ଟ୍ରକ୍‌ କରିଡର ଏବେ ମରଣଯନ୍ତା :ହାତ ଟେକିଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ

ପାରାଦୀପ,୨୧।୧୦(ଡି.ଏନ୍‌.ଏ.): ପାରାଦୀପର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪ କି.ମି. ଟ୍ରକ୍‌ କରିଡର (ଟ୍ରକ୍‌ ଚଳାଚଳ କରୁଥିବା ରାସ୍ତା) ଏବେ ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ମରାମତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ପ୍ରାୟତଃ କେବଳ ଟ୍ରକ୍‌ ଚଳାଚଳ କରିଥାଏ। ରାସ୍ତାରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ପ୍ରତ୍ୟେହ ୧୦ରୁ ଅଧିକ ଟ୍ରକ୍‌ର ଚେସିସ୍‌ ପତି ଭାଙ୍ଗୁଛି। ତେଣୁ ଉକ୍ତ ରାସ୍ତା ମରାମତି କରିବା ପାଇଁ ପାରାଦୀପର ସମସ୍ତ ୭ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଏକାଧିକବାର ୫ନଂ(କ) ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରାଗଲାଣି। ମାତ୍ର ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଉକ୍ତ ରାସ୍ତାର ଇତିହାସ ଓ ମାଲିକାନା ଏତେ ଦ୍ୱନ୍ଦ୍ୱାତ୍ମକ ଯେ ତାହା କିଏ ମରାମତି କରିବ ତାହା ନିର୍ଣ୍ଣୟ କରିହେନି। ଅପରପକ୍ଷେ ରାସ୍ତା ଦୂରାବସ୍ଥାକୁ ନେଇ ଟ୍ରକ୍‌ ଚାଳକ ଓ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। କୌଣସି ଦିନ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଟ୍ରକ ମାଲିକମାନେ ରାଜପଥରେ ଗାଡ଼ି ରଖି ଆନ୍ଦୋଳନ କରିପାରନ୍ତି ବୋଲି କୁହନ୍ତି ଜଗନ୍ନାଥ ଟ୍ରକ୍‌ ମାଲିକ ସଂଘର ଉପସଭାପତି ପ୍ରକାଶ ଜେନା। ସୂଚନାଯୋଗ୍ୟ ଯେ, ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୫ ନଂ(କ) ଜାତୀୟ ରାଜପଥର ୪ଲେନ୍‌ ରାସ୍ତା ବ୍ୟତିରେକ ଆଉ ଏକ ଲେନ୍‌ ବା ଟ୍ରକ୍‌ କରିଡର ରାସ୍ତା ରାଜପଥ କର୍ତ୍ତୃପକ୍ଷ ଓ ପରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ବୁଝାମଣା ଭିତରେ ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତା ପାଇଁ ସେତେବେଳେ ପାରାଦୀପ ବନ୍ଦର ଅର୍ଥ ଦେଇଥିଲା। ରାଜପଥ କର୍ତ୍ତୃପକ୍ଷ ରାସ୍ତା ତିଆରି କରିଥିଲେ। ଉକ୍ତ ରାସ୍ତା ହେବା ପରେ ସେଥିରେ କେବଳ ଚଣ୍ଡିଖୋଲ ପଟୁ ଆସୁଥିବା ଲୁହାପଥର ଟ୍ରକ୍‌ ଲାଇନ୍‌ରେ ବନ୍ଦର ଭିତରକୁ ପ୍ରବେଶ କରୁଛି। କହିବାକୁ ଗଲେ ଉକ୍ତ ଟ୍ରକ୍‌ କରିଡର କେବଳ ପ୍ରବେଶ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାନ ବେଳେ ୪ଲେନ୍‌ ରାସ୍ତାରେ ଟ୍ରକ୍‌ ଯାଇଥାଏ। ରାସ୍ତା ନିର୍ମାଣ ବେଳେ ମରାମତି ପ୍ରସଙ୍ଗକୁ ଦୁଇ କର୍ତ୍ତୃପକ୍ଷ ଧ୍ୟାନ ଦେଇ ନ ଥିଲେ। ଏବେ ସେହି ରାସ୍ତା ମରାମତି ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ମରାମତି ପାଇଁ ୫୦ ଲକ୍ଷରୁ ୧ କୋଟି ଟଙ୍କା ଲାଗିପାରେ ବୋଲି ଜନୈକ ଯନ୍ତ୍ରୀ କହିଛନ୍ତି। ଏବେ ସେହି ପ୍ରସଙ୍ଗ ଉଠିବାରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କହୁଛନ୍ତି ଯେ ଉକ୍ତ ରାସ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମରାମତି କରିବେ। କାରଣ ତାହା ତାଙ୍କ ରାସ୍ତା। ରାଜପଥ କର୍ତ୍ତୃପକ୍ଷ କହୁଛନ୍ତି ଯେ, ୪ ଲେନ ବିଶିଷ୍ଟ ରାସ୍ତା ତାଙ୍କ ଅଧୀନରେ ରହିଛି। କରିଡ଼ର ରାସ୍ତା ପାଇଁ ତାଙ୍କର ସେଭଳି କିଛି ବଜେଟ ନାହିଁ। ଏମିତି ସ୍ଥିତିରେ ଟ୍ରକ୍‌ ମାଲିକମାନେ ଏପାଖ ସେପାଖ ହେଉଛନ୍ତି। ଆନ୍ଦୋଳନ ଧମକ ପରେ ପାରାଦୀପ ଏଏସ୍‌ପି ଶନିବାର ଦୁଇ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି। ଏଏସ୍‌ପି ବିଷ୍ଣୁଚରଣ ମିଶ୍ରଙ୍କ କହିବାନୁସାରେ ବନ୍ଦର କର୍ତ୍ତୃପକ୍ଷ କିଛି ମାତ୍ରାରେ ରାଜି ହୋଇଛନ୍ତି। ଏ ନେଇ ତାଙ୍କୁ ବିଧିବଦ୍ଧ ଭାବେ ଲିଖିତ ଭାବେ ଜଣାଇଲେ ସେ ବିଚାର କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri