Home

କେରଳରେ ବନ୍ୟା,: ୧୪ ମୃତ, ଅଗଷ୍ଟ ୧୧ ପର୍ଯ୍ୟନ୍ତ ବିମାନସେବା ବନ୍ଦ

ଥିରୁଭାନନ୍ତପୁରମ୍‌, ୯।୮: କେରଳରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏର୍ନାକୁଲମ, ତ୍ରିଶୁର, ପଠାନମଥିଟ୍ଟା, ମଲ୍ଲପୁରମ ଆଦି ଜିଲାରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବର୍ଷା ପାଣି ଘରେ ପଶିଯିବାର ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା…

୨୦୧୯ରେ ବିଏମ୍‌ସି ନିର୍ବାଚନ ନେଇ ଅନିଶ୍ଚିତତା

ଭୁବନେଶ୍ୱର,୯।୮(ବ୍ୟୁରୋ) : ଆସନ୍ତା ଡିସେମ୍ବର ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ବିଏମ୍‌ସି କାଉନ୍‌ସିଲ ଭାଙ୍ଗିବାର ୮ମାସ ବିତିଥିଲେ ମଧ୍ୟ ଏଯାଏ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଗତ ଜାନୁୟାରୀ ୧୪…

ଆକର୍ଷିତ କରୁଛି ପୁରାତନ ସାମଗ୍ରୀ

କଟକ ଅଫିସ,୯।୮: ବିଦେଶୀଙ୍କୁ ଆକୃଷ୍ଟ କରୁଛି କଟକ ଜିଲା ଖପୁରିଆସ୍ଥିତ ଆଇଟିଆଇ ସରକାରୀ କଲେଜ। ଏଠାରେ ଏକ ଦକ୍ଷତା ସଂଗ୍ରହାଳୟ ରହିଛି। ଏହା ରାଜ୍ୟର କୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ଗଢ଼ି ଉଠିଥିବା ପ୍ରଥମ ଦକ୍ଷତା ସଂଗ୍ରହାଳୟ। କଲେଜ ଛାତ୍ରୀଛାତ୍ରଙ୍କ ଜ୍ଞାନକୌଶଳ ଓ…

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ଘଟଣା : ଜେଏମ୍‌ଏଫ୍‌ସିରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ

କଟକ ଅଫିସ,୯।୮ : କଟକରେ କିଛିଦିନ ତଳେ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ନୟାଗଡ ଅଞ୍ଚଳର ନାରାୟଣ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମାତ୍ର ଗତ ବୁଧବାର ନାରାୟଣଙ୍କ ସ୍ତ୍ରୀ…

ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା : ପୋଲିସକୁ ତଥ୍ୟ ମାଗିଲେ ଶ୍ରମ ଅଧିକାରୀ

ପୁରୀ ଅଫିସ, ୯।୮: ରଥଯାତ୍ରା ସମୟରେ ଗତ ଜୁଲାଇ ୮ତାରିଖ ରାତିରେ ପୁରୀ ବସ୍‌ଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍‌ରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କୁମ୍ଭାରପଡ଼ା ଥାନା ପୋଲିସ ସମ୍ପୃକ୍ତ ବସ୍‌ ହେଲ୍‌ପରଙ୍କୁ ଗିରଫ…

ବସ୍‌ରେ ବଳାତ୍କାର କରିବା ଘଟଣା : ବସିଲା ମନ୍ତ୍ରୀସ୍ତରୀୟ ବୈଠକ, ବସ୍‌ ଧର୍ମଘଟ ବନ୍ଦ କରିବାକୁ ଅନୁରୋଧ

ଭୁବନେଶ୍ୱର,୯।୮(ବ୍ୟୁରୋ) : ଆସନ୍ତା ୧୨ତାରିଖରେ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଧର୍ମଘଟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏନେଇ ଶୁକ୍ରବାର ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନେବା ସକାଶେ ସ୍ଥିର ହୋଇଛି। ବସ୍‌…

ସୁରଟରେ ଖୋଲିବ ୧୨ ଓଡ଼ିଆ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୯।୮(ବ୍ୟୁରୋ) : ଗୁଜରାଟରେ ମୋଟ ୧୦ ଲକ୍ଷ ଓଡ଼ିଆ ବସବାସ କରୁଛନ୍ତି। ସେଥିରୁ ପ୍ରାୟ ୭ରୁ ୮ଲକ୍ଷ ଓଡିଆ ସୁରଟରେ ବାସକରନ୍ତି। ସେହି ଓଡିଆ ପରିବାରର ପିଲାମାନଙ୍କ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ସେଠାକାର ପିଲାମାନେ…

ବନ୍ୟାରେ ୯ ଜିଲାର ୧ଲକ୍ଷ ୩୦ ହଜାର ପ୍ରଭାବିତ

ଭୁବନେଶ୍ୱର,୯।୮(ବ୍ୟୁରୋ) : ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ୯ଟି ଜିଲା ସର୍ବାଧିକ କ୍ଷତିଗସ୍ତ ହୋଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଗଜପତି, ମାଲାକାନାଗିରି, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଜିଲା ବନ୍ୟାରେ ପ୍ରଭାବିତ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ…

୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ, ୯।୮: ୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀ ପହଞ୍ଚିଛି ସମଝୌତା ଏକ୍ସପ୍ରେସ୍‌। ଗୁରୁବାର ପାକିସ୍ତାନ ଟ୍ରେନକୁ ଅଟାରି ରେଳ ଷ୍ଟେଶନରେ ଛାଡି ପାକିସ୍ତାନ ଡ୍ରାଇଭର ଏବଂ କର୍ମଚାରୀ ପାକିସ୍ତାନ ପଳାଇଥିଲେ। ବିଳମ୍ବିତ ରାତି ୧.୩୦ରେ ଭାରତୀୟ ଡ୍ରାଇଭର୍‌…

୧୦ରେ ଓଡ଼ିଶା ଆସିବେ ଶିବରାଜ ସିଂହ ଚୌହ୍ବାନ

ଭୁବନେଶ୍ୱର,୯।୮(ବ୍ୟୁରୋ): ଭାଜପାର ସଦସ୍ୟତା ଅଭିଯାନ ଗତ ଜୁଲାଇ ୬ରୁ ଦେଶ ସମେତ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି। ଏହି ସଦସ୍ୟତା ଅଭିଯାନର ସମୀକ୍ଷା କରିବା ସହ ଓଡ଼ିଶାରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ପାଇଁ ଅଗଷ୍ଟ ୧୦ରେ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ…

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ : ଆଜି ଆଇନଜୀବୀଙ୍କ ଆନ୍ଦୋଳନ

କଟକ ଅଫିସ, ୯।୮ : ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ନେଇ ଶୁକ୍ରବାର ଆଇନଜୀବୀମାନେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଗୋଟିଏ ଦିନ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଆନ୍ଦୋଳନର ସମୟକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ୟାଟ୍‌ ବାର…

ପ୍ରଶାସନିକସ୍ତରରେ ଅଦଳବଦଳ : ଡେପୁଟେଶନରେ ଗଲେ ଗିରୀଶ, ମୀନାଙ୍କୁ ଜିଏର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ବତନ୍ତ୍ର ସଚିବ ଏସ୍‌.ଏନ୍‌. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। ଗିରୀଶ ବାଙ୍ଗାଲୋରସ୍ଥିତ ଷ୍ଟାଫ୍‌ ସିଲେକ୍ସନ କମିଶନର ପ୍ରାନ୍ତୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri