Home

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବ ସଂଗ୍ରହାଳୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମାଓବାଦୀ ହିଂସା ୪୩% କମିଛି

ନୂଆଦିଲ୍ଲୀ,୨୫ା୭(ପି.ଟି.): ଗତ ୫ ବର୍ଷରେ ମାଓବାଦୀ ହିଂସା ୪୩% କମିଛି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜ. କିଷନ୍‌ ରେଡ୍ଡୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାରୀ ନୀତି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ…

ଅଭିଯୁକ୍ତଙ୍କୁ ଧରିବାକୁ ଆସି: ମାଡ଼ଖାଇଲେ ଆଇଆଇସି

ଖୁଣ୍ଟୁଣୀ,୨୫।୭(ଡି.ଏନ୍‌.ଏ.): ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅଭିଯୁକ୍ତଙ୍କୁ ସାଦା ପୋଷାକରେ ଗିରଫ କରିବାକୁ ଆସିଥିବା ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକଙ୍କୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ମାଡ଼…

କଂଗ୍ରେସ ଛାଡ଼ିବେନି ସିଦ୍ଧୁ

ଅମୃତସର୍‌,୨୫ା୭(ପି.ଟି.): ପଞ୍ଜାବ ମନ୍ତ୍ରିମଣ୍ଡଳ ଅଦଳବଦଳରେ ଅସନ୍ତୁଷ୍ଟ ହୋଇ ମନ୍ତ୍ରୀପଦ ଛାଡ଼ିଥିବା ସିଦ୍ଧୁ କିଛିଦିନର ନୀରବତା ପରେ ବୁଧବାର ସମର୍ଥକଙ୍କୁ ଭେଟିଛନ୍ତି। ଅମୃତସର୍‌ସ୍ଥିତ ନିଜ ବାସଭବନରେ ସେ କେତେକ ସ୍ଥାନୀୟ କାଉନ୍‌ସିଲରଙ୍କୁ ମଧ୍ୟ ଭେଟିଥିଲେ। ସେ କଂଗ୍ରେସ ଛାଡ଼ୁନାହାନ୍ତି ବୋଲି ସମର୍ଥକମାନଙ୍କୁ କହିବା…

କଂଗ୍ରେସ ମଙ୍ଗ ଧରିବାକୁ ପ୍ରିୟଙ୍କା ଅମଙ୍ଗ

ନୂଆଦିଲ୍ଲୀ,୨୫ା୭: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦଳର ମଙ୍ଗ ଧରିବା ପାଇଁ ମନାକରିଦେଇଛନ୍ତି। ସେ ଅଧ୍ୟକ୍ଷ ପଦରେ ଆସୀନ ହେବା ପାଇଁ ଦଳର ନେତାମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବର୍ତ୍ତମାନର ଭୂମିକାରେ ରହିବାକୁ ପସନ୍ଦ କରିଛନ୍ତି। ମିଳିଥିବା…

ତିନି ତଲାକ୍‌ ଦେଲେ ମାଲେସିଆ ପୂର୍ବତନ ରାଜା

କୁଆଲାଲମ୍ପୁର,୨୫ା୭(ପି.ଟି.): ମାଲେସିଆର ପୂର୍ବତନ ରାଜା ସୁଲତାନ୍‌ ମହମ୍ମଦ ପଞ୍ଚମ କିଛିମାସ ତଳେ ବିବାହ କରିଥିବା ରୁଷୀୟ ସୁନ୍ଦରୀ ତଥା ପୂର୍ବତନ ରାଣୀ ରିହାନା ଓଜାନା ଗୋର୍ବାତେଙ୍କୋଙ୍କୁ ତିନି ତଲାକ୍‌ ଦେଇଥିବା ଜଣାପଡ଼ିଛି। ତାଙ୍କର ଏଭଳି ନିଷ୍ପତ୍ତି ମୁସଲମାନବହୁଳ ଦେଶଗୁଡ଼ିକର ରାଜତନ୍ତ୍ର ଇତିହାସରେ…

