Home

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୩।୭: ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ। ବୁଧବାର ନିଜ ଟୁଇଟରରେ ଇସ୍ତଫା କଥା ଘୋଷଣା କରିଛନ୍ତି ରାହୁଲ। ଗତ ନିର୍ବାଚନରେ ଦଳର ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଦଳର…

ସୁଶାନ୍ତଙ୍କ ହାତ ଛାଡ଼ି ଏବେ ବିକ୍କିଙ୍କ ପ୍ରେମରେ ଅଙ୍କିତା, ଅଗଷ୍ଟରେ କରିପାରନ୍ତି ବିବାହ

ମୁମ୍ବାଇ: ସୁଶାନ୍ତଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏବେ ଅଙ୍କିତା ଲୋଖଣ୍ଡେ ପୁଣି ଥରେ ପଡ଼ିଛନ୍ତି ପ୍ରେମରେ। ବ୍ୟବସାୟୀ ବିକ୍କି ଜୈନ୍‌ଙ୍କୁ ସେ ଡେଟ୍‌ କରୁଛନ୍ତି। ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିଲେ ହେଁ ଏବେ କଥାଟି ପୁରା ସତ ବୋଲି…

ରାଜଭବନ ୟୁ.ପି. ସ୍କୁଲରେ ବନ ମହୋତ୍ସବ: ସମସ୍ତ ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସ୍ଥାନୀୟ ରାଜଭବନ ୟୁ.ପି. ସ୍କୁଲରେ ବୁଧବାର ରାଜ୍ୟସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ…

ଜଣେ ନିଆରା ପ୍ରଶଂସକଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାଜପାର ଜଣେ ନିଆରା ପ୍ରଶଂସକଙ୍କୁ ଭେଟିଛନ୍ତି। ସେ ହେଉଛନ୍ତି ଗୁଜରାଟର ଭୀଭୂଭାଇ। ଗତ ଲୋକ ସଭା ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ସିଟ୍‌ ଯଦି ଜିତିବ ତେବେ ସେ ଅମରେଲିରୁ ଦିଲ୍ଲୀ ସାଇକେଲରେ…

କୁଶଭଦ୍ରା ନଦୀରେ ବୁଡ଼ି ଜଣଙ୍କ ଜୀବନ ଗଲା

ଗୋପ,୩।୭(ଡି.ଏନ୍‌.ଏ.): କୁଶଭଦ୍ରା ନଦୀରେ ବୁଡ଼ି ବୁଧବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୀ ଜିଲା ଗୋପ ଥାନା ଅଧୀନ ବାଲିସାହି ଗ୍ରାମର କାଶୀନାଥ ବେହେରା (୬୦)। ସୂଚନାଯୋଗ୍ୟ, କାଶୀନାଥ ସବୁ ଦିନ ଭଳି ମଇଁଷି ଚରାଇବା ଲାଗି କୁଶଭଦ୍ରା…

ନାଡ୍‌ ଜାତୀୟ ସମୀକ୍ଷା ବୈଠକ: ୟୁଜିସି ଦ୍ୱାରା ମନୋନୀତ ହେଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନାଡ୍‌(ଜାତୀୟ ପାଠ୍ୟକ୍ରମ ପୈଠଗୃହ)ର ଜାତୀୟ ସମୀକ୍ଷା ବୈଠକ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏହାକୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କେନ୍ଦ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ତଥା ୟୁଜିସିର…

ସ୍ପଷ୍ଟ କଲେ ରାହୁଲ ଗାନ୍ଧୀ: କହିଲେ, ମୁଁ ଏବେ ଦଳର ଅଧ୍ୟକ୍ଷ ନାହିଁ, କଂଗ୍ରେସ ଯେତେଶୀଘ୍ର ସମ୍ଭବ ଅଧ୍ୟକ୍ଷ ବାଛୁ

ନୂଆଦିଲ୍ଲୀ, ୩।୭: ଗୋଟେ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବାପାଇଁ ଜିଦ ଧରିଛନ୍ତି, ଅନ୍ୟପକ୍ଷରେ ପୂରା କଂଗ୍ରେସ ତାଙ୍କୁ ମନାଇବାରେ ଲାଗିଛି। କିନ୍ତୁ ବୁଧବାର ରାହୁଲ କହିଛନ୍ତି, ମୁଁ ଏବେ ଦଳର ଅଧ୍ୟକ୍ଷ ନାହିଁ, ଯେତେଶୀଘ୍ର ସମ୍ଭବ ସେତେଶିଘ୍ର…

ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ପରାମର୍ଶ: ଗର୍ବ, ଅହଂକାରଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା

ଭୁବନେଶ୍ୱର,୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ନବ ନିର୍ବାଚିତ ବିଜେଡି ବିଧାୟକମାନଙ୍କର ଏକ ବୈଠକ କରିଛନ୍ତି। ଏହି ବୈଠକରେ ବିଧାୟକମାନଙ୍କୁ ସରଳ ଜୀବନଯାପନ କରିବା ସହ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଛନ୍ତି। ପୂର୍ବାହ୍ନ ୧୦ଟାରେ ଆରମ୍ଭ…

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ ଜନଧନ ଯୋଜନାରେ ବ୍ୟାଙ୍କରେ ଗରିବ ଲୋକଙ୍କ ଖାତା ଖୋଲାଯାଇ ଏଟିଏମ୍‌ କାର୍ଡ ଦିଆଯିବାର ବ୍ୟବସ୍ଥା…

ଆମାଜନ୍‌ ସିଇଓଙ୍କ ମହଙ୍ଗା ଛାଡ଼ପତ୍ର: ସ୍ତ୍ରୀଙ୍କୁ ଦେବାକୁ ପଡ଼ିବ ୩୮ ଶହ କୋଟି ଡଲାର

ସାନ୍‌ ଫ୍ରାନ୍ସିସ୍‌କୋ,୩।୭: ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ପୃଥିବୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଦେବେ। ଏଥିପାଇଁ ସ୍ତ୍ରୀ ମୈକେଜି ବେଜୋସଙ୍କୁ ସେ ୩୮ ଶହ କୋଟି ଡଲାର କ୍ଷତିପୂରଣ ଦେବେ। ଦୁହିଁଙ୍କର ବିବାହ ପ୍ରାୟ ୨୬ ବର୍ଷ ତଳେ ହୋଇଥିଲା। ଛାଡ଼ପତ୍ର…

ଏୟାର ଇଣ୍ଡିଆ ବିନିବେଶ ନିଶ୍ଚିତ: ସୂଚନା ଦେଲେ ସରକାର

ନୂଆଦିଲ୍ଲୀ,୩।୭: କ୍ଷତିରେ ଚାଲୁଥିବା ଏଆର ଇଣ୍ଡିଆର ବିନିବେଶ ନିଶ୍ଚିତ। ଏନେଇ ସରକାରଙ୍କ ପକ୍ଷରୁ ରାଜ୍ୟ ସଭାରେ ଦିଆଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ କହିଛନ୍ତି ଯେ, ଏୟାର ଇଣ୍ଡିଆକୁ ଏବେ ଚଳାଇବା…

ଦେଶଦ୍ରୋହ ଆଇନ ଉଚ୍ଛେଦ କରିବେନି ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଣ୍ଡ ସଂହିତା(ଆଇପିସି)ଅନ୍ତର୍ଗତ ଦେଶଦ୍ରୋହ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ନାହିଁ। ଏନେଇ ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ଭାବେ ଉତ୍ତର ଉପସ୍ଥାପନ କରାଯାଇଛି। ଦେଶଦ୍ରୋହୀ, ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀଙ୍କଠାରୁ ଦେଶକୁ ଦେଶକୁ ସୁରକ୍ଷିତ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?