Home

ପାକିସ୍ତାନକୁ ଆମେରିକାର ତାଗିଦ: ହାଫିଜ, ଆଝାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନ୍ୟୁୟର୍କ,୨୮।୯(ପି.ଟି.): ଭାରତ ସହ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବାକୁ ହେଲେ ହାଫିଜ ସୟିଦ, ମାସୁଦ ଆଝାରଙ୍କ ଭଳି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମେରିକା ପାକିସ୍ତାନକୁ କହିଛି। ଦୁଇଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଇସ୍‌ଲାମାବାଦର ସୀମାପାର ଅନୁପ୍ରବେଶ…

ହନିଟ୍ରାପ୍‌ ଗୁମର ଖୋଲିଲେ କିଙ୍ଗ୍‌ପିନ୍‌ ଶ୍ୱେତା: ୨୪ ଛାତ୍ରୀଙ୍କୁ କରାଯାଇଥିଲା ଭିଆଇପିଙ୍କ ଶଯ୍ୟାସଙ୍ଗିନୀ

ଇନ୍ଦୋର,୨୮।୯: ମଧ୍ୟପ୍ରଦେଶ ହନିଟ୍ରାପ୍‌ର ଗୁମର ଖୋଲିବା ସହ ବହୁ ରହସ୍ୟପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ୧୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ୮ ପୂର୍ବତନ ମନ୍ତ୍ରୀ ହନିଟ୍ରାପ୍‌ରେ ଫସିଥିବାବେଳେ କିଙ୍ଗପିନ୍‌ କୁହାଯାଉଥିବା ଶ୍ୱେତା ଜୈନ ଏସ୍‌ଆଇଟି ଆଗରେ ଶୁକ୍ରବାର ଗୁମର ଖୋଲିଛନ୍ତି।…

କୋର୍ଟରେ ହାଜର ହେଲେ କଲ୍ୟାଣ ସିଂ

ଲକ୍ଷ୍ନୌ,୨୮।୯(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ବରିଷ୍ଠ ଭାଜପା ନେତା କଲ୍ୟାଣ ସିଂ ଶୁକ୍ରବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ତାଙ୍କୁ ଜାମିନ ପ୍ରଦାନ କରିବା ସହ ବ୍ୟକ୍ତିଗତ ହାଜର ହେବାରୁ ବାଦ୍‌ ଦେଇଛନ୍ତି।…

ଏରସମା ଫାଶୀ ଦଣ୍ଡାଦେଶ ମାମଲା: ନଥିପତ୍ର ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୮।୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗତ ୧୦ତାରିଖରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ନିମ୍ନ ଅଦାଲତଙ୍କ…

ଓ୍ବାଟର ପ୍ୟୁରିଫାୟର ଦେବା ଆଳରେ ଦେଢ଼ କୋଟି ଠକେଇ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ହରିୟାଣାର ଏକ ସଂସ୍ଥା ଓ୍ବାଟର ପ୍ୟୁରିଫାୟର ଯୋଗାଇବା ଆଳରେ ପ୍ରାୟ ଦେଢ କୋଟି ଟଙ୍କା ଠକିନେଇ ଫେରାର ହୋଇଯାଇଛି। ପ୍ରାୟ ୩୨୭ ଜଣ ବ୍ୟକ୍ତି ଏହି ଠକାମିର ଶିକାର ହୋଇ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁରେ ଅଭିଯୋଗ…

ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଓଡ଼ିଆ ଝିଅ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସାଉଥ୍‌ ସୁପରଷ୍ଟାର୍‌ ତଥା ପ୍ରଖ୍ୟାତ ଅଭିନେତା ରଜନୀକାନ୍ତଙ୍କ ସହ ବଡ଼ ପରଦାରେ ଅଭିନୟ କରିବେ ଓଡ଼ିଶାର ଦେବୋସ୍ମିତା ପଟ୍ଟନାୟକ। ରଜନୀକାନ୍ତଙ୍କ ଆଗାମୀ ଫିଲ୍ମରେ ସେ ନଜରକୁ ଆସିବେ। ତାମିଲ୍‌ ଫିଲ୍ମ ‘ଦରବାର’ରେ ଅଭିନୟ ପାଇଁ ଦେବୋସ୍ମିତାଙ୍କୁ ସୁଯୋଗ ମିଳିଥିବାବେଳେ…

ଆଉ ଏକ ଡ୍ରୋନ୍‌ ଠାବ

ଅଟ୍ଟାରୀ,୨୮।୯(ପି.ଟି.): ପଞ୍ଜାବ ପୋଲିସ ସୀମାନ୍ତ ଗ୍ରାମରୁ ଆଉ ଏକ ପାକିସ୍ତାନୀ ଡ୍ରୋନ ଶୁକ୍ରବାର ଠାବ କରିଛି। ତିନି ଦିନ ମଧ୍ୟରେ ଏହା ଦ୍ୱିତୀୟ ଡ୍ରୋନ୍‌। ଏହି ଡ୍ରୋନ୍‌ ସହାୟତାରେ ସୀମା ଆରପଟୁ ପଞ୍ଜାବକୁ ଅସ୍ତ୍ର ଓ ଗୁଳିଗୋଳା ଆସୁଥିଲା ବୋଲି ପୋଲିସ…

ଅଜିତ ପାଓ୍ବାରଙ୍କ ଇସ୍ତଫା

ମୁମ୍ବାଇ,୨୮।୯:ମନିଲଣ୍ଡରିଂ ମାମଲାରେ ଇଡି ତଦନ୍ତର ସମ୍ମୁଖୀନ ହୋଇଥିବା ବରିଷ୍ଠ ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ନିଷ୍ପତ୍ତିର କାରଣ ସମ୍ପର୍କରେ ଜଣାପଡିନାହିଁ।

ପାକିସ୍ତାନ ନାଁ ନେଲେନି ମୋଦି

ଜାତିସଂଘ,୨୮।୯(ପି.ଟି.): ୟୁଏନ୍‌ଜିଏ ଅଧିବେଶନରେ ଉଦ୍‌ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଁ ନେଇନାହାନ୍ତି। ଜାତିସଂଘରେ ପାକିସ୍ତାନ ନାଁ ନ ନେବା ଗତ ୮ ବର୍ଷ ମଧ୍ୟରେ ଏହା ପ୍ରଥମ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଜଳବାୟୁ ପରିବର୍ତ୍ତନ, ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ…

ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଅକ୍ଟୋବର ୨ରେ ବଡ଼ଦାଣ୍ଡରେ ଶୋଭାଯାତ୍ରା

ପୁରୀ ଅଫିସ, ୨୮।୯: ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋବର ୨ ତାରିଖରୁ ଆହୁରି ଜୋର୍‌ଦାର କରାଯିବ। ଏ ସଂକ୍ରାନ୍ତରେ ଏକ ବୈଠକ ଜିଲାପାଳ ବଲୱନ୍ତ ସିଂଙ୍କ…

ତପନ ମିଶ୍ରଙ୍କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ପର୍ଯ୍ୟଟନ ଶିଳ୍ପକୁ ସର୍ବକାଳୀନ ଅବଦାନ ପାଇଁ ଜଗତସିଂହପୁର ଜିଲା ନାରଦୀୟା ଗ୍ରାମରେ ଜନ୍ମିତ ତପନ କୁମାର ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଜଣେ ସ୍ବୀକୃତିପ୍ରାପ୍ତ ଟୁରିଷ୍ଟ…

ମୋଦିଙ୍କୁ ରାଷ୍ଟ୍ରପତି କହିଲେ ଇମ୍ରାନ୍‌

ଜାତିସଂଘ,୨୮।୯(ପି.ଟି.): ୟୁଏନ୍‌ଜିଏ ଅଧିବେଶନରେ ଉଦ୍‌ବୋଧନ ଦେବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତୁଣ୍ଡ ଖସିଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ରାଷ୍ଟ୍ରପତି ବୋଲି କହିଥିଲେ। କ୍ରିକେଟରରୁ ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ୍‌ ଗତ ଏପ୍ରିଲରେ ଇରାନ ରାଷ୍ଟ୍ରପତି ହାସନ ରୁହାନିଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri