Posted inଖେଳ

କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ ବଲ୍‌ ପକାଇ ନ ଥିଲେ ଏହିସବୁ ମହାନ୍‌ ବୋଲର୍‌

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। କ୍ରିକେଟରେ ୱାଇଡ, ନୋ-ବଲ, ପକାଇବା ବୋଲରଙ୍କ ପାଇଁ ସାଧାରଣ କଥା। କିନ୍ତୁ ବିଶ୍ୱରେ ଏମିତି କିଛି କ୍ରିକେଟର୍‌ ଅଛନ୍ତି ଯେଉଁମାନେ ନିଜ କ୍ରିକେଟ୍‌ କ୍ୟାରିୟରରେ କେବେ ନୋ-ବଲ୍‌ ପକାଇନାହାନ୍ତି।


କପିଳ ଦେବ
ଭାରତର ପୂର୍ବତନ ଅଲରାଉଣ୍ଡର କପିଳ ଦେବ ନିଜ କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ-ବଲ୍‌ ପକାଇ ନ ଥିଲେ। ସେ ୧୩୧ଟି ଟେଷ୍ଟ ଏବଂ ୨୨୫ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ନୋ ବଲ୍‌ ପକାଇ ନ ଥିଲେ।

ଇଆନ ବୋଥାମ

ଇଂଲଣ୍ଡର ଇଆନ ବୋଥାମ ହେଉଛନ୍ତି ବିଶ୍ୱ କ୍ରିକେଟର ଅନ୍ୟତମ ସଫଳ ଅଲ-ରାଉଣ୍ଡର। ୮୦ଦଶକରେ ତାଙ୍କୁ କୁହାଯାଉଥିଲା ଇଂଲିଶ ବାହିନୀର ମ୍ୟାଚ ୱିନର। ଗୋଟିଏ ଟେଷ୍ଟରେ ଶତକ ହାସଲ କରିବା ସହ ୧୦ଟି ଉଇକେଟ ନେବାରେ ଇଆନ ବୋଥାମ ଥିଲେ ବିଶ୍ୱରେ ପ୍ରଥମ କ୍ରିକେଟର। ସେ ନିଜ କ୍ୟାରିୟରରେ ୧୦୨ ଟେଷ୍ଟ ଖେଳି ୩୮୩ ଉଇକେଟ ଓ ୧୧୬ଟି ଏକଦିବସୀୟରୁ ହାସଲ କରିଥିଲେ ୧୪୫ ଉଇକେଟ ନେଇଥିଲେ।

ଇମ୍ରାନ ଖାନ
ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ୍‌ କ୍ରିକେଟ କ୍ୟାରିୟର୍‌ରେ ନୋ-ବଲ୍‌ ଫିଙ୍ଗି ନାହାନ୍ତି ଇମ୍ରାନ ଖାନ। ୮୮ଟେଷ୍ଟରୁ ୩୬୨ ଓ ୧୭୫ ଦିନିକିଆ ଖେଳି ୧୮୨ ଉଇକେଟ ନେଇଥିଲେ ଇମ୍ରାନ, କିନ୍ତୁ କେବେ ନୋ ବଲ ପକାଇ ନ ଥିଲେ।

ଡେନିସ ଲିଲି
୭୦-୮୦ଦଶକରେ ଅଷ୍ଟ୍ରେଲିଆ ଦଳର ଜଣେ ଦୁର୍ଦ୍ଦଶ ଫାଷ୍ଟ ବୋଲର ଭାବରେ ଜଣାଶୁଣା ଥିଲେ ଡେନିସ୍‌ ଲିଲି। ୧୩ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଭିତରେ ଗୋଟିଏ ବି ନୋ ବଲ୍‌ ଫିଙ୍ଗି ନ ଥିଲେ। ୭୦ଟି ଟେଷ୍ଟରୁ ୩୫୫ ଉଇକେଟ ଓ ୬୩ ଦିନିକିଆ ଖେଳି ୧୦୩ଟି ଉଇକେଟ ନେଇଥିଲେ।

ଲାନ୍ସ ଗିବ୍ସ
ଓ୍ବେଷ୍ଟଇଣ୍ଡିଜର ସ୍ପିନର୍‌ ଲାନ୍ସ ଗିବ୍ସ ନିଜ କ୍ରିକେଟ କ୍ୟାରିୟରରେ ଆଦୌ ନୋ-ବଲ୍‌ ପକାଇ ନ ଥିଲେ। ସେ ନିଜ ଦେଶ ପାଇଁ ୭୫ଟି ଟେଷ୍ଟ ଏବଂ ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri