ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଉପରେ ଭିଡ଼ିଓ ଗେମ୍: ଜୁଲାଇ ୩୧ରେ ହେବ ରିଲିଜ୍
ନୂଆଦିଲ୍ଲୀ,୨୫।୭: ଭାରତୀୟ ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ପରାକ୍ରମ ଉପରେ ଏକ ଭିଡ଼ିଓ ଗେମ୍ ପ୍ରସ୍ତୁତ କରାଯାଇଛି। ଏହାର ରିଲିଜ୍ ଜୁଲାଇ ୩୧ରେ ହେବ। ଏହାକୁ ବାୟୁସେନା ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ସାଧାରଣ ଲୋକେ ଯବାନଙ୍କ ବୀରତା ସମ୍ପର୍କରେ…
କାବୁଲ ବିସ୍ଫୋରଣ: ୫ ମୃତ ୧୦ ଆହତ
କାବୁଲ,୨୫।୭: ଆଫଗାନିସ୍ତାନର କାବୁଲରେ ଗୁରୁବାର ହୋଇଥିବା ୩ଟି ବିସ୍ଫୋରଣରେ ପ୍ରାୟ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା ମିଳିଛି। ପଜଓ୍ବକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ, ପ୍ରଥମ ବିସ୍ଫୋରଣଟି ଏକ ଯାତ୍ରୀବାହୀ ବସ୍ରେ…
ସରକାର ଯିବାର କିଛି ଘଣ୍ଟା ପୂର୍ବରୁ ନିଜ ପ୍ରତିଶୃତି ପାଳନ କଲେ କୁମାରସ୍ବାମୀ
ବେଙ୍ଗାଲୁରୁ, ୨୫।୭: ଦୁଇ ସପ୍ତାହ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବାରେ କୁମାରସ୍ବାମୀ ସରକାରଙ୍କ ଯଦିଓ ପତନ ଘଟିଛି। କିନ୍ତୁ ସମସ୍ତଙ୍କ ହୃଦୟ ଜିତିଛନ୍ତି କୁମାରସ୍ବାମୀ। ସରକାରକୁ ଆସିବା ପୂର୍ବରୁ ଲୋକଙ୍କୁ ଯାହା…
ଯାତ୍ରା ହେବ ସୁରକ୍ଷିତ: ଟ୍ରେନ୍ରେ ଲାଗିବ ବ୍ଲାକ୍ ବକ୍ସ୍
ନୂଆଦିଲ୍ଲୀ,୨୫।୭: ଟ୍ରେନ୍ ଯାତ୍ରାକୁ ସୁରକ୍ଷିତ କରିବା ଲାଗି ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ପ୍ରତି ଟ୍ରେନ୍ରେ ବିମାନ ଭଳି ବ୍ଲାକ୍ ବକ୍ସ୍ ଲାଗିବ। ଏନେଇ କରାଯାଇଥିବା ଏକ ପାଇଲଟ୍ ପ୍ରୋଜେକ୍ଟରେ ସଫଳତା ମିଳିବା ପରେ ରେଳ ମନ୍ତ୍ରଣାଳୟ…
କାରଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ
ନୂଆଦିଲ୍ଲୀ,୨୫।୭: ଆସନ୍ତା ଶୁକ୍ରବାର ପାଳନ ହେବ ୨୦ତମ କାରଗିଲ ବିଜୟ ଦିବସ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାରଗିଲର ଦ୍ରାସଠାରେ ଏହି ଦିବସ ପାଳନ କରାଯିବାକୁ ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।…
ଚିକେନ୍ ଅଙ୍ଗାରା
ସମ୍ବଲପୁର ସହର ବୀର ସୁରେନ୍ଦ୍ର ସାଏ ମାର୍ଗସ୍ଥିତ ହୋଟେଲ ଅପ୍ସରା ପରିସରରେ ଅର୍ବାନ ତଡକା ରେଷ୍ଟୁରାଣ୍ଟ ରହିଛି। ଆଜିର ଗ୍ରାହକଙ୍କ ମନ ମୁତାବକ ଡିଶ୍ ପ୍ରସ୍ତୁତିରେ ଏହି ରେଷ୍ଟୁରାଣ୍ଟର ସୁନାମ ରହିଛି। ଚିକେନ ଅଙ୍ଗାରା ଅର୍ବାନ ତଡକାର ସ୍ବତନ୍ତ୍ର ଡିଶ୍। ଏନେଇ…
ତିନି ତଲାକ୍ ନେଇ ଏନ୍ଡିଏ ମେଣ୍ଟରେ ଫାଟ: ଜେଡିୟୁ କରିବ ବିରୋଧ
ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଲୋକ ସଭାରେ ଗୁରୁବାର ତିନି ତଲାକ୍ ବିଲ୍ ପୁଣି ଥରେ ଆଗତ କରାଯିବାର ଯୋଜନା କରାଯାଇଛି। ତେବେ ଏହାକୁ ନେଇ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନୀତୀଶ…
ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ
ନୂଆଦିଲ୍ଲୀ, ୨୫।୭: ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ ବୋଲି ଜଣାପଡିଛି। ଗତ ୨ ଦୁଇବର୍ଷ ହେବ ଖେଳାଳିଙ୍କ ଜର୍ସିରେ ଚୀନ ମୋବାଇଲ କମ୍ପାନୀ ‘ଓପୋ’ର ନାଁ ରହିଛି। ଏବେ ତାକୁ ହଟାଯାଇ…
ଟ୍ରମ୍ପ୍ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ମୋଦି ସରକାର ତିନି ତଲାକ୍ ବିଲ୍କୁ କରିଛନ୍ତି ଢ଼ାଲ: ମନୀଷ୍ ତିଓ୍ବାରୀ
ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କଶ୍ମୀର ପ୍ରସଙ୍ଗରେ ଅଠାକାଠିରେ ପଡ଼ିଛନ୍ତି। ତେବେ ଏଥିରୁ ମୁକୁଳିବା ପାଇଁ ସେ ଅନ୍ୟ ଯୋଜନା କରିଥିବା କଂଗ୍ରେସ ଏମ୍ପି ମନୀଷ ତିଓ୍ବାରୀ ଅଭିଯୋଗ କରିଛନ୍ତି। ମୋଦି ସରକାର ଟ୍ରମ୍ପ୍…
ବ୍ରିଟେନର ସ୍ବରାଷ୍ଟ ମନ୍ତ୍ରୀ ହେଲେ ଭାରତୀୟ ମୂଳର ପ୍ରୀତି ପଟେଲ
ଲଣ୍ଡନ, ୨୫।୭: ବ୍ରିଟେନର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଭାରତୀୟ ମୂଳର ପ୍ରୀତି ପଟେଲ। ବୁଧବାର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ପ୍ରୀତି କଞ୍ଜରଭେଟିଭ୍ ଦଳର ନେତୃତ୍ୱ ନେଇ ‘ବ୍ୟାକ୍ ବୋରିଶ୍’ ଅଭିଯାନର ପ୍ରମୁଖ ଥିଲେ।…
ନଳିନୀଙ୍କୁୁ ମିଳିଲା ୩୦ ଦିନ ପାରୋଲ
ନୂଆଦିଲ୍ଲୀ,୨୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍ଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ଗୁରୁବାର ସେ ଜେଲ୍ରୁ ବାହାରକୁ ଆସିଛନ୍ତି। ଝିଅ ବାହାଘର ପାଇଁ ସେ ମାଡ୍ରାସ୍ ହାଇକୋର୍ଟରେ ସେ…
୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିଛି ୬୦ ପ୍ରତିଶତ: ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଛି
ଓ୍ବାଶିଂଟନ,୨୫।୭: ପୃଥିବୀରେ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲ ପରିସୀମା ଉପରେ ପଡ଼ିବାରେ ଲାଗିଛି। ଜଙ୍ଗଲ ଅଭାବ ଯୋଗୁ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୧୯୭୦ଠାରୁ ୨୯୧୪ ମଧ୍ୟରେ…
Archives


