ମଝି ରାସ୍‌ତାରେ ବଁଧର ଭରମ୍‌

ସିନାପାଲି, ୧୬।୧୦ (ଡି.ଏନ୍‌.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ ସିଙ୍ଗଝର-ଦେଭୋଗ ରାସ୍‌ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛେ। ହେଲେ ରାସ୍‌ତାଟା ଠିକ୍‌ ହିସାବେ ତିଆର ନାଇଁ ହେଇ। ଯେନ୍‌ଥିରଲାଗି ରାସ୍‌ତା ମଝିରେ ପୁଚ୍‌କୁନା ପାଏନ୍‌ ଜମି ଗୁଟେ ବଁଧ୍‌ର ଭରମ୍‌ ସୁରୁଷ୍‌ଟି କରୁଛେ। ରାସ୍‌ତାର ଏନ୍‌ତା ଅବସ୍‌ତା ଲାଗି ସିଙ୍ଗଝର ଗଁାବାସୀ ବଡ଼ଭାରି ସମସିଆର ସାମନା କରୁଛନ୍‌।
ସୂଚନା ହିସାବେ ଇ ରାସ୍‌ତାଟା ସିନାପାଲି ବ୍ଲକରୁ ଛତିଶଗଡ଼ ରାଏଜ୍‌ର ଦେଭୋଗ ବ୍ଲକ ସଂଗେ ଯୁଡ଼ି ହେଇଛେ। ଇତାର ବାହାରେ ରାସ୍‌ତାଟା କଳାହାଣ୍ଡି ଜିଲା ଧର୍ମଗଡ଼ ଭାୟା ଭବାନୀପାଟଣା ସଂଗେ ଯୁଡ଼ି ହେଇଛେ। ହେଲେ ଇ ରାସ୍‌ତାରେ ହରମେଶା ମଏଲା ପାଏନ୍‌ ଜମା ହେବାର ଲାଗି ମଶା, ମାଛି ଆର ଦୁରଗଁଧ୍‌ରେ ଥାନୀଅ ଲୋକ୍‌ ଉନ୍‌ମୁଦା ହେଇଯାଉଛନ୍‌। ଇ ସମସିଆର ସମାଧାନ ଲାଗି ଗଁାବାସୀ ଅନେକ ଥର ପରଶାସନକେ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସିଙ୍ଗଝର ଗଁାଟା ସିନାପାଲି ବ୍ଲକର ଗୁଟେ ପୁରାତନ ଗଁା। ଇ ଗଁାରେ ସବୁ ଜାତିର ପାଖାପାଖି ୭ ଶହ ଲୋକ୍‌ ବାସ କରୁଛନ୍‌। ବହୁତ୍‌ ବଛର ହେଲା ଇଠାନେ ଗୁଟେ ସାପ୍‌ତାହିକ ବଜାର ବସୁଛେ। ହେଲେ ରାସ୍‌ତାରେ ପୁଚ୍‌କୁନା ପାଏନ୍‌ ଜମା ହେବାର ଲାଗି ରାସ୍‌ତାରେ ଗଲାଆଏଲା ଲୋକ୍‌ ବଡ଼ଭାରି ସମସିଆର ସାମନା କରୁଛନ୍‌। ଇ ବାବ୍‌ଦେ ଖଡ଼ିଆଳ ପୂର୍ତ୍ତ ବିଭାଗ ଡିଭିଜନ ନିର୍ବାହୀ ଯନ୍ତ୍ରୀ କିଶୋର କୁମାରକୁଁ ପଚରାଲାରୁ ଦାଇତିଅରେ ଥିବାର ସିନାପାଲି ଯନ୍ତ୍ରୀକୁଁ ପଚାରି ବୁଝୁଛେଁ, ବହୁତ୍‌ ଜଲ୍‌ଦି ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri