କ୍ରୀଡ଼ାକୁ ପ୍ରୋତ୍ସାହନ:ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ମଧ୍ୟରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ନିକଟରେ ଶେଷ ହୋଇଥିବା ଇଣ୍ଡିଆ ସ୍ପୋର୍ଟସ ସମିଟ୍‌ରେ ଏଥିପାଇଁ ରାଜ୍ୟକୁ ପୁରସ୍କୃତ କରାଯାଇଛି। କ୍ରୀଡ଼ା ସଚିବ ବିଶାଳ ଦେବ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇ ଏହି ସର୍ବୋଚ୍ଚ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି। ପୁରସ୍କାର ଗ୍ରହଣ କରିବା ପରେ ବିଶାଳ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବୃହତ୍‌ ପଦକ୍ଷେପ ନେଇଛନ୍ତି। ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ହବରେ ପରିଣତ କରିବାକୁ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି।
ରାଜ୍ୟ ସରକାର ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ଦିଗରେ ସମସ୍ତ ପଦକ୍ଷେପ ନେଉଛନ୍ତି। ଏହି ଲକ୍ଷ୍ୟକୁ ହାସଲ କରିବାକୁ ରାଜ୍ୟ ସରକାର ୨୦୧୯-୨୦ ବଜେଟରେ ୨୬୬.୩୧ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ରାଜ୍ୟର ଏକ ନୂତନ ଭାବମୂର୍ତ୍ତି ତିଆରି କରିବାରେ ସଫଳ ହୋଇ ପାରିଛି। ଫିଟ ଇଣ୍ଡିଆ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ଓ ଦକ୍ଷତା ରହିଛି। ଗ୍ରାମାଞ୍ଚଳରେ ୭୦ ପ୍ରତିଶତ ଲୋକ ବାସ କରୁଛନ୍ତି। ଏଥିପାଇଁ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯିବାର ଆବଶ୍ୟକତା ରହିଛି । କ୍ରୀଡ଼ା ବିଭାଗ ମଧ୍ୟ ଗ୍ରାମାଞ୍ଚଳକୁ ଅଧିକ ଫୋକସ ଦେବା ସହ ନୂତନ ପ୍ରତିଭା ଅନୁସନ୍ଧାନରେ କାର୍ଯ୍ୟ କରୁଛି ବୋଲି କ୍ରୀଡ଼ା ସଚିବ କହିଛନ୍ତି ।
ସୁନ୍ଦରଗଡ଼ ଏକ ଆଦିବାସୀ ବହୁଳ ଜିଲା। ଏହି ଜିଲାରୁ ବହୁ ହକି ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର କ୍ରୀଡ଼ା ନୌପୁଣ୍ୟକୁ ପ୍ରଦର୍ଶନ କରି ଆସୁଛନ୍ତି। ସେହିପରି ଗଞ୍ଜାମ ଓ ପୁରୀ ଜିଲାରେ ଭାରୋତ୍ତୋଳନ ଓ କୁସ୍ତି କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଛି। ଗ୍ରାମାଞ୍ଚଳରୁ ଲୁକାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଖୋଜି ବାହାର କରିବା ସକାଶେ ରାଜ୍ୟ ସରକାର ୪ଟି ସହରରେ ୪ଟି କ୍ରୀଡ଼ା କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?