Home

ସରିଲା ଚୌଦ୍ୱାର ରୂପଯାତ୍ରା, ଭସାଣି

ଚୌଦ୍ୱାର,୧୭।୧୦(ଡି.ଏନ୍‌.ଏ.): ଚୌଦ୍ୱାର ରୂପଯାତ୍ରା ଓ ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମେଲଣ ପଡ଼ିଆରେ ମଙ୍ଗଳବାର ରାତିରେ ମେଲଣ କରିଥିବା ୪୦ଟି ମେଢ଼ ବୁଧବାର ସକାଳୁ ଭସାଣ ଶୋଭାଯାତ୍ରା ଆରମ୍ଭ କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରୁ ମେଢ଼ଗୁଡ଼ିକ ପୂଜା…

ଫେବୃୟାରୀ ଯାଏ ଗ୍ରେ ଲିଷ୍ଟରେ ରହିବ ପାକ୍‌

ଇସ୍‌ଲାମାବାଦ, ୧୭ା୧୦(ପି.ଟି.): ଆତଙ୍କବାଦକୁ ନେଇ ପାକିସ୍ତାନ ଏକଘରକିଆ ହୋଇପଡ଼ିଥିବାବେଳେ ଏହାକୁ ପୁଣି ଏକ ଝଟକା ଲାଗିଛି। ପାକିସ୍ତାନକୁ ଆସନ୍ତା ୨୦୨୦ ଫେବୃୟାରୀ ମାସ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରଖିବା ଲାଗି ଏଫ୍‌ଏଟିଏଫ୍‌( ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା…

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱ ସର୍ଭେ ୩ଦିନ ବଢ଼ିଲା

ପୁରୁଣା ଭୁବନେଶ୍ୱର/ ଭୁବନେଶ୍ୱର ୧୭।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ମଙ୍ଗଳବାରଠାରୁ ଦୁଇଦିନିଆ ସର୍ଭେ ଆରମ୍ଭ ହୋଇଥିଲା। ହେଲେ ଜବରଦଖଲ ସ୍ଥାନ ଚିହ୍ନଟ କରିବାରେ ବହୁ ସମୟ…

୧୦ ବର୍ଷୀୟା ଆଦିବାସୀଙ୍କୁ ୫୦ ହଜାରରେ ବିକ୍ରି

ଅହମଦାବାଦ,୧୭ା୧୦: ଗୁଜରାଟର ବନାସକାନ୍ଥାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ବିବାହ ପାଇଁ ତାଙ୍କ ୧୦ ବର୍ଷୀୟା ଝିଅଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ଉକ୍ତ ଆଦିବାସୀ ନାବାଳିକାଙ୍କୁ କିଣିଥିବା ଅସ୍‌ଓ୍ବାରାର ୩୫ ବର୍ଷୀୟ ଗୋବିନ୍ଦ ଠାକୁର…

ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବଙ୍କ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତ: ବଢ଼ିବ ଜିଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୭ା୧୦: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ନିର୍ମାଣ ନେଇ ଦାବି ହୋଇ ଆସୁଥିଲା। ଅତୀତରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା…

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

ଆଲିଗଡ଼, ୧୭ା୧୦(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ ଜିଲାରେ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଏଭଳି ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନାମ ମହମ୍ମଦ ଫାରୁକ୍‌। ସମ୍‌ସାଦ୍‌ ମାର୍କେଟ ନିକଟ ଅଫିସରେ ସେ ଥଇବାବେଳେ ମୋଟର…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ସନ୍ଦେହଜନକ ମୃତ୍ୟୁ

ଧର୍ମଶାଳା,୧୭।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଗ୍ରାମସେବିକା ତଥା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସ୍ଥାନୀୟ ସରପଞ୍ଚଙ୍କ ନିଜସ୍ବ କାର୍ଯ୍ୟାଳୟ ପରିସରରେ ସ୍ମିତାରାଣୀ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ତାଙ୍କୁ…

ବିରୋଧୀଙ୍କୁ ମୋଦି କହିଲେ ବୁଡ଼ି ମର

ମୁମ୍ବାଇ,୧୭ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଯାଇ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିପକ୍ଷ ନେତାମାନଙ୍କ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ ସହ ଏହି ପଦକ୍ଷେପକୁ ଯୋଡ଼ୁଥିବାରୁ ତାଙ୍କୁ ସମାଲୋଚନା କରୁଥିବା ନେତାମାନେ ବୁଡ଼ି…

ବେଆଇନ ପିଚୁ ପ୍ଲାଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୧୭।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନରେ ଥିବା ୫ଟି ବେଆଇନ ପିଚୁ ପ୍ଲାଣ୍ଟକୁ ବନ୍ଦ କରିବାକୁ ଯାଜପୁର ଜିଲାପାଳ ଦୁଇଟି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛନ୍ତି। ଏହାକୁ ଧର୍ମଶାଳା ତହସିଲଦାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର…

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ହାଇଡ୍ରାମା

ନୂଆଦିଲ୍ଲୀ,୧୭ା୧୦ (ପି.ଟି./ଆଇଏଏନ୍‌ଏସ୍‌): ରାଜନୈତିକ ଦୃଷ୍ଟିରୁ ଦେଶର ସର୍ବାଧିକ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ୫ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠରେ ବୁଧବାର ଏହାର ଚୂଡ଼ାନ୍ତ ବିଚାର ବେଳେ କୋର୍ଟରୁମ୍‌ରେ ହାଇଡ୍ରାମା ଦେଖିବାକୁ…

ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ହାତଧୂଆ ଦିବସ

ଯାଜପୁର ଅଫିସ,୧୭।୧୦: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ମଙ୍ଗଳବାର ଧନେଶ୍ୱର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ବିଶ୍ୱ ହାତଧୁଆ ଦିବସ ପାଳିତ ହେଇଯାଇଛି। ସଂଘର ସଭାପତି ଡାକ୍ତର ହେମନ୍ତ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ…

ସଟର କାଟି ଲୁଗା ଦୋକାନରୁ ଲୁଟ

ଯାଜପୁର ଟାଉନ,୧୭।୧୦(ଡି.ଏନ୍‌.ଏ.): ସଟର କାଟି ଲୁଗା ଦୋକାନରୁ ଲୁଟ ହୋଇଛି। ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ ଗାଁ ର ମା’ ଲଷ୍ମୀ ଟେକ୍ସଟାଇଲ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଲୁଗାଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟ ସାମଗ୍ରୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?