ଲକ୍ଷ୍ୟ ୫ ଲକ୍ଷ କୋଟି ଡଲାର ଅର୍ଥନୀତି;୬ ଜଣିଆ ଟାସ୍କଫୋର୍ସ ଗଠନ କଲେ ସୀତାରାମନ୍
ନୂଆଦିଲ୍ଲୀ,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ୧୦୦ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ ଲାଗି ପ୍ରକଳ୍ପ ଚୟନ କରାଯିବ। ଏଥିଲାଗି…
ଟ୍ରାଫିକ ନିୟମ ଭାଙ୍ଗିଲେ ବଢ଼ିଯିବ ବୀମା ପ୍ରିମିୟମ
ନୂଆଦିଲ୍ଲୀ,୮-୯: ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁ ଭାରି ଜରିମାନା ଦେଇ ଲୋକେ ତ୍ରାହି ତ୍ରାହି ଡାକ ଛାଡ଼ୁଥିବା ବେଳେ ସରକାର ଆଉ ଏକ ଝଟକା ଦେବାକୁ ଯାଉଛନ୍ତି। ଆଗାମୀ ଦିନରେ ଗାଡ଼ି ବୀମା ପଲିସିକୁ ଟ୍ରାଫିକ ନିୟମ ଉଲ୍ଲଂଘନ ସହ ଯୋଡିବାକୁ…
ପୁଷ୍ଟି ବଗିଚା ସମ୍ପର୍କିତ କର୍ମଶାଳା
ଜି.ଉଦୟଗିରି,୮ା୯(ଡି.ଏନ.ଏ.): ଜି.ଉଦୟଗିରିର ସମନ୍ବିତଠାରେ ଓଡ଼ିଶା ଜୀବନ ଜୀବିକା ମିଶନ କନ୍ଧମାଳ ପକ୍ଷରୁ ପୁଷ୍ଟି ବଗିଚା ସମ୍ପର୍କିତ ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲା ଜୀବିକା ମିଶନର ପ୍ରକଳ୍ପ ମ୍ୟାନେଜର ସନ୍ତୋଷ କୁମାର ରଥ, ସମନ୍ବିତର ପ୍ରକଳ୍ପ ନିର୍ଦ୍ଦେଶକ ନିରଞ୍ଜନ…
ବିମାନ ଉଡ଼ାଇଲେ ଆଦିବାସୀ ଝିଅ -ମାଲକାନଗିରି ଜିଲାର ପ୍ରଥମ ମହିଳା ପାଇଲଟ ଅନୁପ୍ରିୟା ଲାକ୍ରା
ମାଲକାନଗିରି,୮।୯(ଡି.ଏନ୍.ଏ.)ଆକାଶ ଛୁଇଁବା, ପକ୍ଷୀ ଭଳି ଉଡ଼ିବାର ଇଚ୍ଛା ଥିଲା। ଦୀର୍ଘ ୭ ବର୍ଷର ତାଲିମ ପରେ ଏବେ ତାହା ସାକାର ହୋଇଛି। ମାଲକାନଗିରି ଭଳି ଉପାନ୍ତ ଓ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା ଆକାଶରେ ବିମାନ…
ଜଳ ବନ୍ଦିରେ ଶକ୍ତିନଗର ବାସିନ୍ଦା : ୨୦ ବର୍ଷ ପରେ ବି ନିର୍ମାଣ ହୋଇନି ଡ୍ରେନ
ବ୍ରହ୍ମପୁର ଅଫିସ୍,୮ା୯-ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି । ଏଥିରୁ ବାଦ ପଡିନି ସହରତଳି ଅଞ୍ଚଳ । ଲୋଚାପଡା ପଞ୍ଚାୟତ ଓ କୁକୁଡାଖଣ୍ଡି ବ୍ଲକ…
ଲେକ୍ରେକ୍ଙ୍କୁ ପୋଲ୍ ପୋଜିଶନ
ମୋଞ୍ଜା (ଇଟାଲୀ), ୮ା୯ (ଏଏଫ୍ପି)- ଇଟାଲିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ପାଇଁ ଫେରାରିର ଚାଲର୍ସ ଲେକ୍ରେକ୍ ପୋଲ ପୋଜିଶନ ହାସଲ କରିଛନ୍ତି। ପ୍ରଥମ ସ୍ଥାନ ପାଇଁ ୫ଥର ଚାମ୍ପିୟନ ଲୁଇସ୍ ହାମିଲଟନଙ୍କ ସହିତ ତାଙ୍କର ତୀବ୍ର ପ୍ରତିଯୋଗିତା…
ସମସ୍ୟା ଘେରରେ ଶିଶୁ ଓ୍ବାର୍ଡ
କେନ୍ଦୁଝର, ୮ା୯ (ସ୍ବ.ପ୍ର.)- ଶିଶୁଙ୍କୁ ଉନ୍ନତ ଚିକିତ୍ସା, ସୁବିଧା ଯୋଗାଇ ଦେବା ଲାଗି କେନ୍ଦୁଝର ଜିଲା ମୁଖ୍ୟ ଚିକତ୍ସାଳୟରେ ଥିବା ୩୦ ଶଯ୍ୟା ବିଶିଷ୍ଟ ଶିଶୁ ଓ୍ବାର୍ଡରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। କେତେବେଳେ ପିଇବା ପାଣି ସମସ୍ୟା ତ ଆଉ…
ବିଦ୍ୟୁତ୍ କେବୁଲ ପାଇଁ ମାଟି ଖୋଳା ଫାଟିଲା ପାଣିପାଇପ୍ : ଯୋଡ଼ା ସହରରେ ୩ ଦିନ ଧରି ଜଳ ଯୋଗାଣ ବନ୍ଦ
ଯୋଡ଼ା, ୮।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଟାଟା କମ୍ପାନୀ ପକ୍ଷରୁ ବିଦ୍ୟୁତ୍ କେବୁଲ ସଂଯୋଗ ପାଇଁ ମାଟି ଖୋଳାଯାଉଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଛା ଯାଇଥିବା ପାଣି ପାଇପ୍ ଫାଟି ଯାଇଛି। ଫଳରେ ଗତ ୩ଦିନ ହେବ ସହରବାସୀ ପାନୀୟଜଳ…
ପ୍ରକୃତି ବନ୍ଧୁ ବିଦ୍ୟାଳୟ
ଭଦ୍ରକ ସହର ଉପକଣ୍ଠ ତ୍ରିଶଳପୁରଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ପାଲଟିଛି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ। ସ୍କୁଲ ହତା ମଧ୍ୟରେ ସୁନ୍ଦର ଘାସଗାଲିଚା ସହ ଫୁଲ ବଗିଚା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପ୍ରକାର…
ଆମିକସ୍ କ୍ୟୁରିଙ୍କୁ ୪୦ ପୃଷ୍ଠାର ପରାମର୍ଶପତ୍ର ଦେଲେ ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ, ୭ା୯: ଆମିକସ୍ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶନିବାର ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ପରମ୍ପରା, ସଂସ୍କୃତି, ପରିଚାଳନା ଆଦି…
ମନ୍ଦିରରୁ ମା’ଙ୍କ ସୁନାଆଖି ଚୋରି
କଟକ ଅଫିସ, ୭ା୯- ବାଦାମବାଡି ଥାନା ଅନ୍ତର୍ଗତ ଖାନ୍ନଗର ଗ୍ରାମଦେବତୀ ରଣାମାଙ୍କ ମନ୍ଦିରୁ ଶନିବାର ଚୋରି ହୋଇଛି। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୨୦୨/୧୯) ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ପାଖ…
ଓଡ଼ିଶା ପୋଲିସର ୩୫୩ ଏଏସ୍ଆଇଙ୍କୁ ପଦୋନ୍ନତି
କଟକ ଅଫିସ, ୭ା୯- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୩୫୩ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର(ଏଏସ୍ଆଇ)ଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି କରାଯାଇଛି। ଶନିବାର ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି ବିଜୟ କୁମାର ଶର୍ମାଙ୍କ…
Archives


