିଛନ୍ତି। ହିନ୍ଦୁସେନା ମୁଖ୍ୟ ବିଷ୍ଣୁ…

ଯୁଦ୍ଧର ଭ୍ରମ ସୃଷ୍ଟିକଲା ନୌସେନା ମକ୍‌ଡ୍ରିଲ୍‌

ପୁରୀ,୨୯ା୧୧(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ଡିସେମ୍ବର ୪ରେ ପୁରୀ ବେଳାଭୂମିରେ ପ୍ରଥମ ଥର ପାଇଁ ଭାରତୀୟ ନୌସେନା ପକ୍ଷରୁ ନୌସେନା ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ ଜିଲା ପ୍ରଶାସନ ସମେତ ନୌସେନା ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ପୁରୀରେ ପ୍ରଥମଥର ପାଇଁ…

ଆଜି ହାଫ୍‌ ଡେ’ ସ୍କୁଲ-କଲେଜ୍‌: ୧ଟାରୁ ଛୁଟି

ଭୁବନେଶ୍ୱର, ୨୯ା୧୧(ଅନୁରାଧା ମହାରଣା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସିବେ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଡିଜିପି ସମ୍ମିଳନୀ ସହ ବିଭିନ୍ନ…

ଆଜିଠାରୁ ଡିଜିପି ସମ୍ମିଳନୀ: ଯୋଗଦେବେ ମୋଦି, ଶାହା

ଭୁବନେଶ୍ୱର,୨୯ା୧୧(ସୂର୍ଯ୍ୟକାନ୍ତ ବେହେରା):ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀ ଭୁବନେଶ୍ୱରରେ ଶୁକ୍ରବାର ଆରମ୍ଭ ହୋଇ ଡିସେମ୍ବର ୧ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ପ୍ରମୁଖ ବହୁ ବିଶିଷ୍ଟ…

ଓଡ଼ିଶାରେ ଟିକସମୁକ୍ତ ହେଲା ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri