ଶରୀର ଦାନ କରିବେ ଶିକ୍ଷୟିତ୍ରୀ

ସିମୁଳିଆ, ୨୪ା୧୦(ସନ୍ତୋଷ କୁମାର ନାୟକ)-ଏବେ ଶିକ୍ଷାଦାନ କରି ପିଲାମାନଙ୍କୁ ଶିକ୍ଷିତ କରୁଛନ୍ତି। ଜୀବନର ଅନ୍ତିମ ସମୟରେ ଅଙ୍ଗଦାନ ସହ ତାଙ୍କ ଶରୀରକୁ ମଧ୍ୟ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ଦାନ କରିବାକୁ ଇଚ୍ଛା ରଖିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ୬୦ବର୍ଷୀୟା ଶିକ୍ଷୟିତ୍ରୀ କୁନ୍ତଳା ଜେନା। ତାଙ୍କର ଏଭଳି ମନୋଭାବ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛି। କୁନ୍ତଳାଙ୍କ ଘର ସିମୁଳିଆ ବ୍ଲକ ବାଙ୍ଗରଖଡ଼ିଗଡ଼ିଆ ପଞ୍ଚାୟତର ବଣା ଗ୍ରାମରେ।
୧୯୮୭ ମସିହାରେ ସିଟି ପାସ୍‌୍‌ କରି ସେ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ହଳଦିଆସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ। ପରେ ଧପଡ଼ା କଲୋନୀ ସ୍କୁଲ, ବନ୍ଧମାଳ ପ୍ରାଥମିକ ବିଦ୍ୟାଳୟ, ସିମୁଳିଆ ଓ ପରେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଝାଟିଆ ପ୍ରାଥମିକ, ବେଲଗଡ଼ିଆ ପ୍ରାଥମିକ ଓ ବର୍ତ୍ତମାନ ବାଉରିପଦା ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ରୂପେ ଅଛନ୍ତି। ଆସନ୍ତା ଫେବୃୟାରୀରେ ସେ ଅବସର ନେବେ। ତାଙ୍କ ସ୍ବାମୀ ଅର୍ଜୁନ ଯେନା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବାବେଳେ ପୁଅ ଅଜିତ, ଅମରଜିତ, ଝିଅ ଅନିମା ଓ ଅସୀମା ସମସ୍ତେ ଉଚ୍ଚ ଶିକ୍ଷିତ ହେବା ସହିତ ସ୍ବାବଲମ୍ବୀ ମଧ୍ୟ। ତେବେ ଶରୀର ଦାନ ପାଇଁ ପାରିବାରିକ ସମ୍ମତି ସମ୍ପର୍କରେ ଶିକ୍ଷୟିତ୍ରୀ କୁନ୍ତଳା କୁହନ୍ତି ପ୍ରଥମେ ପିଲାମାନେ ଅରାଜି ହେଉଥିଲେ। ତେବେ ଏ ସମ୍ପର୍କରେ ବୁଝାଇ ଦେବା ପରେ ପିଲାମାନଙ୍କର କୌଣସି ଅଭିଯୋଗ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ICC ମାନ୍ୟତାରେ ବଡ଼ ପରିବର୍ତ୍ତନ: ତିନୋଟିଯାକ ଫର୍ମାଟରେ ଏକକାଳୀନ ବଦଳିଲା ନମ୍ବର ୧ ସ୍ଥାନ; ଶୀର୍ଷରେ ଅଭିଷେକ

ନୂଆଦିଲ୍ଲୀ,୨୮।୧୦: ସାମ୍ପ୍ରତିକ ICC ମାନ୍ୟତାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯେଉଁଥିରେ ତିନିଜଣ ଖେଳାଳି ନୂତନ ଭାବେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।…

ପବନରେ ଉଡ଼ି ରାସ୍ତାରେ ପଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍‌

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡ଼ା…

ଅଟୋରୁ ୧୦୦ କେଜି ଗଞ୍ଜେଇ ଜବତ: ୨ ଜଣଙ୍କୁ ବାନ୍ଧିଲା ପୋଲିସ

କେସିଙ୍ଗା, ୨୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।…

ଅଭିଷେକ-ବୈଭବଙ୍କ ବ୍ୟାଟିଂ ଦେଖି ତାଜୁବ୍ ପାକିସ୍ତାନ! କାନ ଧରି ପୂର୍ବତନ କ୍ରିକେଟର କହିଲେ….

ନୂଆଦିଲ୍ଲୀ,୨୮।୧୦ : ଭାରତୀୟ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର । ଅଭିଷେକ ଶର୍ମା ଓ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ…

ସ୍ମୃତି ମନ୍ଧାନାଙ୍କ ପାଇଁ ୩.୪୦ କୋଟି ଟଙ୍କାର ବୋଲି; WPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ…

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL) ପାଇଁ ନିଲାମ ଆଜି କୋଚିରେ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ମୋଟ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ…

ବର୍ଷାରେ କାନ୍ଥ ଭୁଶୁଡ଼ି ଆହତ ମହିଳାଙ୍କୁ ଭେଟିଲେ ତହସିଲଦାର-ବିଡିଓ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଲଗାଣ ବର୍ଷା ଯୋଗୁ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା ସାହିର ମଞ୍ଜୁଲତା ବରାଡ଼…

ଏତିକି ଟଙ୍କାର ଘରେ ରୁହନ୍ତି ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାଟନା,୨୮।୧୦:କ୍ରିକେଟ ପଡ଼ିଆରେ ବଡ଼ ବଡ଼ ବୋଲରଙ୍କ ସାମ୍ନାରେ ନିର୍ଭୀକ ଭାବେ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତା କେବଳ ତାଙ୍କ ରେକର୍ଡ ମଧ୍ୟରେ ସୀମିତ…

ପୁରୁଷୋତ୍ତମପୁରରେ ବାତ୍ୟାର ପ୍ରଭାବ: ଲଗାଣ ବର୍ଷା ସହ ପବନ, ଫସଲ ନଷ୍ଟ ଚିନ୍ତାରେ ଚାଷୀ

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଏଠାରେ ୮୮.୦ ମିଲିମିଟର ବର୍ଷା ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?