Posted inରାଜ୍ୟ

ଚିନାଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ପରଜଙ୍ଗ, ୨୬।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଭେଜିଆ ୩ନଂ. କଲୋନୀର ଅସହାୟ ଚିନା ନାୟକ (୮୧)ଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ। ତାଙ୍କୁ ଦିଆଯାଇଛି ୭୦୦ ଟଙ୍କା ଭତ୍ତା। ସରପଞ୍ଚ ଦେଇଛନ୍ତି ୧୦ କେଜି ଚାଉଳ। ଖୁବ୍‌ ଶୀଘ୍ର ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ। ଜିଲାପାଳଙ୍କ ନିକଟରେ ଇଚ୍ଛା ମୃତ୍ୟୁ ଆବେଦନ କରିଥିବା ଚିନାଙ୍କୁ ଏଣିକି ଆଉ କୌଣସି ସମସ୍ୟା ହେବନାହିଁ ବୋଲି ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ତାଙ୍କ ମୁହଁରେ ଫୁଟିଛି ହସ ଏବଂ ଏଥିପାଇଁ ସେ ଧନ୍ୟବାଦ ଦେଇଛନ୍ତି ‘ଧରିତ୍ରୀ’କୁ।
ଭେଜିଆ ୩ନଂ. କଲୋନୀରେ ରୁହନ୍ତି ଚିନା। ତାଙ୍କର ସନ୍ତାନସନ୍ତତି କେହି ନାହାନ୍ତି। ସ୍ବାମୀଙ୍କ ମୃତ୍ୟୁପରେ ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ଏପରି କି କୌଣସି ଗୋଟିଏ ବି ସରକାରୀ ଯୋଜନାରେ ତାଙ୍କୁ ସାମିଲ କରାଯାଇ ନ ଥିଲା। ଦୁର୍ଦ୍ଦିନରେ ବଞ୍ଚତ୍ବା ଅପେକ୍ଷା ମରିଯିବା ଭଲ ବୋଲି ବିଚାର କରି ସେ ଜିଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ। ଗୁରୁବାର ଏହି ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଆଡ଼ ଆଖିରେ ଚାହଁୁ ନ ଥିବା ପ୍ରଶାସନିକ ଅଧିକାରୀ ଦିନତମାମ ଡେରା ପକାଇଥିଲେ ଚିନାଙ୍କ ଘରେ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଳିଆ ହଁାସଦା ପ୍ରଥମେ ତଦନ୍ତ କରିବା ପରେ ବୃଦ୍ଧା ଜଣକ ଯୋଗ୍ୟତା ଥାଇ ସରକାରୀ ଯୋଜନାରୁ ବଞ୍ଚତ୍ତ ରହିଥିବା ଜଣାପଡ଼ିଥିଲା। ଏହାପରେ ରିଲିଫ୍‌ କୋଡ୍‌ ଅନୁଯାୟୀ ସରପଞ୍ଚ ପ୍ରଦୀପ ବେହେରା ତାଙ୍କୁ ୧୦ କେଜି ଚାଉଳ ଯୋଗାଇ ଦେଇଛନ୍ତି। ଚିନା ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ସକ୍ଷମ ନ ଥିବାରୁ ବିଡିଓ ବସନ୍ତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଘରେ ହିଁ ଆଧାରକାର୍ଡ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଥିଲା। ହେଲେ ଏଥିରେ କଣ୍ଟା ସାଜିଥିଲା ବିଦ୍ୟୁତ୍‌। ସରପଞ୍ଚଙ୍କ ଉଦ୍ୟମରେ ଜେନେରେଟର ସୁବିଧା କରାଯିବା ପରେ ଆଧାରକାର୍ଡ ପଞ୍ଜୀକରଣ ହୋଇଛି। ଆଧାର କାର୍ଡ ଆସିବାପରେ ତାଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତିମାସରେ ୧୦ କେଜି ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଏଥିସହ ସେ ନିୟମିତ ଭତ୍ତା ପାଇବେ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର…

ଆଜି ଏହି ୨ ଜିଲାରେ ଝଡ଼ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୮ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଅବପାତ ଦୁର୍ବଳ…

ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…

ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri