Posted inଫୁରସତ

୫୦ ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି ଝିଅ, ରଖିଛନ୍ତି ଏମିତି ସର୍ତ୍ତ

ନିଜର ସନ୍ତାନ ପାଇଁ ମା’ବାପା ବରକନ୍ୟା ଖୋଜିବା ସ୍ବାଭାବିକ କଥା। ହେଲେ ଯଦି କୁହାଯାଏ ସନ୍ତାନଟିଏ ମା’ ଅଥବା ବାପା ପାଇଁ ବରପାତ୍ରୀ/ବରପାତ୍ର ଖୋଜିବ, ତେବେ କଥାଟି ଅଜବ ଲାଗିପାରେ। ହେଲେ ଏପରି ଏକ ଘଟଣା ନଜରକୁ ଆସିଛି, ଯେଉଁଠି ଜଣେ ଝିଅ ନିଜର ୫୦ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜିବାରେ ଲାଗିପଡ଼ିଛନ୍ତି। ଟୁଇଟରରେ ଏବେ ଏହି ଘଟଣା ଏହା ଭାଇରାଲ ହେବାରେ ଲାଗିଛି।

ଆଇନଛାତ୍ରୀ ଥିବା ଆସ୍ଥା ନିଜର ମା’ଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି। ହେଲେ ଏଥିପାଇଁ କିଛି ସର୍ତ୍ତ ରହିଛି। ସେ ଚାହାନ୍ତି ତାଙ୍କ ବାପା ଶାକାହାରୀ ହୁଅନ୍ତୁ। ସେ ସମ୍ଭ୍ରାନ୍ତ ପରିବାରର ହୋଇଥାଆନ୍ତୁ। ତାଙ୍କର ମଦ ଏବଂ ଅନ୍ୟ କୌଣସି ଖରାପ ଅଭ୍ୟାସ ମଧ୍ୟ ନ ଥାଉ। ନିଜ ଟୁଇଟର ପୃଷ୍ଠାରେ ଆସ୍ଥା ଏଭଳି କଥା ଲେଖି ମା’ଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଅନେକେ ପ୍ରଶଂସା କରୁଛନ୍ତି।

୩୧ ଅକ୍ଟୋବର ରାତି ୮ଟାରେ ଆସ୍ଥା ଏନେଇ ଏକ ଟୁଇଟ କରିଥିଲେ। ଏହାର କିଛି ସମୟ ପରେ ପୋଷ୍ଟଟି ଭାଇରାଲ ହୋଇଥିଲା। ଇତିମଧ୍ୟରେ ଏହାକୁ ୨୭ହଜାରରୁ ଅଧିକ ଲାଇକ୍‌ ଏବଂ ୫୩ଶହରୁ ଅଧିକ ଲୋକେ ଏଥିରେ ନିଜର ମତ ରଖିଛନ୍ତି। କେହି କେହି ତାଙ୍କୁ ବିବାହ ପାଇଁ ପଞ୍ଜିକୃତ ଥିବା ସାଇଟ୍‌ରେ ଚେଷ୍ଟା କରିବା ଲାଗି କହିଛନ୍ତି। ଏହାର ଜବାବ ଦେଇ ଆସ୍ଥା ଲେଖିଛନ୍ତି, ଚେଷ୍ଟା କରି ବିଫଳ ହୋଇସାରିଛି। ଏହାପରେ ତାଙ୍କ ମା’ଙ୍କୁ ଖୁବ୍‌ଶୀଘ୍ର ଜୀବନସାଥୀ ମିଳିଯିବ ବୋଲି ଆଶା କରୁଥିବା ସମସ୍ତେ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?