କମଳନାଥ ସରକାରଙ୍କ ବିଲ୍‌କୁ ୨ ଭାଜପା ବିଧାୟକଙ୍କ ସମର୍ଥନ

ଭୋପାଳ,୨୫ା୭(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସରକାର ଆଣିଥିବା ଏକ ବିଲ୍‌କୁ ଦୁଇଜଣ ଭାଜପା ବିଧାୟକ ସମର୍ଥନ କରିବା ଗୈରିକ ଦଳ ପାଇଁ ଝଟକା ସଦୃଶ ହୋଇଛି। ଭାଜପା ବିଧାୟକ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ୍‌ ପୂର୍ବରୁ କଂଗ୍ରେସରେ ଥିଲେ। ସେମାନେ…

ଆର୍‌ଏସ୍‌ଏସ୍‌ ନେତାଙ୍କୁ ଭେଟିଲେ ୟେଦୁରପ୍ପା: ଉପର ନିର୍ଦ୍ଦେଶକୁ ଅପେକ୍ଷା

ବେଙ୍ଗାଲୁରୁ,୨୫ା୭(ପି.ଟି.): ମୁଖ୍ୟମନ୍ତ୍ରୀ ହେବା ପାଇଁ ପାଗ ଭିଡ଼ିଥିବା ଭାଜପାର କର୍ନାଟକ ସଭାପତି ବି.ଏସ୍‌. ୟେଦୁରପ୍ପା ଉପର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଦଳର କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ବିକଳ୍ପ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଜଣାଇବେ…

ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ର କକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୫ା୭(ପି.ଟି.): ଚନ୍ଦ୍ରୟାନ-୨ ଜୁଲାଇ ୨୨ରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ ହୋଇଥିବାବେଳେ ଏହା ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ ପହଞ୍ଚତ୍ବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଅପରାହ୍ନରେ ଚନ୍ଦ୍ରୟାନ-୨ର ପ୍ରଥମ ଅର୍ବିଟ ରେଜିଂ…

ମେଟଲ୍‌ ମିଟ୍‌-୨୦୧୯: ସାମ୍ନାସାମ୍ନି ହେବେ ୭୮ ଟିମ୍‌

ଭୁବନେଶ୍ୱର,୨୫।୭(ବ୍ୟୁରୋ): କୁଇଜ୍‌ ଭଳି ଏକ ସମ୍ପୂର୍ଣ୍ଣ ଭିନ୍ନ କନ୍‌ସେପ୍ଟକୁ ନେଇ ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ ଲଗାତର ୪ର୍ଥ ବର୍ଷ ପାଇଁ ଆୟୋଜିତ ହେବାକୁ ଯାଉଛି ‘ମେଟଲ୍‌ ମିଟ୍‌- ୨୦୧୯’। ଦକ୍ଷତା ଓ ଉପସ୍ଥିତ ବୁଦ୍ଧିର ଏହି ଯୁଦ୍ଧ…

ବିଶ୍ୱସ୍ତରୀୟ ହେବ ରାୟଗଡ଼ା ଷ୍ଟେଶନ

ରାୟଗଡ଼ା ଅଫିସ, ୨୫ା୭: ରାୟଗଡ଼ା ରେଳଷ୍ଟେଶନ ହେବ ବିଶ୍ୱସ୍ତରୀୟ। ଆସନ୍ତା ସେପ୍ଟେମ୍ବରରେ ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଆଇଏସ୍‌ଓ-୧୪୦୦୧ ସାର୍ଟିଫିକେଟ ହସ୍ତଗତ ହେବା ପରେ ଏହା ଆଗକୁ ଗଡ଼ିବ। ତେବେ ସାର୍ଟିଫିକେଟ ପ୍ରଦାନ ପାଇଁ ବୁଧବାର ରେଳ…

ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ୯ ଭାଷାରେ ରାୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ରାୟ ଦେଶର ୯ଟି ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇ କୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ପ୍ରକାଶ କରିଛନ୍ତି। ଅସମୀୟା, ବେଙ୍ଗଲୀ, ହିନ୍ଦୀ, କନ୍ନଡ଼, ମରାଠୀ, ଓଡ଼ିଆ, ତାମିଲ, ତେଲୁଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri