Home

ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଏଣିକି ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନପତ୍ର ସେଟ୍‌ ବଢ଼ିବ। ସେହିଭଳି ମୂଲ୍ୟାୟନକାରୀଙ୍କ ପାଉଣା ମଧ୍ୟ ବଢ଼ାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ବୁଧବାର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ…

ଦବିଲା କାଠଯୋଡି ବ୍ରିଜ୍‌

କଟକ ଅଫିସ, ୨୮।୮: କଟକ ଗୋପାଳପୁର-ଲିଙ୍କରୋଡ କାଠଯୋଡି ବ୍ରିଜ୍‌ ବୁଧବାର ମଧ୍ୟାହ୍ନରେ ଦବିଯାଇଛି। ବ୍ରିଜ୍‌ ଆରମ୍ଭରୁ ସାମାନ୍ୟ ଦବିଯାଇଛି। ଫଳରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା ବ୍ରିଜ୍‌ ରାସ୍ତାକଡ଼କୁ ପୋଲିସ କର୍ଡନ କରିଥିବା ସୂଚନା ମିଳିଛି।

ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ହେଲେ ଶାଲିଜା ଧାମି

ନୂଆଦିଲ୍ଲୀ,୨୮।୮: ଭାରତୀୟ ବାୟୁସେନାର ଫ୍ଲାଇଟ୍‌ ୟୁନିଟ୍‌ର ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ଭାବେ ଓ୍ବିଙ୍ଗ୍‌ କମାଣ୍ଡର ଶାଲିଜା ଧାମି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶାଲିଜା ଲୁଧିଆନାର ବାସିନ୍ଦା। ସେ ହିନଡନ୍‌ ଏୟାରବେସ୍‌ର ଚେତକ ହେଲିକପ୍ଟର ୟୁନିଟ୍‌ର ଫ୍ଲାଇଟ୍‌ କମାଣ୍ଡର ଭାବେ କାର୍ଯ୍ୟ…

୮ ଦଫା ଦାବିରେ କେନ୍ଦୁଝର ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର,୨୮।୮(ସ୍ବ.ପ୍ର.): ବିଭିନ୍ନ ସମସ୍ୟାର ସମାଧାନ ସହ ୮ ଦଫା ଦାବିରେ କେନ୍ଦୁଝର ଜିଲା ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏହାର କର୍ମଚାରୀମାନେ ବୁଧବାର ଆନ୍ଦୋଳନରେ ବସିଛନ୍ତି। ବେତନର ଅସମାନତା ଦୂର ପାଇଁ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା, ସବୁ ଶ୍ରେଣୀର କର୍ମଚାରୀଙ୍କ ନିଯୁକ୍ତି…

ଭାରତକୁ ଯୁଦ୍ଧରେ ପରାସ୍ତ କରିପାରିବନି ପାକିସ୍ତାନ: ଦଲାଇଲାମା

ମନାଲି,୨୮।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନରେ ନିଆଁ ଜଳୁଛି। ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳାଳିମାନେ କେତେବେଳେ କ’ଣ କହୁଛନ୍ତି ତାହା ବୁଝାପଡୁନାହିଁ। ନିକଟରେ ଭାରତ ସହ ଯୁଦ୍ଧ କରିବାକୁ ଧମକ ଦେଇଥିଲା ପାକିସ୍ତାନ। ଏନେଇ ତିବ୍ଦତୀୟ ଧର୍ମଗୁରୁ…

ଆଇପିସି ଏବଂ ସିଆର୍‌ପିସିରେ ଅଣାଯିବ ପରିବର୍ତ୍ତନ; ଗଠନ ହେବ ନ୍ୟାସନାଲ୍‌ ମୋଡୁସ୍‌ ଆପରେଣ୍ଡି ବ୍ୟୁରୋ: ଅମିତ ଶାହ

ନୂଆଦିଲ୍ଲୀ,୨୮।୮: ଦେଶରେ ପ୍ରଚଳିତ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଏବଂ ଆପରାଧୀକ ପ୍ରଣାଳୀ କୋଡ୍‌(ସିଆର୍‌ପିସି)ରେ କେତେକ ପରିବର୍ତ୍ତନ କରାଯିବ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଦିଲ୍ଲୀ ସ୍ଥିତି ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ର ୪୯ତମ…

ପ୍ରଭୁ ଗଣେଶଙ୍କୁ ବେଶି ପସନ୍ଦ ମୋଦକ, ଜାଣନ୍ତୁ କାହିଁକି

ଆସୁଛି ଗଣେଶ ପୂଜା। ଆଉ ମାତ୍ର ଦିନ କେଇଟା ପରେ ବିରାଜମାନ ହେବେ ବିଘ୍ନ ବିନାଶକ ପ୍ରଭୁ ଗଣେଶ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ବତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ପ୍ରସ୍ତୁତ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଭାରତକୁ ସମର୍ଥନ କଲା ରୁଷିଆ

ମସ୍କୋ,୨୮।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି। ବୁଧବାର ରୁଷିଆ ରାଜନେତା ନିକୋଲେ କୁଦାଶେଭ୍‌ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା। ଭାରତର ନିଷ୍ପତ୍ତି ଯୁକ୍ତିଯୁକ୍ତ ତଥା ନ୍ୟାୟ ସଙ୍ଗତ।…

କଶ୍ମୀର ଭାରତର; ପାକିସ୍ତାନ ସହିତ ଏବେ ପିଓକେ ନେଇ ହେବ କଥାବାର୍ତ୍ତା: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ, ୨୮।୮: କଶ୍ମୀର ଭାରତର। ଏହାକୁ ନେଇ ପାକିସ୍ତାନ କୌଣସି ମନ୍ତବ୍ୟ ଦେବା କିମ୍ବା ପଦକ୍ଷେପ ଗ୍ରହଣ କରିବା ଅନୁଚିତ। ସେହିପରି କଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏବେ ଭାରତ କେବଳ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ଏହାର ପ୍ରତିପକ୍ଷ…

ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ସହ ଅମିତାଭ ଖୁବ୍‌ ମଜାଳିଆ ଢଙ୍ଗରେ କଥାବାର୍ତ୍ତା ହୁଅନ୍ତି ବିଗ୍‌ ବି। ବେଳେବେଳେ…

ଭାରତ-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି: ଲାଗିବ ୨୦ ସିସିଟିଭି କ୍ୟାମେରା

ସିଦ୍ଧାର୍ଥନଗର,୨୮।୮: ଭାରତ-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି। ଉତ୍ତରପ୍ରଦେଶ ଗୋରଖପୁରଠାରେ ନେପାଳ ସହିତ ଭାରତର ୬୮ କିଲୋମିଟର ସୀମା ରହିଛି। ତେବେ ଏଠାରେ ଉଭୟ ଦେଶ ମଧ୍ୟରେ ଗମନାଗମନ କରିବା ପାଇଁ କୌଣସି ବାରଣ ନାହିଁ। ଏହାର…

ବିଧାନସଭାରେ ପର୍ନ ଦେଖୁଥିବା ବିଧାୟକ ହେଲେ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୮।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ସେ ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରିଛନ୍ତି। ସେମାନେ ହେଲେ ଲକ୍ଷ୍ମଣ ସାଙ୍ଗାପ୍ପା ସାଭାଡି, ଗୋବିନ୍ଦ ମକଥାପ୍ପା କାରାଜୋଲ ଏବଂ ଅଶ୍ୱଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri