ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି
ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଭେଟିଛନ୍ତି। ଲତାଙ୍କ ଘରକୁ ଯାଇ ରାଷ୍ଟ୍ରପତି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ…
ଦୁଲୀପ ଟ୍ରଫି ମ୍ୟାଚରେ ନାଡ଼ା ଡୋପ୍ ଟେଷ୍ଟ ଆରମ୍ଭ କରିବ
ନୂଆଦିଲ୍ଲୀ,୧୮।୮(ପି.ଟି.)- ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଆଗାମୀ ଦୁଲୀପ ଟ୍ରଫି ମ୍ୟାଚ୍ ଅବସରରେ ଭାରତୀୟ କ୍ରିକେଟରଙ୍କ ଡୋପ୍ ଟେଷ୍ଟ ଆରମ୍ଭ କରିବ। ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଚୁକ୍ତି କରିଥିବା…
ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସି ଜବତ, ୨ ଗିରଫ
ବଇଣ୍ଡା,୧୮।୮(ଡି.ଏନ୍.ଏ.) : ଅନୁଗୋଳ ଜିଲା ଆଠମଲିକ ବ୍ଲକ ଠାକୁରଗଡ଼ ଥାନା ଶିଣ୍ଡୋଳ ଗ୍ରାମରେ ରବିବାର ଏକ ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସିକୁ ଧଣ୍ଡାତୋପା ବନ ବିଭାଗ ଜବତ କରିଛି। ସେଥିରୁ ୧୦ କ୍ୱିଣ୍ଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ…
ମିନିବସ୍ ଚୋରି ଉଦ୍ୟମ : ଚାଳକଙ୍କୁ ଅଟକ ରଖି ପୋଲିସର ପଚରାଉଚରା
ଦିଗପହଣ୍ଡି,୧୮।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡରୁ ଯାତ୍ରୀବାହୀ ମିନିବସ୍ ନଂ ଓଆର- ୦୭- ୬୫୦୧କୁ ଚୋରି କରି ଜଣେ ଚାଳକ ନେଇ ଯାଉଥିବାବେଳେ ରବିବାର ଅପରାହ୍ନରେ ଡିଭାଇଡରରେ ପିଟି ଦେବାରୁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯିବାରୁ…
ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ମୁହଁ ଖୋଲିଲେ ପପୁ : ମୋ’ ଚିନ୍ତାଧାରାର ନୁହେଁ ଏହି ପୋଷ୍ଟର
ଭୁବନେଶ୍ୱର,୧୮।୮(ବ୍ୟୁରୋ) : ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦ ଘେରକୁ ଆସିଥିବା ଅଭିନେତା ପପୁ ପମ୍ପମ୍ ରବିବାର ମୁହଁ ଖୋଲିଛନ୍ତି। ଉକ୍ତ ପୋଷ୍ଟରଟି ମୋ’ ଚିନ୍ତାଧାରାର ନୁହେଁ, ମୁଁ ଭୁଲ କରିନାହିଁ। ବାହାରେ କିଏ ପୋଷ୍ଟର କରିଛନ୍ତି ଜାଣିନି। ସେଥିପାଇଁ…
ଦିନେ କୋହଲିଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଏବେ ସଚିନଙ୍କ ପୁଅକୁ କରୁଛନ୍ତି ଡେଟ୍
ଦିନେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି ଡାନିଏଲ୍ ଓ୍ବାଟ୍ ଏବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ପ୍ରେମରେ ପଡିଛନ୍ତି। ଉଭୟଙ୍କ ଲଣ୍ଡନରେ ଏକତ୍ର ବୁଲାବୁଲି କରୁଥିବାର ଦେଖାଯାଇଛି। ଅର୍ଜୁନ…
ଦୃଷ୍ଟିଶକ୍ତି ହରାଇଥିବା ୧୧ ଜଣଙ୍କୁ ପେନ୍ସନ୍ ଦିଅନ୍ତୁ ସରକାର: ଶିବରାଜ
ଭୋପାଳ,୧୮।୮: ନିକଟରେ ମୋତିଆବିନ୍ଦୁ ଅପରେଶନ କରି ମଧ୍ୟପ୍ରଦଶର ୧୧ ଜଣ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇଥିଲେ। ଏଥିରେ ତ୍ରୁଟିଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ଏମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।…
ମଧ୍ୟାହ୍ନଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ମୁଢ଼ି, ମିକ୍ସଚର
ଲୋଇସିଂହା,୧୮।୮(ଡି.ଏନ୍.ଏ.) : ସରକାର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସସାଁ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଶୁକ୍ରବାର ଭାତ ବଦଳରେ ମୁଢ଼ି ମିକ୍ସଚର ଦିଆଯାଇଥିବା ଅଭିଯୋଗ ହୋଇଛି। ଉକ୍ତ…
ଜେଟଲୀଙ୍କୁ ଦେଖିବାକୁ ଏମ୍ସ ଗଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୮।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ, ସ୍ବାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ପ୍ରମୁଖ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ) ଗସ୍ତ କରିଛନ୍ତି।…
ନେତାଜୀଙ୍କ ନିଖୋଜ ରହସ୍ୟ ସମ୍ପର୍କରେ ଜାଣିବାର ଅଧିକାର ଦେଶବାସୀଙ୍କର ରହିଛି: ମମତା
କୋଲକାତା,୧୮।୮: ନେତାଜୀ ସୁଭାଷ ବୋଷଙ୍କର ନିଖୋଜ ରହସ୍ୟ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ମନ୍ତବ୍ୟ ଦେଇଛନ୍ତି। ସେ ରବିବାର ଟୁଇଟ୍ କରି କହିଛନ୍ତି ଯେ,ଦେଶବାସୀଙ୍କର ଏ ସମ୍ପର୍କରେ ଜାଣିବାର ଅଧିକାର ରହିଛି। ୭୪ ବର୍ଷ ତଳେ ୧୯୪୫…
କୋହଲିଙ୍କ ଜୀବନରେ ଆଜି ସବୁଠୁ ଖାସ୍ ଦିନ, ଜାଣନ୍ତୁ କାହିଁକି
ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରକେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି। ଆଜିକୁ ଠିକ୍ ୧୧ବର୍ଷ ପୂର୍ବେ ଭାରତୀୟ…
କଂଗ୍ରେସରୁ ବାହାରିବେ କି ଶତ୍ରୁଘ୍ନ
ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଅଡୁଆ ଏବେ ବଢିଯାଇଛି। କାରଣ ଗତ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲାରେ ଯେଉଁ ଭାଷଣ ଦେଇଥିଲେ ଶତ୍ରୁଘ୍ନ ଏହାର ଖୁବ୍…
Archives


