ରେଲ୍‌ଓ୍ବେ ସୁରକ୍ଷା କମିଟି ବୈଠକ:କଡ଼ା ସୁରକ୍ଷାରେ ରହିବ ବଡ଼ ଷ୍ଟେଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଟ୍ରେନ ଯାତ୍ରୀ ଓ ରେଲ୍‌ଓ୍ବେ ସମ୍ପତ୍ତିର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ୫ ବଡ଼ ଷ୍ଟେଶନକୁ ଅତି ସମ୍ବେଦନଶୀଳ ଭାବେ ନିଆଯାଇଛି। ଏହି ଷ୍ଟେଶନଗୁଡିକ କଡ଼ା ସୁରକ୍ଷା ବଳୟରେ ରହିବ। ରେଲ୍‌ଓ୍ବେ ସୁରକ୍ଷା କମିଟି ବୈଠକରେ ଯୋଗଦେବା ଅବସରରେ ପୋଲସ ଡିଜି ବି.କେ. ଶର୍ମା ଏହା କହିଛନ୍ତି।
ବୈଠକ ପରେ ସେ କହିଥିଲେ, ଷ୍ଟେଶନରେ ଯାତ୍ରୀଙ୍କଠାରୁ ହେଉଥିବା ଚୋରି ଓ ଲୁଟ୍‌ ବନ୍ଦ ପାଇଁ ଆଲୋଚନା କରାଯାଇଛି। ବଡ଼ ଷ୍ଟେଶନଗୁଡ଼ିକରେ ଶତପ୍ରତିଶତ ସିସି ଟିଭି ଓ ସ୍କାନର ଲଗାଯିବ। ଯେଉଁଠି ଲାଗିନାହିଁ ସେଠାରେ ତୁରନ୍ତ ଏସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଲଗେଜରେ ବିସ୍ଫୋରକ କିମ୍ବା ଅନ୍ୟ ସାମଗ୍ରୀ ଚାଲାଣ ଧରିବାକୁ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଉଛି। ତେଣୁ ଅଧିକ ବ୍ୟାଗେଜ୍‌ ସ୍କାନର ଲଗାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନେକ ଷ୍ଟେଶନ ଖୋଲାମେଲା ଥିବାରୁ ଅପରାଧୀମାନେ ଆଡ୍ଡା ଜମାଉଛନ୍ତି। ତେଣୁ ସବୁ ରେଲଓ୍ବେ ଷ୍ଟେଶନ ଉଭୟ ପଟେ ପାଚେରି କରିବାକୁ କୁହାଯାଇଛି। ପ୍ଲାଟଫର୍ମରେ କାର୍ଯ୍ୟରତ ଭେଣ୍ଡର ଓ ହକରଙ୍କ ମଧ୍ୟରୁ ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ ଚିହ୍ନଟ କରାଯାଇ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। ୨୦୧୭ରେ ମାଓବାଦୀମାନେ ବିସ୍ଫୋରଣ କରି ରେଳ ଟ୍ରାକ୍‌କୁ ଉଡ଼ାଇ ଦେଇଥିଲେ। ତେଣୁ ମାଓବାଦୀପ୍ରବଣ ଅଞ୍ଚଳରେ ରେଲ୍‌ଓ୍ବେ ଟ୍ରାକ୍‌ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଷ୍ଟେଶନ, ପ୍ଲାଟଫର୍ମ, ଟ୍ରାକ୍‌ ପରି ରେଲଓ୍ବେ କଲୋନୀ ଉପରେ ନଜର ରଖାଯିବ। ସବୁ ଷ୍ଟେଶନ ପାଇଁ ଅଗ୍ନିନିରାପତ୍ତା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବ। ଅଗ୍ନିଶମ ବିଭାଗ ଷ୍ଟେଶନ ଯାଇ ଅଡିଟ୍‌ କରି ପ୍ରମାଣପତ୍ର ଦେବେ ବୋଲି ପୋଲିସ ଡିଜି ଶର୍ମା କହିଛନ୍ତି।
ରେଲ୍‌ଓ୍ବେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ଜିଆର୍‌ପି, ଆର୍‌ପିଏଫ୍‌ ଏବଂ ରେଲ୍‌ଓ୍ବେ ଅଧିକାରୀଙ୍କ ସମନ୍ବୟରେ କିଭଳି ସୁରକ୍ଷା କାର୍ଯ୍ୟ ସୁରୁଖୁରୁରେ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ରାଉରକେଲା ଏବଂ କଟକ ଜିଆର୍‌ପି ରେଲ୍‌ଓ୍ବେରେ ଗତ ୩ବର୍ଷ ମଧ୍ୟରେ ଅପରାଧ ଘଟାଇଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଫଟୋ ସହ ତାଲିକା ସିସିଟିଏନ୍‌ଏସ୍‌ରେ ଅପ୍‌ଲୋଡ୍‌ କରିବା ସହ ଆରପିଏଫ୍‌କୁ ଦେଇଛନ୍ତି। ଏହି ଅପରାଧୀଙ୍କ ସମ୍ପର୍କରେ ଆଗୁଆ ସୂଚନା ମିଳିଲେ ତୁରନ୍ତ ପଦେକ୍ଷପ ଗ୍ରହଣ କରାଯିବ। ଏହାସହ ନିଶାଦିଆ ଲୁଟେରା ବିଭିନ୍ନ ସମୟରେ ଯାତ୍ରୀଙ୍କୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଯାତ୍ରୀଙ୍କୁ ସଚେତନ କରାଯିବ। ଜିଆର୍‌ପି ହ୍ବାଟ୍ସଆପ୍‌ ଗ୍ରୁପ କରି ଆର୍‌ପିଏଫ୍‌କୁ ଏଥିରେ ଆଡମିନ୍‌ କରି ଗୋଇନ୍ଦା ଖବର ଆଦାନ ପ୍ରଦାନ କରିବାକୁ କୁହାଯାଇଛି। ଅଯଥାରେ ରେଳରୋକୋ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ବୈଠକରେ ଗୋଇନ୍ଦା ଏଡିଜି ଆର୍‌.କେ. ଶର୍ମା, ଏସ୍‌ଆଇପିର ଯୁଗ୍ମ ନିର୍ଦ୍ଦେଶକ ଭି. ଶର୍ମା, ଆର୍‌ପିଏଫ୍‌ ଆଇଜି ଏସ୍‌.ସି. ପାରହୀ(କଲିକତା), ଆର୍‌ପିଏଫ୍‌ ଆଇଜି ରାଜା ରାମ (ଭୁବନେଶ୍ୱର), ଆର୍‌ପିଏଫ୍‌ ଆଇଜି (ବିଳାସପୁର) ଆର.ଏସ୍‌. ଚୌହାନ, ସିଟିଇ(ଭୁବନେଶ୍ୱର) ଜେ. ପରିଡା, ଡିଇଏନ୍‌ ସି.ଭି. ନାୟକ, ଏସ୍‌ଆର୍‌ପି ରାଉରକେଲା ଟି. ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri