ଦୁଇ ମିନିଟର ଭିଡିଓ ବଦଳାଇଲା ଜୀବନ: ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଷ୍ଟାର, ଦଶ ବର୍ଷ ପରେ ଭେଟିଲେ ଝିଅଙ୍କୁ
ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏଥିରେ ତାଙ୍କୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର…
ସ୍ବାଧୀନତା ଦିବସରେ ଓ୍ବାଘା ବର୍ଡରରେ ମିଠା ଦିଆନିଆ ହେଲାନି
ନୂଆଦିଲ୍ଲୀ, ୧୪।୮: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟେଇ ଦିଆଯିବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ବୁଧବାର ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ଅଟ୍ଟାରୀ-ଓ୍ବାଘା ବର୍ଡରରେ କୌଣସି ମିଠା ଦିଆନିଆ ହୋଇନାହିଁ। ଗତ ଇଦ-ଉଲ-ଜୁହା ଅବସରରେ ଅଟ୍ଟାରି ୱାଘା ସୀମାରେ ଭାରତ…
ଧରିତ୍ରୀରେ ଖବର ପ୍ରକାଶ ପରେ ମନ୍ଦିର ରାସ୍ତା ସଫେଇ
ହିଞ୍ଜିଳିକାଟୁ,୧୪।୮(ଡି.ଏନ୍.ଏ.) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଲକ୍ଷ୍ମୀବଜାର ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ସାମ୍ନାରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହି ଜନ ଅସନ୍ତୋଷ ସୃଷ୍ଟି କରୁଥିଲା। ବର୍ଷା ହେବାରୁ ଆବର୍ଜନା ଜମି ରହି ଦୁର୍ଗନ୍ଧ ହେଉଥିଲା। ଏନେଇ ‘ଧରିତ୍ରୀ’ରେ ରବିବାର ଖବର ପ୍ରକାଶ ପାଇବା…
ବିରୋଧୀଦଳ ନେତା ହେବା ନେଇ ପ୍ରଦୀପ୍ତଙ୍କୁ ସମ୍ବର୍ଦ୍ଧନା
ଭବାନୀପାଟଣା,୧୪।୮(ଡି.ଏନ୍.ଏ.): ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳର ନେତା ହେବା ପରେ ପ୍ରଥମକରି କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଏ ନେଇ କେସିଙ୍ଗା ବ୍ଲକର ଅମାଠଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଜପା କର୍ମୀ ଓ ନେତାଙ୍କ ସମେତ…
ପ୍ରେମିକ ପରିକ୍ଷୀତଙ୍କ ସହ ନିର୍ବନ୍ଧ କଲେ ନୀତି
ମୁମ୍ବାଇ: ପ୍ରଥମେ ବନ୍ଧୁତା ତା’ ପରେ ପ୍ରେମ, ଆଉ ଏବେ ବିବାହ। ଏଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ନୀତି ଟେଲରଙ୍କ ଜୀବନରେ। ଟେଲିଭିଜନ ଜଗତରେ ଜଣେ ଚୁଲବୁଲି ନାୟିକା ଭାବେ ନୀତିଙ୍କୁ ସମସ୍ତେ ଜାଣନ୍ତି। ଏବେ ସେ ହାତକୁ ଦୁଇ…
ଜମ୍ମୁ-କଶ୍ମୀର, ଲଦାଖର ବିଭିନ୍ନ କଲେଜକୁ ପଠାଗଲା ରାଖୀ
ହିଞ୍ଜିଳିକାଟୁ,୧୪।୮(ଡି.ଏନ୍.ଏ.): ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଭିନ୍ନସ୍ତରରେ ଭିନ୍ନଭିନ୍ନ ଆଲୋଚନା କରାଯାଉଛି। ତେବେ ସେଠାକାର କଲେଜ ଛାତ୍ରୀଛାତ୍ରଙ୍କୁ ସ୍ନେହ ଶ୍ରଦ୍ଧା ଜ୍ଞାପନ ପାଇଁ ହିଞ୍ଜିଳିକାଟୁ କଲେଜ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ଜମ୍ମୁ- କଶ୍ମୀର ଓ ଲଦାଖର…
୭ ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଯୋଡ଼ା,୧୪।୮(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାର ୭ନଂ. ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ଓ୍ବାର୍ଡର ପୋଷ୍ଟ ଅଫିସ ପଛପାର୍ଶ୍ୱରେ ଅଳିଆ ଆବର୍ଜନା ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ପୌରପାଳିକାରେ ନିୟୋଜିତ ଥିବା ସଫେଇ ଠିକାଦାରମାନେ ସଫା କରୁ ନ…
ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନୂତନ ନିଯୁକ୍ତି, ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର
ଭୁବନେଶ୍ୱର,୧୪।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଏନେଇ ନିଯୁକ୍ତି ପ୍ରସ୍ତାବକୁ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ, ସ୍ବେଚ୍ଛାକୃତ ଅବସର ନେବା ଲାଗି ପାଢ଼ୀ ଆବେଦନ…
ଜାତୀୟସ୍ତରରେ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ କ୍ଲବ ସମ୍ମାନିତ
ଭବାନୀପାଟଣା,୧୪।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ରୋଡରେ ଥିବା ଜୟଦୁର୍ଗା ହାଇସ୍କୁଲର ପଠାଣୀ ସାମନ୍ତ ବିଜ୍ଞାନ କ୍ଲବ ଜାତୀୟସ୍ତରରେ ସମ୍ମାନିତ ହୋଇଛି। ୨୦୧୮ ବର୍ଷ ପାଇଁ ଓଡ଼ିଶାର ଆଠଟି ବିଜ୍ଞାନ କ୍ଲବ ସହ ନର୍ଲା ରୋଡ ଜୟଦୁର୍ଗା ହାଇସ୍କୁଲକୁ ଏପରି ସମ୍ମାନ ମିଳିଛି।…
ରୋଗୀଙ୍କ ଗଳାରୁ ବାହାରୁଥିଲା ରକ୍ତ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର
ବ୍ରିଟେନ୍ରେ ରହୁଥିବା ୭୨ ବର୍ଷୀୟ ଅବସରପ୍ରାପ୍ତ ଇଲେକ୍ଟ୍ରିସିଆନ୍ ଜ୍ୟାକ୍ଙ୍କ ଗଳାରୁ ରକ୍ତ ବାହାରୁଥିଲା। ଜ୍ୟାକ୍ଙ୍କ ଗଳା ଦରଜ ହେବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା। ଅପରେଶନ୍ ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଏହାର କାରଣ ଜାଣି ଡାକ୍ତର…
ରେଳଧାରଣାରେ କଟି ଦାଦନ ମୃତ : ପରିବାରକୁ ସହାୟତାର ହାତ ବଢ଼ାଇଲା ଜିଲା ପ୍ରଶାସନ
ଭବାନୀପାଟଣା,୧୪।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ କସାବାହିର ଦିବାକର ହରିଜନ (୩୫) ଅଗଷ୍ଟ ୩ ତାରିଖ ଦାଦନ ଘଟିବାକୁ ଟ୍ରେନ ଯୋଗେ ଗୁଜୁରାଟ ଯାଉଥିଲେ। ତେବେ ୫ ତାରିଖ ସକାଳେ ବରଦଲି ଷ୍ଟେଶନରେ ଟ୍ରେନରୁ ପଡି ତାଙ୍କର ମୃତ୍ୟୁ ଘଟିଥିଲା।…
ଏଣିକି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ‘ମାନ୍ୟବର’ ସମ୍ବୋଧନ
ଭୁବନେଶ୍ୱର,୧୪।୮(ବ୍ୟୁରୋ): ଏଣିକି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ‘ମାନ୍ୟବର’ ସମ୍ବୋଧନ କରାଯିବ। ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସଭାସମିତିରେ ସମ୍ବୋଧନ କରିବା ସମୟରେ ‘ମାନ୍ୟବର’ ଭାବେ ସମ୍ବୋଧନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଫଳରେ…
Archives


