Home

ରୋହିତ ପୂଜାରୀ ହେଲେ ବିଜେଡିର ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରୋହିତ ପୂଜାରୀ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ। ପୂର୍ବରୁ ଏହି ପଦବୀରେ ଥିବା ପ୍ରଣବ ବଳବନ୍ତ ରାୟଙ୍କୁ ବିଦା କରାଯାଇ ରୋହିତଙ୍କୁ ଅବସ୍ଥାପିତ କରାଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ତେବେ ଯାଜପୂର ଜିଲା…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ : ପୁଣି ବୁହାହେଲେ ଗର୍ଭବତୀ

କୋରୁକୋଣ୍ଡା,୨୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର କୁଡୁମୁଳୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡ଼ା ଗ୍ରାମକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀ ପୁଣି ଥରେ ବୁହା ହୋଇ ଡାକ୍ତରଖାନା ଯାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ନଙ୍ଗଳଗୁଡ଼ା ଗ୍ରାମର ହାତୀ ମାଡିଙ୍କ ସ୍ତ୍ରୀ ଚନ୍ଦ୍ରମା…

ମୋଦିଙ୍କ ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ଆମେରିକାରେ ନିର୍ବାଚନୀ ପ୍ରଚାର କରିଥିବା ବିରୋଧୀ କହିିଲେ

ଓ୍ବାଶିଂଟନ,୨୩।୯: ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୋଦି କଥା ଛଳରେ ସେଠାରେ କହିଥିଲେ ଯେ, ‘ଅବ୍‌…

ଗୁଜୁରାଣରେ ବାଧକ ସ୍ବଳ୍ପ ବେତନ : ଦୁର୍ଦ୍ଦିନରେ ଡ୍ୟାନ୍ସିଂ ହୋମ୍‌ଗାର୍ଡ ପ୍ରତାପ

ଭୁବନେଶ୍ୱର,୨୩।୯ : ହସ ହସ ମୁହଁରେ ଟ୍ରାଫିକ୍‌ ପୋଷ୍ଟରେ ଦିଅନ୍ତି ସିଗ୍‌ନାଲ। ଯଦି କେହି ହେଲ୍‌ମେଟ କିମ୍ବା ସିଟ୍‌ବେଲ୍ଟ ବାନ୍ଧି ନ ଥାନ୍ତି ସେ ତାଙ୍କର ସ୍ବତନ୍ତ୍ର ଭଙ୍ଗିରେ ଦିଅନ୍ତି ପରାମର୍ଶ। ଏହିପରି ସହରବାସୀଙ୍କ ହୃଦୟ ଜିଣିଥିବା ସୁପରିଚିତ ଡ୍ୟାନ୍ସିଂ ଟ୍ରାଫିକ୍‌…

ପୂର୍ବତନ ଭାରତୀୟ ଓପନର୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ମାଧବ ଆପ୍ଟେଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଅନେକ ଦିନ ହେବ ସେ ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଜ୍‌ କେଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।…

ବେକାର ସମସ୍ୟା-ଛଟେଇ- ଭିଡ଼ ହିଂସା ଆଦିକୁ ଛାଡ଼ି ଦେଲେ ଭାରତରେ ଅନ୍ୟ ସବୁ ସ୍ଥିତି ଭଲ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ କଡ଼ା ସମାଲୋଚନା କରିଛନ୍ତି। ତାଙ୍କୁ ସୋମବାର ତିହାର ଜେଲ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଭେଟିବାକୁ ଯାଇଥିଲେ। ଏହା…

ସାପକାମୁଡ଼ାରେ ଦୁଇ ଭଉଣୀଙ୍କ ଜୀବନ ଗଲା

ଅନୁଗୋଳ ଅଫିସ,୨୩।୯: ଅନୁଗୋଳ ସହର ବେନ୍ତପୁର ଅଞ୍ଚଳରେ ଦୁଇ ଭଉଣୀଙ୍କର ସାପ କାମୁଡ଼ାରେ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ବେନ୍ତପୁର ଅଞ୍ଚଳର ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍‌ (୧୩) ଓ ସୁଜାତା (୧୧)। ଦୁହେଁ ଘରେ ଶୋଇଥିବା ସମୟରେ ବିଳମ୍ବିତ…

ଓଡ଼ିଶାରେ ପୁଣିଥରେ ପୁଞ୍ଜି ନିବେଶ କରିପାରେ କୋରିଆ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ଥରେ ଓଡ଼ିଶାରେ ପୁଞ୍ଜି ନିବେଶ କରିପାରେ କୋରିଆ। କୋରିଆ ରାଷ୍ଟ୍ରଦୂତ ସିନ୍‌ ବଙ୍ଗ୍‌କିଲଙ୍କ ସହ ୪୬ ଜଣିଆ ଶିଳ୍ପ ପ୍ରତିନିଧି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ପୋସ୍କୋ ବହୁ ବାଧାବିଘ୍ନର…

୨୦୨୧ରେ ହେବ ଡିଜିଟାଲ ଜନଗଣନା: ଶାହ

ନୂଆଦିଲ୍ଲୀ,୨୩।୯: ଆସନ୍ତା ୨୦୨୧ରେ ଦେଶରେ ଡିଜିଟାଲ ଜନଗଣନା କରାଯିବ। ଏଥିରେ ମୋବାଇଲ୍‌ ଆପ୍‌ ବ୍ୟବହୃତ ହେବ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଏହା ସହିତ ଏକ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବହୁବିଧ ପରିଚୟ ପତ୍ର ପ୍ରସ୍ତୁତି ନେଇ…

ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା

ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି। ୩୯ ନମ୍ବର ସ୍ଥାନରେ ଥିବା ଅନୁଷ୍କା ଉକ୍ତ ତାଲିକାର ସର୍ବ କନିଷ୍ଠା ମହିଳା ବୋଲି…

ଉପକାରୀ ଗୁଡ଼

ଗୁଡ ଖାଇଲେ ତାହା ଶରୀରକୁ ଉଷ୍ଣ ରଖିଥାଏ। ଥଣ୍ଡା, କାଶ, କଫଜନିତ ସମସ୍ୟା ସହ ଜଡ଼ିତ କି ? ଯଦି ହଁ, ତେବେ ପ୍ରତିଦିନ ଅଳ୍ପ ଗୁଡ଼ ଖାଇଲେ ତାହା ଏଥିରୁ ଅନେକାଂଶରେ ଉପଶମ ଦେଇଥାଏ। ଆଇରନ୍‌ ପରିମାଣ କମ୍‌ ଥିଲେ…

ଆସୁଛି ସାମୁଦ୍ରିକ ଝଡ଼ ‘ହିକ୍କା’ ୨୫ରେ ଉପକୂଳ ଛୁଇଁବା ସମ୍ଭାବନା

ନୂଆଦିଲ୍ଲୀ,୨୩।୯: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ସୋମବାର ଏହା ଆରବ ସାଗର ମଧ୍ୟରେ ସୃଷ୍ଟି ହାଇଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri