Posted inଜାତୀୟ

ତେଜୁଛି ମନ୍ଦିର-ମସ୍‌ଜିଦ ବିବାଦ:ସମ୍ଭଲ ପରେ ଅଜମେର

ଅଜମେର/ସମ୍ଭଲ/ନୂଆଦିଲ୍ଲୀ,୨୯ା୧୧:ଦରଘା ଶରିଫରେ ସର୍ଭେ କରାଇବା ପାଇଁ ଦାଖଲ ଏକ ଆବେଦନର ଶୁଣାଣି କରି ବୁଧବାର ରାଜସ୍ଥାନର ଅଜମେରସ୍ଥିତ ଏକ କୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଅଜମେର ଦରଘା କମିଟିକୁ ନୋଟିସ କରିଛନ୍ତି। ହିନ୍ଦୁସେନା ମୁଖ୍ୟ ବିଷ୍ଣୁ ଗୁପ୍ତା ଗତ ସେପ୍ଟେମ୍ବରରେ ଦାଖଲ କରିଥିବା ପିଟିଶନରେ ଦାବି କରିଛନ୍ତି ଯେ, ତ୍ରୟୋଦଶ ଶତାବ୍ଦୀର ସୁଫି ସନ୍ଥ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ସମାଧିସ୍ଥଳରେ ପୂର୍ବରୁ ଏକ ଶିବମନ୍ଦିର ଥିଲା। ତେଣୁ ଅଜମେର ଦରଘାକୁ ‘ସଙ୍କଟ ମୋଚନ ମହାଦେବ ମନ୍ଦିର’ ଘୋଷଣା କରାଯାଉ ଏବଂ ସେଠାରେ ହିନ୍ଦୁଙ୍କୁ ପୁନଶ୍ଚ ପୂଜାର୍ଚ୍ଚନା ଅଧିକାର ଦିଆଯାଉ। ବିଷ୍ଣୁଙ୍କ ଓକିଲ ଯୋଗେଶ ସିରୋଜା ଉକ୍ତ ପିଟିଶନରେ ବିଚାରପତିରୁ ରାଜନେତା ସାଜିଥିବା ହରବିଳାସ ସାରଦା(୧୮୬୭-୧୯୫୫)ଙ୍କ ଏକ ପୁସ୍ତକର ଅବତାରଣା କରିଛନ୍ତି। ସ୍କଟିଶ୍‌ କମିଶନ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ କମ୍ପାନୀ ପକ୍ଷରୁ ୧୯୧୧ରେ ପ୍ରକାଶିତ ‘ଅଜମେର: ହିଷ୍ଟୋରିକାଲ ଆଣ୍ଡ୍‌ ଡେସ୍କ୍ରିପ୍ଟିଭ୍‌’ ଶୀର୍ଷକ ପୁସ୍ତକରେ ଦରଘା ତଳେ ହିନ୍ଦୁ ମନ୍ଦିରର ଉପସ୍ଥିତି ସମ୍ପର୍କରେ ସାରଦା ଉଲ୍ଲେଖ କରିଥିଲେ। ସେହିପରି ‘ସମ୍‌ ଆକାଉଣ୍ଟ ଅଫ୍‌ ଦି ଜେନେରାଲ ଆଣ୍ଡ୍‌ ମେଡିକାଲ ଟୋପୋଗ୍ରାଫି ଅଫ୍‌ ଅଜମେର’ (୧୮୪୧)ର ଅବତାରଣା କରି ବ୍ରିଟିଶ୍‌ ଐତିହାସିକ ପିଏମ୍‌ କୁରିଏ ୧୯୮୯ରେ ଲେଖିଥିବା ନିଜ ପୁସ୍ତକରେ ମଧ୍ୟ ଏହି ଦରଘାକୁ ଏକ ‘ପ୍ରାଚୀନ ପବିତ୍ର ମହାଦେବ ମନ୍ଦିର’ ବୋଲି ଅଭିହିତ କରିଛନ୍ତି। ଅଜମେର ଦରଘାର ନିର୍ମାଣ ମାମଲୁକ୍‌ ସୁଲତାନ ଇଲ୍‌ତୁତମିଶଙ୍କ (୧୨୧୧-୧୨୩୬) ଶାସନ କାଳରେ ହୋଇଥିଲା। ଆଇନଜୀବୀ ସିରୋଜା ପିଟିଶନରେ ସବୁର ଅବତାରଣା କରି ଦରଘାର ସର୍ଭେ ଦାବି କରିଛନ୍ତି। ସିଭିଲ ଜଜ୍‌ ମନମୋହନ ଚନ୍ଦେଲଙ୍କ ଅଦାଲତରେ ତାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ରେ ହେବ। ଅଜମେର ଦରଘା ଖାଦିମ (ତତ୍ତ୍ୱାବଧାରକ)ମାନଙ୍କ ପ୍ରତିନିଧି ସଂସ୍ଥା ଅଞ୍ଜୁମନ୍‌ ସୟେଦ ଜାଦଗାନ ସମ୍ପାଦକ ସୟେଦ ସରଓ୍ବାର ଚିସ୍ତି କହିଛନ୍ତି, ସମ୍ପ୍ରଦାୟ ଆଧାରରେ ସମାଜକୁ ବିଭାଜିତ କରିବା ଉଦ୍ଦେଶ୍ୟରେ ଉକ୍ତ ପିଟିଶନ ଦାଖଲ କରାଯାଇଛି। ଏହି ଦରଘା ସାମ୍ପ୍ରଦାୟିକ ସଦ୍ଭାବ ଓ ଧର୍ମନିରପେକ୍ଷତାର ଏକ ପ୍ରତୀକ। ଏହା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଆସୁଛି। ଏଏସ୍‌ଆଇ ସହ ଏହାର କିଛି ସମ୍ପର୍କ ନାହିଁ। ବାବ୍ରି ମସ୍‌ଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ୨୦୧୯ ରାୟକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଗ୍ରହଣ କରିଛନ୍ତି। ଆମେ ଭାବୁଥିଲୁ ଏହା ପରେ ଆଉ କିଛି ହେବ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତଃ ଏଭଳି ଘଟଣା ବାରମ୍ବାର ଘଟିଚାଲିଛି। ସମ୍ଭଲର ଦୃଷ୍ଟାନ୍ତ ଆମ ସମ୍ମୁଖରେ ରହିଛି। ଏହା ବନ୍ଦ ହେବା ଜରୁରୀ ବୋଲି ସରଓ୍ବାର ଚିସ୍ତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଯୁବତୀଙ୍କୁ ଅସଦାଚରଣ; ବିରୋଧ କରିବାରୁ ଟ୍ରାକ୍‌କୁ ଠେଲିଦେଲେ ଅଭିଯୁକ୍ତ, ତାପରେ…

ମୁମ୍ବାଇ,୧୨।୧୧: ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ରେଳ…

ମା’ ବିରଜାଙ୍କ ଦର୍ଶନ ପାଇଁ ଆସି ବୈତରଣୀରେ ବୁଡ଼ିଗଲେ ଆନ୍ଧ୍ର ଦମ୍ପତି

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ବରାହନାଥ ନିକଟ ବୈତରଣୀ ନଦୀରେ ଦୁଇ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡ଼ିଯାଇଛନ୍ତି ସ୍ବାମୀ-ସ୍ତ୍ରୀ। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି…

ସିଡନୀ ରାସ୍ତାରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପାଟ୍ କମିନ୍ସ-ପତ୍ନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ; ଭିଡିଓ ଭାଇରାଲ୍ ପରେ…

ସିଡନୀ,୧୨।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ୍ କ୍ୟାପଟେନ୍ ପାଟ୍ କମିନ୍ସଙ୍କୁ ତାଙ୍କ ପତ୍ନୀ ବେକିଙ୍କ ସହ ସିଡନୀର ଏକ ରାସ୍ତାରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଉଭୟ ପତି-ପତ୍ନୀ…

ଶନିଙ୍କ କୃପାରେ ମାଲାମାଲ ହେବେ ୬ ରାଶି, ୪ ମାସ ଯାଏ ଧନବର୍ଷା! ଆସିବ ଚାକିରିର ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । ଏହା ବିଶ୍ୱାସ କରାଯାଏ ଯେ ଶନି ବ୍ୟକ୍ତିର କର୍ମ…

W, W, W, W, W… ଲଗାତାର ୫ ଉଇକେଟ୍‌ ନେବା ପରେ ଖୋଲିଲା ଭାଗ୍ୟ, ଭାରତ ବିପକ୍ଷ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୧୨।୧୧: ଗୁରୁବାର (୧୨ ନଭେମ୍ବର) ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଉଭୟ ମ୍ୟାଚ ପାଇଁ…

ୟୁପି ନିର୍ବାଚନ ୨୦୨୭: ଓଓ୍ବାଇସିଙ୍କ ସହ ହାତ ମିଳାଇଲେ ଚନ୍ଦ୍ରଶେଖର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି । ଆଜାଦ ସମାଜ ପାର୍ଟି (କାଂଶୀରାମ) ଓ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ୍‌…

ରାଜନୀତିରେ ହଲଚଲ୍‌; ହଠାତ୍ ଇସ୍ତଫା ଦେଲେ ଉପରାଷ୍ଟ୍ରପତି, କହିଲେ….

ନୂଆଦିଲ୍ଲୀ, ୧୨।୧୧: ଇଣ୍ଡୋନେସିଆ ରାଜନୀତିରେ ବଡ଼ ଧରଣର ହଟଚମଟ। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜିବ୍ରାନ୍‌ ରାକାବୁମିଙ୍ଗ ରାକା। ଦେଶର ସଂସଦର ଉଚ୍ଚ ସଦନର ବାଚସ୍ପତି ଅହମଦ୍‌…

ମୁଁ ସୁନ୍ଦର ନୁହେଁ, ମୁଁ ମରିଯିବାକୁ ଚାହେଁ, ଏମିତି କହି ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି NEET ଛାତ୍ରୀ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୧୨ା୧୧: ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ୧୯ ବର୍ଷୀୟା ଛାତ୍ରୀ, ଯିଏ କି ଡାକ୍ତରୀ ପ୍ରବେଶିକା ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଛନ୍ତି, ନିଜର ରୂପକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?