Posted inରାଜ୍ୟ

ଅନୁଗୋଳରେ ବର୍ଷା, ଲୋକେ ଆଶ୍ୱସ୍ତ: ଭିଜିଲା ଶୁଖିଲା କ୍ଷେତ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳରେ ଗୁରୁବାର ମଧ୍ୟାହ୍ନରେ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହୋଇଛି। ଏଥିଯୋଗୁ ଲାଗି ରହିଥିବା ଗରମ ଗୁଳୁଗୁଳିରୁ ସହରବାସୀ ମୁକ୍ତି ପାଇଥିବାବେଳେ ଶୁଖିଲା କ୍ଷେତ ଭିଜିବା ଖୁସିରେ ଚାଷୀ ଆଶ୍ୱସ୍ତ ହୋଇଛନ୍ତି। ମଧ୍ୟାହ୍ନ ୨ଟାରୁ ଦୁଇ ଘଣ୍ଟା ଧରି ଜୋରରେ ବର୍ଷା ହୋଇଥିଲା। ଏହାପରେ ରାତି ପର୍ଯ୍ୟନ୍ତ ଝିପ୍‌ ଝିପ୍‌ ବର୍ଷା ଲାଗି ରହିଥିଲା। ଏ ନେଇ ଚାଷୀମାନଙ୍କ ମଧ୍ୟରେ ଚାଷ ପାଇଁ ଆଶା ସଞ୍ଚାର ହୋଇଛି। ୪ରୁ ୫ ଦିନ ଲଗାଣ ବର୍ଷା ହେଲେ ଚାଷ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଅନୁଗୋଳ ଜିଲାର ଆଠମଲ୍ଲିକ, କଣିହଁା, ତାଳଚେର, ବଅଁରପାଳ, ଅନୁଗୋଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକରେ ମରୁଡ଼ି ପରିସ୍ଥିତି ଉପୁଜିଥିଲା। ଜୁନ୍‌ ମାସରେ ଆଶା ଅନୁଯାୟୀ ବର୍ଷା ହୋଇ ନ ଥିବାବେଳେ ଜୁଲାଇ ମାସ ଅଧା ପର୍ଯ୍ୟନ୍ତ ମଧ୍ୟ ବର୍ଷାର ଦେଖା ନ ଥିଲା। ଏଥିଯୋଗୁ ଚାଷ କାର୍ଯ୍ୟ ଅଟକି ଯାଇଥିଲା। ଏବେ ଜମିରେ ପାଣି ପଡ଼ିବାରୁ ଚାଷୀମାନେ କ୍ଷେତରେ ସାର ପକା କାର୍ଯ୍ୟ ଆରମ୍ଭ କରିବେ। ଜିଲାରେ ଆବଶ୍ୟକ ମୁତବକ ୟୁରିଆ ମହଜୁଦ ଥିବା ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୁହାଯାଇଛି। ଜିଲାରେ ୫ହଜାର ୫ଶହ ମେଟ୍ରିକ ଟନ୍‌ ୟୁରିଆ ସାର ଆବଶ୍ୟକ ପଡ଼ୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ଅଢ଼େଇରୁ ୩ ହଜାର ମେଟ୍ରିକ୍‌ ଟନ୍‌ ସାର ମହଜୁଦ୍‌ ରହିଛି। ସେହିପରି ଜିଲାରେ ବର୍ତ୍ତମାନ ସୁଦ୍ଧା ୧୪ ହଜାର ୯୮୨ ଜଣ ଅଣଋଣୀ ଚାଷୀ ସେମାନଙ୍କ ନାମ ପଞ୍ଜୀକୃତ କରିଥିବା ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ୪ ହଜାର ୫୪୨ ଅଣଋଣୀ ଚାଷୀ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ସାମିଲ ହୋଇଥିଲେ। ଚଳିତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଥିବା ଚାଷୀମାନେ ହେକ୍ଟର ପିଛା ୧୨ଶହ ୩ଟଙ୍କା ୮୦ ପଇସା ହିସାବରେ ସାମିଲ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri