Posted inଜାତୀୟ

ଅଯୋଧ୍ୟା ମାମଲାରେ ହିନ୍ଦୁ ପକ୍ଷଙ୍କ ଯୁକ୍ତି: ଐତିହାସିକ ଭୁଲ୍‌ର ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାରେ ମଙ୍ଗଳବାର ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ ସେମାନଙ୍କ ଯୁକ୍ତି ରଖିଥିଲେ। ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନରେ ସମ୍ରାଟ ବାବର ମସ୍‌ଜିଦ ନିର୍ମାଣ କରି ଯେଉଁ ଐତିହାସିକ ଭୁଲ୍‌ କରିଛନ୍ତି, ତାହାର ସଂଶୋଧନ ହେବା ଆବଶ୍ୟକ ବୋଲି ହିନ୍ଦୁ ପକ୍ଷର ଓକିଲ କହିଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ହିନ୍ଦୁ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଆଟର୍ନି ଜେନେରାଲ ତଥା ବରିଷ୍ଠ ଆଇନଜୀବୀ କେ. ପରାସରନ କହିଥିଲେ, ଅଯୋଧ୍ୟାରେ ଅନେକ ମସ୍‌ଜିଦ ରହିଛି। ସେଠାରେ ମୁସଲମାନମାନେ ନମାଜ ପାଠ କରିପାରିବେ। କିନ୍ତୁ ଭଗବାନ ରାମଙ୍କ ଜନ୍ମସ୍ଥାନକୁ ହିନ୍ଦୁମାନେ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।
ବାବର ଭାରତକୁ ନିଜ ଶାସନାଧୀନକୁ ନେବା ପରେ ନିଜକୁ ଆଇନର ଊର୍ଦ୍ଧ୍ୱରେ ବୋଲି ଦର୍ଶାଇବା ପାଇଁ ରାମଙ୍କ ଜନ୍ମସ୍ଥାନରେ ମସ୍‌ଜିଦ ନିର୍ମାଣ କରିଥିଲେ ବୋଲି ପରାସରନ କହିଥିଲେ। ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିର ରହିଛନ୍ତି। ଅଯୋଧ୍ୟାର ୨.୭୭ ଏକର ବିବାଦୀୟ ଜମିରୁ କିପରି ମୁସଲମାନମାନଙ୍କୁ ବେଦଖଲ କରାଯିବ ବୋଲି ସେମାନେ ପରାସରନଙ୍କୁ ପ୍ରଶ୍ନ କରିଥିଲେ। ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସ୍‌ଜିଦକୁ ଭାଙ୍ଗିଦିଆଯାଇଥିଲା। ଏକଦା ମସ୍‌ଜିଦ ଥିବାରୁ ସେଠାରେ ସବୁଦିନ ପାଇଁ ମସ୍‌ଜିଦ ରହିଛି ବୋଲି ଧରାଯିବ। ଏଥିରେ ଏକମତ କି ବୋଲି ପରାସରନଙ୍କୁ ସାମ୍ବିଧାନିକ ପୀଠ ପ୍ରଶ୍ନ କରିଥିଲେ। ସେ ଏହାକୁ ସମର୍ଥନ କରନ୍ତି ନାହିଁ। ମସ୍‌ଜିଦ ପୂର୍ବରୁ ସେଠାରେ ମନ୍ଦିର ଥିବାରୁ ସବୁବେଳେ ଏହାକୁ ମନ୍ଦିର ଭାବେ ଧରାଯିବ ବୋଲି ସେ ଜବାବ ରଖିଥିଲେ। ବିବାଦୀୟ ସ୍ଥାନରେ ଏବେ ମନ୍ଦିର କିମ୍ବା ମସ୍‌ଜିଦ ନାହିଁ। ମୁସଲମାନ ପକ୍ଷ ସମ୍ପତ୍ତି ଉପରେ ଡିକ୍ରୀ ଘୋଷଣା ଲାଗି ଯୁକ୍ତି କରିଆସୁଛନ୍ତି ବୋଲି ଅଦାଲତ କହିଥିଲେ। ଏହିପରି ପରାସରନଙ୍କୁ ସେମାନେ ଏକାଧିକ ପ୍ରଶ୍ନ କରିବା ପରେ ହିନ୍ଦୁ ପକ୍ଷଙ୍କୁ ଯଥେଷ୍ଟ ପ୍ରଶ୍ନ କରାଗଲା କି ବୋଲି ସିଜେଆଇ ମୁସଲମାନ ପକ୍ଷର ଓକିଲ ରାଜୀବ ଧାଓ୍ବନଙ୍କୁ ପଚାରିଥିଲେ। ସୂଚନାଯୋଗ୍ୟ ସୋମବାର ଶୁଣାଣି ବେଳେ ହିନ୍ଦୁ ପକ୍ଷଙ୍କୁ ପ୍ରଶ୍ନ କରାଯାଉ ନ ଥିବା ଧାଓ୍ବନ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri