ଘରୋଇ ହସ୍ପିଟାଲରେ ଦଳିତ କର୍ମଚାରୀଙ୍କୁ ନିର୍ଯାତନା : କମିଶନଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରୁନି ପୋଲିସ
ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅନେକ ଦିନ ଧରି ଉପରିସ୍ଥ କର୍ମଚାରୀ ଦ୍ୱାରା ନିର୍ଯାତିତ ହେଉଥିଲେ। ଏ ନେଇ ପ୍ରତିବାଦ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି।…
ରାଜଧାନୀରେ ମାତିଲେ ସାଇବର ଠକ : ଗୋଟିଏ ଦିନରେ ୩ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ
ଭୁବନେଶ୍ୱର,୧୯।୮(ବ୍ୟୁରୋ) : ରାଜଧାନୀରେ ମାତିଛନ୍ତି ସାଇବର ଠକ। ସେମାନେ ବିଭିନ୍ନ ଆପ୍ଲିକେଶନ୍ଠାରୁ ଆରମ୍ଭ କରି ସୋସିଆଲ ନେଟ୍ଓ୍ବର୍କରେ ନକଲି ସାଇଟ୍ ଖୋଲି କୌଶଳରେ ଲୋକଙ୍କଠାରୁ ଅର୍ଥ ଲୁଟୁଛନ୍ତି। ଗୋଟିଏ ଦିନରେ ୩ଜଣ ଏପରି ଠକେଇର ଶିକାର ହୋଇଛନ୍ତି। ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ…
ରାହୁଲ‘ରାଞ୍ଛୋଡଦାସ ଗାନ୍ଧୀ’: ଶିବରାଜ
ପଣଜୀ,୧୯।୮: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଅନୁଚ୍ଛେଦ ୩୭୦କୁ ନେଇ ସେ ରାହୁଲଙ୍କୁ କହିଛନ୍ତି ରାହୁଲ ଏବେ ‘ରାଞ୍ଛୋଡଦାସ ଗାନ୍ଧୀ’(ରଣଛୋଡଦାସ ଗାନ୍ଧୀ) ପାଲଟି ଯାଇଛନ୍ତି ତେଣୁ ତାଙ୍କ ନିକଟରୁ ଅନୁଚ୍ଛେଦ…
ସତ କହି ସଙ୍କଟରେ ଇମ୍ରାନ୍: ସରକାର-ସୈନ୍ୟ ବାହିନୀ ମଧ୍ୟରେ ବଢ଼ିଲା ଦୂରତା
ଇସଲାମାବାଦ୍, ୧୯।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସ୍ଥିତି ଏବେ ସଙ୍କଟରେ ରହିଛି। କହୁ କହୁ ସେ ସତ କଥା କହିଥିବାରୁ ପାକିସ୍ତାନୀ ସୈନ୍ୟ ବାହିନୀ ଓ ଇମ୍ରାନ୍ ସରକାରଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଇମ୍ରାନ୍ ଏକ ସାକ୍ଷାତ୍କାରରେ କହିଥିଲେ…
ଓଡ଼ିଶା ଫେରିବ କେନ୍ଦ୍ରୀୟ ପଣ୍ୟାଗାର କାର୍ଯ୍ୟାଳୟ
ଭୁବନେଶ୍ୱର,୧୯।୮(ବ୍ୟୁରୋ) :କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶା ଫେରିବ ବୋଲି ଜଣାପଡିଛି। ହାଇକୋର୍ଟ ଏନେଇ ସ୍ଥଗିତାଦେଶ ଦେବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ବିହାରର…
ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ; ସିଓଲ ଶାନ୍ତି ପୁରସ୍କାର ପାଇଁ ଟିକସ ଦେବେ
ନୂଆଦିଲ୍ଲୀ,୧୯-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସଦାତାଙ୍କ ସମ୍ମୁଖରେ ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ସେ ସିଓଲ ଶାନ୍ତି ପୁରସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କା ରାଶି ଉପରେ ଟିକସ ଦେବେ। ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କୁ ପତ୍ର…
ବିଷାକ୍ତ ମଦ ପିଇ ଜଣେ ମୃତ, ରାସ୍ତା ଅବରୋଧ କଲେ ଗ୍ରାମବାସୀ
ପଦ୍ମପୁର,୧୯।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର – ପାରାପୋଖରୀ ଗ୍ରାମର ନାରାୟଣ ନାୟକ (୪୨) ମଦ ପିଇ ରବିବାର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ…
ଏଣିକି ଧମକପୂର୍ଣ୍ଣ ଚିଠି ପଠାଇବ ନାହିଁ ଆୟକର ବିଭାଗ;ରିଟର୍ନରେ ତ୍ରୁଟି ଥିଲେ ବନ୍ଧୁତ୍ୱପୂର୍ଣ୍ଣ ମେସେଜ୍ ଆସିବ
ନୂଆଦିଲ୍ଲୀ,୧୯-୮: ଆୟକର ବିଭାଗ ଦେଶରେ ଟିକସ ଆତଙ୍କବାଦ ଚଳାଇଛି ବୋଲି ଉଦ୍ୟୋଗ ଜଗତ ଏବଂ ବ୍ୟକ୍ତିଗତ ଟିକସଦାତା ଅଭିଯୋଗ କରିଆସୁଛନ୍ତି। ସରକାର ଯେତେ ଯାହା କହିଲେ ମଧ୍ୟ ଆୟକର ଅଧିକାରୀଙ୍କ ମନୋଭାବରେ ପରିବର୍ତ୍ତନ ହେଉଥିବାର ଦେଖାଯାଉନାହିଁ। ଆୟକର ଅଧିକାରୀମାନେ ଟିକସଦାତାଙ୍କ ପ୍ରତି…
କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ କରିବେ ସରକାର
ନୂଆଦିଲ୍ଲୀ,୧୯-୮: କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ଲାଗି ଏକ ଯୋଜନା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ଇନ୍ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍(ଆଇବିସି) ଅଧୀନରେ କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ପାଇଁ ବିଚାର କରାଯାଉଛି। ଆଇବିସିର ଫ୍ରେଶ୍ ଷ୍ଟାର୍ଟ ବ୍ୟବସ୍ଥା ଅଧୀନରେ ଏହା…
ମହଙ୍ଗା ପଡିବ ଜାତିସଂଘରେ ପାକିସ୍ତାନକୁ ସମର୍ଥନ ;ସେପ୍ଟେମ୍ବରରୁ ଚାଇନା ସାମଗ୍ରୀ ବର୍ଜନର ରାଷ୍ଟ୍ରୀୟ ଅଭିଯାନ
ନୂଆଦିଲ୍ଲୀ,୧୯-୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପାର୍ଲାମେଣ୍ଟ ଉଚ୍ଛେଦ କରିଛି। ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ପାକିସ୍ତାନ ଚାଇନାର ଶରଣ ପଶିଥିଲା। ଇସ୍ଲାମାବାଦ୍ର ଅନୁରୋଧକ୍ରମେ ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଏହି ମାମଲା ଉଠାଇଥିଲା। ତେବେ ସୁରକ୍ଷା…
ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ
ପୁରୀ ଅଫିସ,୧୯।୮ : ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ରଶାସନ ପକ୍ଷରୁ ପ୍ରଥମେ ଦକ୍ଷିଣ ପାର୍ଶ୍ୱରୁ ଉଚ୍ଛେଦ କରାଯାଇଛି। ଶୌଚାଳୟ, ସାମଗ୍ରୀ ଘର ଭଙ୍ଗା ଯାଇଛି। ମାତ୍ର ଦକ୍ଷିଣ…
ଜେଟଲୀଙ୍କ ଓ୍ବାର୍ଡ ଭିତରକୁ ଯିବାକୁ କାହାକୁ ଅନୁମତି ଦେଉ ନାହାଁନ୍ତି ଡାକ୍ତର
ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍(ଏମ୍ସ)ରେ ଚିକିତ୍ସା ଚାଲିଥିବା ବେଳେ ଏବେ ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ସେ ଚିକିତ୍ସିତ ହେଉଥିବା ଓ୍ବାର୍ଡ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ…
Archives


