Home

ଚାଇନା ପାରା-ବ୍ୟାଡ୍‌ମିଣ୍ଟନ: ଦୁଇଟି ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୯।୯(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ଷ୍ଟାର୍‌ ଶଟ୍‌ଲର ପ୍ରମୋଦ ଭଗତ ଚାଇନାର ୟୁହାଙ୍ଗ ଝାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ସେ ୨ଟି ପଦକ ନିଶ୍ଚିତ…

ଛାତ୍ରୀଛାତ୍ରଙ୍କ ବୋଝ ବଢ଼ାଇଲା ଆଇଆଇଟି କାଉନ୍‌ସିଲ: ଏମ୍‌ଟେକ୍‌ ଫି ୯୦୦% ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ଏମ୍‌ଟେକ୍‌ ପାଠ୍ୟକ୍ରମ ଫି ପାଖାପାଖି ୯୦୦ ପ୍ରତିଶତ ବୃଦ୍ଧି କରି ଏହାକୁ ବିଟେକ୍‌ ଦେୟ ସହ ସମାନ କରିବାକୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି) କାଉନସିଲ ନିଷ୍ପତ୍ତି ନେଇଛି। ୨୦୨୦ ଶିକ୍ଷାବର୍ଷରୁ ଏହି ବର୍ଦ୍ଧିତ ଦେୟ ଲାଗୁ ହେବ।…

ବାରବାଟୀ ଷ୍ଟାଡିୟମ: ସୁଧୁରିନି ଫନୀ ପ୍ରକୋପ

କଟକ ଅଫିସ,୨୯।୯- ବାରବାଟୀ ଷ୍ଟାଡିୟମରେ ନ ହୋଇପାରେ ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏବେ ସୁଦ୍ଧା ଫନୀ ପ୍ରଭାବର କ୍ଷୟକ୍ଷତି ପୂରଣ ହୋଇନି। ଭଙ୍ଗାରୁଜା ଅବସ୍ଥାରେ ପଡ଼ିଛି ରାଜ୍ୟର ଏହି ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ କ୍ରିକେଟ ଷ୍ଟାଡିୟମ। ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ…

ବଢ଼ୁଛି ତାଳଚେରବାସୀଙ୍କ ଅସନ୍ତୋଷ: ରାଜପଥରେ ଆଣ୍ଠୁଏ ଖାଲ

ତାଳଚେର୨୯ା୯(ନି.ପ୍ର) – ତାଳଚେର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଙ୍କଧରା ଛକ ଠାରୁ ତାଳଚେର ବାଇପାସ ଅଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଏବେ ସାଧାରଣ ଜନତାଙ୍କ ପାଇଁ ମରଣଯନ୍ତା ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ…

ମେଡିକାଲ, ଆର୍‌ଟିଓରୁ ଦଲାଲ୍‌ ଛୁ

ଅନୁଗୋଳ ଅଫିସ, ୨୯।୯ – ସରକାରୀ କାର୍ଯ୍ୟାଳୟ, ମେଡିକାଲରୁ ଦଲାଲଙ୍କୁ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଅନୁଗୋଳ ପୋଲିସର ଘନ ଘନ ଚଢ଼ାଉ କାମ ଦେଇଛି। ଶୁକ୍ରବାର ୭ଜଣଙ୍କୁ ଗିରଫ କରାଯାଇଥିବାରୁ ଏବେ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏପରିକି…

ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ: ମନ୍ଥର ଗତି ନେଇ ମନ୍ତ୍ରୀଙ୍କୁ ଫେରାଦ

ବନ୍ତଳା,୨୯ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟରେ ପ୍ରଶାସନିକ ମନ୍ଥରତା ଦେଖାଦେଇଥିବା ଅଭିଯୋଗ କରିଛି ହିଡିସିଙ୍ଗ କୃଷକ ମହାସଂଘ। ଶୁକ୍ରବାର ଅନୁଗୋଳ ଗସ୍ତରେ ଥିବା ରାଜ୍ୟ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ…

ବାୟୁ ସେନା ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନ ଏକତା, ଅଖଣ୍ଡତା, ସାର୍ବଭୌମତ୍ୱ ରକ୍ଷାରେ ସେନା ଭୂମିକା ପ୍ରଶଂସନୀୟ:ରାଷ୍ଟ୍ରପତି

ବ୍ରହ୍ମପୁର ଅଫିସ୍‌,୨୯ା୯-ଗଞ୍ଜାମ ଜିଲା ଗୋପାଳପୁର ସେନା ଷ୍ଟେଶନ୍‌ସ୍ଥିତ ସେନା ବାୟୁ ପ୍ରତିରକ୍ଷା ବାହିନୀ(ଆର୍ମି ଏୟାର୍‌ ଡିଫେନ୍ସ)କୁ ଶନିବାର ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଏହି ସମ୍ମାନ ପ୍ରଦାନ କରିଛନ୍ତି । ନିଜ ଅଭିଭାଷଣରେ ରାଷ୍ଟ୍ରପତି…

ଆଧାର ଦେଇଛି ଦୁଃଖ

ରାଇସୁଆଁ,୨୯।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର ସଲରାପେଣ୍ଠ ଗ୍ରାମର ମା’ ବାପା ଛେଉଣ୍ଡ ୧୧ ବର୍ଷର ଝିଅ ସୀମା । ଜନ୍ମ ପରେ ତାଙ୍କ ମା’ କେଉଁ ଆଡେ ଚାଲିଯାଇଥିବା ବେଳେ ରୋଗରେ ପଡି ବାପା କେବେଠାରୁ…

ଦବିଲା ମହିଁଷାସୁରୀ ପୋଲ

କପ୍ତିପଦା,୨୯ା୯(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ମହିଁଷାସୁରୀ-କଳମଗଡିଆ ରାସ୍ତାର ସୋନ ନଦୀ ଉପରେ ଥିବା ଏକ ପୁରାତନ ପୋଲ ଦବି ଯାଇଛି ା ଏହି ପୋଲରେ ବିରାଟ ଫାଟ ମଧ୍ୟ ସୃଷ୍ଟି ହୋଇଛି। ଫଳରେ ପୋଲଟି ଭାଙ୍ଗି ପଡ଼ିବା ସହିତ…

ମସ୍ତିଷ୍କରେ ସ୍ମୃତିକୁ ରଖେ ସାଇତି ଏହି ପ୍ରୋଟିନ୍‌…

ମନୁଷ୍ୟ ମସ୍ତିଷ୍କରେ ଛୋଟବେଳଠାରୁ ବଡ ହେବା ପର୍ଯ୍ୟନ୍ତ ଅନେକ ସ୍ମୃତି ରହିଥାଏ। ଧୀରେ ଧୀରେ କେତେକ ଘଟଣା ଭଲ ଭାବେ ମନେ ମଧ୍ୟ ପଡି ନ ଥାଏ। ମସ୍ତିିଷ୍କରେ ବିଭିନ୍ନ ଘଟଣାକୁ ସାଇତି ରଖିବାରେ ଏକେଟି ପ୍ରୋଟିନ୍‌ ମୁଖ୍ୟ ଭୂମିକା ଗ୍ରହଣ…

ଅଭ୍ୟାସ ମ୍ୟାଚ୍‌ ଡ୍ର : ରୋହିତ ବିଫଳ; ପଞ୍ଚାଲ, ସିଦ୍ଧେଶ, ଭରତଙ୍କ ଅର୍ଦ୍ଧଶତକ

ବିଜୟନଗରମ,୨୮।୯(ପି.ଟି.)- ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଓପନର ହିସାବରେ ନୂଆ ଭୂମିକାରେ ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଛନ୍ତି। ମାତ୍ର ଦୁଇଟି ବଲ୍‌…

ଭାରତକୁ ବିଜୟ ଦେଲା ଗୁରଜିତ୍‌ଙ୍କ ଗୋଲ

ମାର୍‌ଲୋ(ଇଂଲଣ୍ଡ),୨୮।୯: ଏଠାରେ ଇଂଲଣ୍ଡ ବିପକ୍ଷରେ ଶନିବାର ଖେଳାଯାଇଥିବା ମହିଳା ହକି ମ୍ୟାଚ୍‌ରେ ଗୁରଜିତ୍‌ କୌରଙ୍କ ଗୋଲ ଭାରତୀୟ ଦଳକୁ ବିଜୟ ଆଣି ଦେଇଛି। ଏକଦା ଭାରତ ୦-୧ ଗୋଲରେ ପଛୁଆ ଥିଲା। ହେଲେ ଶର୍ମିଲା ଦେବୀ ଓ ଗୁରଜିତ୍‌ଙ୍କ ଗୋଲ ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri