ଜମିରେ ଏନ୍ଟିପିସି ପାଉଁଶ ପାଣି
କଣିହାଁ, ୧୩ା୯(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ଏନ୍ଟିପିସି ବିଦ୍ୟୁତ୍ ପ୍ରକଳ୍ପର ଆଶପଣ୍ଡ ପାଉଁଶ ପାଣି ଯୋଗୁ ଅଞ୍ଚଳବାସୀ ନାନା ସମସ୍ୟା ଭୋଗୁଛନ୍ତି। ମଙ୍ଗଳବାର ରାତିରେ ଆଶପଣ୍ଡରୁ ପ୍ରବଳ ମାତ୍ରାରେ ପାଉଁଶ ପାଣି ବାହାରି ମସୁଣିହତା ଗ୍ରାମର ପ୍ରାୟ ଦେଢ ଏକର ଜମିରେ…
ଆକସ୍ମିକ ଯୁଦ୍ଧର ସଙ୍କେତ ଦେଲା ପାକ୍
ଜେନେଭା,୧୩-୯ (ଆଇଏଏନ୍ଏସ୍):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ଏବେ ‘ଆକସ୍ମିକ ଯୁଦ୍ଧ’ର ସଙ୍କେତ ଦେଇଛି। କଶ୍ମୀର ପ୍ରସଙ୍ଗରେ ଭାରତ ସହ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍ କୁରେଶୀ କହିଛନ୍ତି।…
୧୭ରୁ ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା: ୭ ଦିନ ଧରି ଚାଲିବ, ପଡ଼ିବ ୨୪୦ ଷ୍ଟଲ
ଅନୁଗୋଳ ଅଫିସ, ୧୩।୯-ଆସନ୍ତା ୧୭ ତାରିଖ ବିଶ୍ୱକର୍ମା ପୂଜା ଅବସରରେ ଅନୁଗୋଳ ଜିଲାର ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ। ୨୩ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ମୋଟ ୨୪୦ଟି ଷ୍ଟଲ ପଡ଼ିବ। ଜିଲା ଗ୍ରାମ୍ୟ…
ବାଲେଶ୍ୱର ସ୍ବାସ୍ଥ୍ୟବିକାଶ ସମିତିର ପ୍ରଥମ ବୈଠକ : ‘ଏଫ୍ଏମ୍ ମେଡିକାଲ କଲେଜ ସମସ୍ୟାର ସମାଧାନ ହେବ’
କଟକ ଅଫିସ,୧୩ା୯: ବାଲେଶ୍ୱରରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରଥମ ସ୍ବାସ୍ଥ୍ୟ ବିକାଶ ସମିତି ସାଧାରଣ ବୈଠକ ଗୁରୁବାର କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆରଡିସି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ…
ୟୁପି ମନ୍ତ୍ରୀଙ୍କ ‘ସୁପ୍ରିମକୋର୍ଟ ଆମର’ ମନ୍ତବ୍ୟକୁ ନିନ୍ଦା
ନୂଆଦିଲ୍ଲୀ,୧୩-୯: ‘ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ, କାରଣ ସୁପ୍ରିମକୋର୍ଟ ଆମର। ଏ ଦେଶ, ନ୍ୟାୟପାଳିକା ଓ ମନ୍ଦିର ସବୁ ଆମର।’ ୨୦୧୮ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ମନ୍ତ୍ରୀ ମୁକୁଟ ବିହାରୀ ବର୍ମା ଦେଇଥିବା ଏଭଳି ମନ୍ତବ୍ୟକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ…
କୁଇ ସମାଜ ପକ୍ଷରୁ ଥାନା ଘେରାଉ
କ.ନୂଆଗାଁ, ୧୩।୯- କନ୍ଧମାଳ ଜିଲା କୁଇ ସମାଜ ପକ୍ଷରୁ ଗୁରୁବାର କ.ନୂଆଗାଁ ଥାନା ଘେରାଉ କରାଯାଇଥିଲା। କୁଡୁଡୁଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଏବଂ ପି.ଇ.ଟି. ଶିକ୍ଷକ ସୁଶାନ୍ତ ବଳିୟାର ସିଂ…
ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ମାମଲା : ପକ୍ଷ ଶୁଣିବାକୁ ଏନ୍ଏଚ୍ଆର୍ସିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ଅଫିସ,୧୩ା୯: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି)ଙ୍କ ନିର୍ଦ୍ଦେଶ ଉପରେ ଗୁରୁବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏନ୍ଏଚ୍ଆର୍ସିଙ୍କ ଏହି ନିର୍ଦ୍ଦେଶକୁ ବର୍ତ୍ତମାନ କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…
ଶିବସେନାକୁ ୧୦୬ ଆସନ ଯାଚିଲା ଭାଜପା
ମୁମ୍ବାଇ,୧୩-୯(ପି.ଟି.): ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ଶେଷ ଆଡ଼କୁ ହେବାକୁ ଥିବାବେଳେ ଏଥିପାଇଁ ଶାସକ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଲାଗି ଆଲୋଚନା ଆରମ୍ଭ ହୋଇଛି। ଭାଜପା ସହଯୋଗୀ ଦଳକୁ ୧୦୬ଟି ଆସନ ଯାଚିଥିବା…
ଛତ୍ରପୁର କଲେଜରେ ଛାତ୍ରୀଛାତ୍ରଙ୍କ ଧାରଣା
ଛତ୍ରପୁର,୧୩ା୯(ଡି.ଏନ.ଏ.)- ଛତ୍ରପୁର ସରକାରୀ ବିଜ୍ଞାନ କଲେଜର ଛାତ୍ରୀଛାତ୍ର ଓ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଧାରଣା ଦିଆଯାଇଥିଲା। ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ପରୀକ୍ଷାଗତ ତ୍ରୁଟି ସୁଧାରିବା, ଯୁକ୍ତ ୩ ପଢ଼ା ସରିବା ପରେ ମଧ୍ୟ ପ୍ରମାଣପତ୍ର…
ନୂଆ ଆଇନ ଲାଗୁ ପରେ ଦୁର୍ଘଟଣା କମିଛି
ଭଞ୍ଜନଗର,୧୩।୯(ଡି.ଏନ.ଏ.)- ନୂଆ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁହାର ବହୁତ କମିଛି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ନୂଆ ଆଇନକୁ ୩ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ…
ଚିଦାମ୍ବରମଙ୍କୁ ଘର ଖାଦ୍ୟ ମନା
ନୂଆଦିଲ୍ଲୀ,୧୩-୯(ଆଇଏଏନ୍ଏସ୍):ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍ରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଘରରନ୍ଧା ଖାଦ୍ୟ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇନାହାନ୍ତି। ଜେଲ୍ର ସବୁ ଅନ୍ତେବାସୀଙ୍କ ପାଇଁ ଖାଦ୍ୟ ସମାନ ବୋଲି ଜଷ୍ଟିସ୍…
ମାନ୍ଦାବସ୍ଥାକୁ ନେଇ ଭାଜପା ଉପରେ ବର୍ଷିଲେ ସୋନିଆ:ଜନାଦେଶର ଦୁରୁପଯୋଗ ବିପଜ୍ଜନକ
ନୂଆଦିଲ୍ଲୀ,୧୩-୯(ପି.ଟି.):ଦେଶରେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଜନାଦେଶକୁ ଭାଜପା ସରକାର ବିପଜ୍ଜନକ ଭାବେ ଦୁରୁପଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଆର୍ଥତ୍କ ନୀତି ବିରୋଧରେ ଅକ୍ଟୋବର ୧୫ରୁ ୨୫ ତାରିଖ…
Archives


