ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ

ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବିଶ୍ୱରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ସାପକୁ ବେଶ୍‌ ଆନନ୍ଦର ସହ ଖୋଜି ନିଜ ସାଙ୍ଗରେ ମନ୍ଦିରକୁ ନେଇଥାନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ବିସ୍ମୟକର ଘଟଣା ଦେଖିବାକୁ ମିଳିଛି ମ୍ୟାନ୍‌ମାରର ୟାଙ୍ଗୁନ୍‌ ସହରରେ। ଉକ୍ତ ସହର ନିକଟରେ ଏକ ବିଶାଳ ହ୍ରଦ ରହିଛି। ସେଠାରେ ବହୁ ପ୍ରାଚୀନ କାଳରୁ ଏକ ବୌଦ୍ଧ ମନ୍ଦିର ଅବସ୍ଥିତ। ମନ୍ଦିରର ମୁଖ୍ୟ ଘରେ ଭଗବାନ ବୁଦ୍ଧଙ୍କ ପ୍ରତିମା ପାଖରେ ଏକ ଗଛ ରହିଛି। ଏହି ଗଛର ଶାଖାଗୁଡ଼ିକରେ ସାପ ଝୁଲୁଥିବାର ଦେଖିବାକୁ ମିଳେ। ପ୍ରତିଦିନ ଏଠାକୁ ଶହ ଶହ ଲୋକ ଆସି ସାପକୁ ଦେଖି ମୁଣ୍ଡିଆ ମାରିବା ସହ ନିଜର ମନବାଞ୍ଛା ପୂରଣ ପାଇଁ କାମନା କରିଥାନ୍ତି। ଆଉ ନିଜ ସାଙ୍ଗରେ ପୂଜାଥାଳି ପରିବର୍ତ୍ତେ ସାଙ୍ଗରେ ସାପ ଆଣିଥାନ୍ତି। ସାପ ବି ଏମିତି ସେମିତି ନୁହେଁ ବିଷଧର ନଚେତ୍‌ ଅଜଗର। ଏଠାରେ ବିଶ୍ୱାସ ରହିଛି ଯେ, ମନ୍ଦିରରେ ସାପ ଛାଡିବା ଦ୍ୱାରା ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ। ତେଣୁ ଏହି ମନ୍ଦିରର ନାମ ସ୍ନେକ୍‌ ଟେମ୍ପୁଲ ବୋଲି ରଖାଯାଇଛି। ତେବେ ମନ୍ଦିରରେ ଏକ ସର୍ତ୍ତ ରହିଛି। ଜଣେ ବ୍ୟକ୍ତି କେବଳ ଗୋଟିଏ ଇଚ୍ଛା ପାଇଁ ଭଗବାନଙ୍କୁ ମିନତି କରିପାରିବ। ଏକରୁ ଊର୍ଦ୍ଧ୍ୱ ଇଚ୍ଛା ପ୍ରକାଶ କଲେ ଏହାକୁ ଲୋଭୀ ବୋଲି ମନେକରାଯାଏ। କୁହାଯାଏ, ଏହି ମନ୍ଦିର ଭିତରେ ଯେଉଁ ଗଛ ରହିଛି ଏକଦା ବୁଦ୍ଧଦେବ ସେଠାରେ ଧ୍ୟାନ କରୁଥିଲେ। ସେହି ସମୟରେ ବର୍ଷା ହୋଇଥିଲା। ତାଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ନାଗ ନିଜର ଫଣା ଟେକି ଠିଆ ହୋଇଯାଇଥିଲା। ସେହିଦିନ ଠାରୁ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ, ଏଠାରେ ସାପକୁ ଛାଡିଲେ ମନସ୍କାମନା ପୂରଣ ହେବା ସହ ପୁଣ୍ୟ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri