Posted inରାଜ୍ୟ

ଏମ୍‌ସିଏଲ୍‌ ଭରତପୁର ଖଣି ଦୁର୍ଘଟଣା: ବର୍ଷା, ଅତଡ଼ା ଖସିବାରୁ ବାଧା

ତାଳଚେର,୨୬ା୭(ନି.ପ୍ର.)-ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଖସିପଡ଼ିଥିବା କୋଇଲା ଅତଡା ତଳେ ମଙ୍ଗଳବାର ରାତିରୁ ଚାପି ହୋଇ ରହିଥିବା ୩ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗୁରୁବାର ପୂର୍ବାହ୍ନରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ରାସ୍ତା ନିର୍ମାଣ କରାଯାଉଥିଲେ ହେଁ ବର୍ଷା ଯୋଗୁ ସେଥିରେ ବାଧା ଉପୁଜିଛି। ଏଥିସହ ପୁଣି ଏକ ବଡ ମାଟି ଅତଡା ଖସି ପଡିବାରୁ ସମସ୍ୟା ବଢ଼ିଯାଇଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରୁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲେ ବି କିଛି ସୁଫଳ ମିଳିନାହିଁ। ଘଟଣାସ୍ଥଳରେ ଏମ୍‌ସିଏଲ୍‌ର ଡାଇରେକ୍ଟର ଟେକ୍ନିକାଲ ଜେ.ପି. ସିଂ, ଡାଇରେକ୍ଟର ପର୍ସନାଲ କେ.ଆର. ବାସୁଦେବନ, ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍ଟି (ଡିଜିଏମ୍‌ଏସ୍‌) ସୁବ୍ରତ ବାଗଚୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବୁଧବାର ଅପରାହ୍ନରେ ଜଣେ ଶ୍ରମିକ ପିପୁନ ବିଶ୍ୱାଳଙ୍କ ମୃତଦେହ ବାହାର କରାଯିବା ପରେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଗୁରୁବାର ସକାଳୁ ପୁଣି କାର୍ଯ୍ୟ ଚାଲୁ କରାଯାଇଥିଲା। କେଉଁ ସ୍ଥାନରେ ଅନ୍ୟ ୩ ଶ୍ରମିକ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସିକ୍ୟୁରିଟି ଗାର୍ଡ ରମେଶ ଦାସ ଓ ପମ୍ପ ଖଲାସୀ କାର୍ତ୍ତିକେଶ୍ୱର ମହାପାତ୍ର ଦବି ରହିଛନ୍ତି ତାହା ଜାଣିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ୩୫ ସଦସ୍ୟ, ରେସକ୍ୟୁ ଟିମ୍‌ ଖଣି ମଧ୍ୟକୁ ପ୍ରବେଶ କରିଥିଲେ। ୬ଜଣ ସଦସ୍ୟ ୨ଟି ସନ୍ଧାନୀ କୁକୁରର ସହାୟତା ନେଇ ସ୍ଥାନ ଚିହ୍ନଟ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ପାରି ନ ଥିଲେ। ମାଟି ଓ ବଡ ବଡ ପଥର ହଟାଇବା ପରେ ଉଦ୍ଧାର କାର୍ଯ୍ୟ ସହଜ ହେବ ବୋଲି ନିଷ୍ପତ୍ତି ନିଆଯିବାରୁ ଖଣି ଭିତରକୁ ଭାରିଯାନ ଯିବା ପାଇଁ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। କିନ୍ତୁ ବର୍ଷା ଓ ପୁଣି ମାଟି ଅତଡ଼ା ଖସିବା ଏଥିରେ ବାଧକ ସାଜିଛି। ଦିନ ତମାମ ନିର୍ମାଣ କରାଯାଇଥିବା ରାସ୍ତା ବର୍ଷାରେ ଧୋଇ ଯାଇଥିବା ବେଳେ ଖଣିରୁ ପାଣି ନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ ନିର୍ମାଣ କରାଯାଇଛି। ଅଧିକ ବର୍ଷା ହେଲେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବ। ଅପରପକ୍ଷରେ ଉଦ୍ଧାର ପିପୁନ ବିଶ୍ୱାଳଙ୍କ ମୃତଦେହକୁ ରାତିରେ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଖଣିରେ ଦବି ରହିଥିବା ଅନ୍ୟ ୩ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯିବା, କ୍ଷତିଗ୍ରସ୍ତ ପରିବାରକୁ ଉଚିତ କ୍ଷତିପୂରଣ ସହ ଜଣକୁ ନିଯୁକ୍ତି, ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭାଜପା ଓ କଂଗ୍ରେସ ପକ୍ଷରୁ ଖଣିବନ୍ଦ ଆନ୍ଦୋଳନ କରାଯାଇଛି। ଫଳରେ ତାଳଚେର କୋଲ୍‌ ଫିଲ୍ଡସରେ ଅଚଳାବସ୍ଥା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri