Home

ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ: ତ୍ରୁଟିକୁ ସ୍ବୀକାର କଲେ ମନ୍ତ୍ରୀ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ଷାଣ୍ମାସିକ ପରୀକ୍ଷାରେ ହୋଇଥିବା ତ୍ରୁଟିକୁ ସ୍ବୀକାର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, ପ୍ରଥମ ଥର ପାଇଁ ଏକା ସାଙ୍ଗରେ ପରୀକ୍ଷା…

କଂଗ୍ରେସକୁ ଜେଡିଏସ୍‌ର ଝଟ୍‌କା: ଉପନିର୍ବାଚନରେ କୌଣସି ଦଳ ସହ ହେବ ନାହିଁ ମେଣ୍ଟ

ବେଙ୍ଗାଲୁରୁ,୨।୧୧: କର୍ନାଟକରେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ଏହାରି ଭିତରେ ଉପନିର୍ଚାଚନ ସମୟରେ କୌଣସି ଦଳ ସହ ଜନତା ଦଳ(ସେକ୍ୟୁଲାର) ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା…

ସୁରକ୍ଷାକର୍ମୀଙ୍କୁ ସଫଳତା: ସୋପୋରରୁ ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ସୋପୋର ଅଞ୍ଚଳରୁ ଜଣେ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କର ଅନ୍ୟ ୩ ଜଣ ସାଥିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି…

ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ହସ୍ପିଟାଲରେ।…

ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ହେଲେ ହୁଡ୍ଡା

ହରିୟାଣା,୨।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ହୁଡ୍ଡାଙ୍କୁ ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି। ଏବେ ସେ ହରିୟାଣା ବିଧାନସଭାର ବିରୋଧୀ ଦଳ ନେତା ରହିଛନ୍ତି। ହରିୟାଣା ବିଧାନସଭା…

ନଭେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨।୧୧: ସବୁ ରାଜ୍ୟର ବ୍ୟାଙ୍କଗୁଡିକ ନଭେମ୍ବରରେ ପ୍ରାୟ ୧୨ ଦିନ ବନ୍ଦ ରହିବ ବୋଲି ଆରବିଆଇ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ମିଳିଛି। ଏଥିମଧ୍ୟରେ ଖାଲି ୮ଟି ଛୁଟି ଭିନ୍ନ ଭିନ୍ନ ରାଜ୍ୟର ଆଞ୍ଚଳିକ ଛୁଟି ଦିବସ ଭାବେ ସାମିଲ ହୋଇଛି। କାରଣ…

ବିଚାରପତି ସୁଧୀର ଅଗ୍ରଓ୍ବାଲ: ୧୫ ବର୍ଷରେ ଲକ୍ଷେ ୩୦ ହଜାର ମାମଲାର ଫଇସଲା

ନୂଆଦିଲ୍ଲୀ,୨।୧୧: ଦେଶର ବିଭିନ୍ନ କୋର୍ଟରେ ଶହ ଶହ ମାମଲାର ବିଚାର ନ ହୋଇ ପଡ଼ି ରହିଛି। ଏପରିସ୍ଥଳେ ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ସୁଧୀର ଅଗ୍ରଓ୍ବାଲ ଏକ ନିଆରା ରେକର୍ଡ କରିଛନ୍ତି। ସେ ୧୫ ବର୍ଷ ମଧ୍ୟରେ ଲକ୍ଷେ ୩୦ ହଜାର ୪…

୫୦ ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି ଝିଅ, ରଖିଛନ୍ତି ଏମିତି ସର୍ତ୍ତ

ନିଜର ସନ୍ତାନ ପାଇଁ ମା’ବାପା ବରକନ୍ୟା ଖୋଜିବା ସ୍ବାଭାବିକ କଥା। ହେଲେ ଯଦି କୁହାଯାଏ ସନ୍ତାନଟିଏ ମା’ ଅଥବା ବାପା ପାଇଁ ବରପାତ୍ରୀ/ବରପାତ୍ର ଖୋଜିବ, ତେବେ କଥାଟି ଅଜବ ଲାଗିପାରେ। ହେଲେ ଏପରି ଏକ ଘଟଣା ନଜରକୁ ଆସିଛି, ଯେଉଁଠି ଜଣେ…

ମହାରାଷ୍ଟ୍ରରେ ଭାଜପା ସରକାର ଗଠନ କରିବା କଥା: ରାମଦାସ

ମୁମ୍ବାଇ,୨।୧୧: ବେଳକୁ ବେଳ ମହାରାଷ୍ଟ୍ର ରାଜନୀତି ଡ୍ରାମା ନୂଆ ନୂଆ ମୋଡ ନେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। କାରଣ ଅକ୍ଟୋବର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ…

ଧୂଆଁ ଚାଦରରେ ଅଣନିଃଶ୍ୱାସୀ ଦିଲ୍ଲୀ: ୪ ନଭେମ୍ବରରେ ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨।୧୧: ବାୟୁ ପ୍ରଦୂଷଣ ଯୋଗୁ ଧୂଆଁର ବହଳ ଚାଦରରେ ଦିଲ୍ଲୀ ଅଣନିଃଶ୍ୱାସୀ ହେବାରେ ଲାଗିଛି। ଦୀପାବଳିରେ ବାଣ ଫୁଟା ଯୋଗୁ ଏଠାକାର ବାୟୁ ପ୍ରଦୂଷିତ ହୋଇଛି। ସେହିପରି ପଞ୍ଜାବ ଏବଂ ହରିୟାଣାରେ ଚାଷୀମାନେ ନଡ଼ା ଜଳାଇବା ଦ୍ୱାରା ଦିଲ୍ଲୀ ଆଡ଼କୁ ପ୍ରବାହିତ…

ଗୁଣି ଗାରେଡ଼ି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ମାଥିଲି,୨।୧୧(ଡି.ଏନ୍‌.ଏ.): ଗୁଣିଗାରେଡି ସନ୍ଦେହରେ ବାପାପୁଅଙ୍କୁ ହତ୍ୟା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡ଼ା ପଞ୍ଚାୟତ ଅଧୀନ ମାଳିଗୁଡ଼ା ଗ୍ରାମରେ। ମୃତକ ହେଲେ ଗ୍ରାମର ସଦନ ମାଳି ଏବଂ ତାଙ୍କ ପୁଅ ନିଳେନ୍ଦ୍ର ମାଳି।…

ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୫୪ ମୃତ

ବାମାକୋ,୨।୧୧: ମାଲିର ଉତ୍ତର-ପୂର୍ବ ମନେକା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୩ ଜଣ ସୈନ୍ୟ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏନେଇ ସଞ୍ଚାର ମନ୍ତ୍ରୀ ୟାୟା ସାଙ୍ଗ୍‌ରେ ଟୁଇଟ୍‌ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?