ଆଜି କାର୍ତ୍ତିକ ପୂର୍ଣ୍ଣିମା
ପୁରୀ ଅଫିସ, ୧୨ା୧୧: ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରତ୍ନସିଂହାସନରେ ଠାକୁରମାନଙ୍କ ଦୁଲର୍ଲଭ ସୁନାବେଶ ଦର୍ଶନ ଲାଗି…
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍କାଉଣ୍ଟରରେ ୨ ଲଶ୍କର ଆତଙ୍କବାଦୀ ମୃତ
ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ୍ ଅଲ୍ଆଉଟ୍ ଜାରି ରହିଛି। ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗାନ୍ଦରବଲର ଗୁଣ୍ଡ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ସେମାନେ ଲଶ୍କର-ଇ-ତୋଏବା ସଂଗଠନର ବୋଲି କୁହାଯାଉଛି। ଆତଙ୍କବାଦୀଙ୍କଠାରୁ…
ଅକ୍ଟୋବରରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ
ଦିଲ୍ଲୀ,୧୨ା୧୧(ଆଇଏଏନ୍ଏସ୍)- ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଅକ୍ଟୋବର ମାସରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ୨୦୧୯ ବର୍ଷରେ ଏହା ସର୍ବାଧିକ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି। ନଭେମ୍ବର ମାସର ପ୍ରଥମ ୧୧ ଦିନରେ ପାକ୍…
ସରକାରଙ୍କ ନିଷ୍ପତ୍ତି ନିବେଶ ବଢ଼ାଇବ: ଭେଙ୍କାୟା ନାଇଡୁ
ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ନିବେଶ ବଢ଼ାଇବ ବୋଲି ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ କହିଛନ୍ତି। ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁ ଅଧିକ ପୁଞ୍ଜି ଆକର୍ଷିତ ହେବା ସହ ଆଗାମୀ ମାସରେ ଜିଡିପି ଅଭିବୃଦ୍ଧି ତ୍ୱରାନ୍ବିତ ହେବ…
ରିଭ୍ୟୁ ପିଟିଶନ ଦାଏର ନେଇ ୧୭ରେ ନିଷ୍ପତ୍ତି ନେବ ଏଆଇଏମ୍ପିଏଲ୍ବି: ଜମି ଗ୍ରହଣ ପ୍ରସ୍ତାବକୁ ଅଯୋଧ୍ୟା ମୁସଲମାନଙ୍କ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ,୧୨ା୧୧(ପି.ଟି./ଆଇଏଏନ୍ଏସ୍): ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ଲାଗି ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲ ବୋର୍ଡ (ଏଆଇଏମ୍ପିଏଲ୍ବି) ଆସନ୍ତା ୧୭ ତାରିଖ ବୈଠକରେ ନିଷ୍ପତ୍ତି ନେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫…
ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ୩୭୦ ଉଚ୍ଛେଦ ନିଷ୍ପତ୍ତି ଯଥାର୍ଥ
ନୂଆଦିଲ୍ଲୀ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଅନୁଚ୍ଛେଦ ୩୭୦ର ସୁଯୋଗ ନେଇ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନେ ଭାରତର ଶତ୍ରୁ ବିଦେଶୀ ଶକ୍ତିର…
ଭାଜପାକୁ ମିଳିଛି ୭୦୦ କୋଟି ଚାନ୍ଦା
ନୂଆଦିଲ୍ଲୀ,୧୨ା୧୧(ପି.ଟି.): ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ଭାଜପାକୁ ୭ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଚେକ୍ ଏବଂ ଅନ୍ ଲାଇନ ପେମେଣ୍ଟ ଜରିଆରେ ଏହି ଚାନ୍ଦା ମିଳିଛି। ନିର୍ବାଚନ କମିଶନକୁ ଦଳ ପକ୍ଷରୁ…
ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ମନମୋହନ ମନୋନୀତ
ନୂଆଦିଲ୍ଲୀ,୧୨ା୧୧(ପି.ଟି.): ରାଜ୍ୟ ସଭା ଅଧ୍ୟକ୍ଷ ଏମ୍ ଭେଙ୍କାୟା ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କୁ ଅର୍ଥ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ମନୋନୀତ କରିଛନ୍ତି। ଦିଗ୍ବିଜୟ ସିଂଙ୍କ ସ୍ଥାନରେ ତାଙ୍କୁ ନିଆଯାଇଛି। ଦିଗ୍ବିଜୟ ସହରାଞ୍ଚଳ ବିକାଶ…
ଏନ୍ସିପିକୁ ଡାକିଲେ ରାଜ୍ୟପାଳ
ନୂଆଦିଲ୍ଲୀ/ମୁମ୍ବାଇ,୧୨ା୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୋମବାର ବି ଅନିଶ୍ଚିତତା ଜାରି ରହିଛି। ଧାର୍ଯ୍ୟ ସମୟ ସୁଦ୍ଧା ଶିବସେନା ସମର୍ଥନ ପତ୍ର ଦେଖାଇ ନ ପାରିବାରୁ ରାଜ୍ୟପାଳ ଭଗତ ସିଂ କୋଶୟାରୀ ତୃତୀୟ ବୃହତ୍ ଦଳ ଏନ୍ସିପିକୁ ସରକାର ଗଠନ ଲାଗି…
ଆୟକର ସ୍ଲାବ୍ରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପ୍ରସ୍ତାବ
ନୂଆଦିଲ୍ଲୀ,୧୨-୧୧: ଆୟକର ସ୍ଲାବ୍ ଏବଂ କ୍ୟାପିଟାଲ ଗେନ୍ସ ଟାକ୍ସ କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ନେଇ ଟାସ୍କଫୋର୍ସ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଏହା ଲାଗୁ ହେଲେ ରାଜକୋଷକୁ ଅଧିକ ୫୦,୦୦୦ କୋଟି ଟଙ୍କାର ରାଜସ୍ବ ଆସିବା ନେଇ ସମ୍ଭାବନା ରହିଛି। ପ୍ରକ୍ରିୟା ସହ…
୩,୩୦୦ କୋଟିର ହାଓଲା ର଼୍ୟାକେଟ ଠାବ
ନୂଆଦିଲ୍ଲୀ,୧୨-୧୧: ଆୟକର ବିଭାଗ ପକ୍ଷରୁ ୩,୩୦୦ କୋଟି ଟଙ୍କାର ହାଓଲା ର଼୍ୟାକେଟ ଠାବ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସୂଚନା ଦେଇଛି। ଏହାର ଚେର ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦ ଭଳି ସହରକୁ ମାଡିଛି। ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ…
ଖୁବ୍ଶୀଘ୍ର ବିଏମ୍ସି ବାଣ୍ଟିବ ସ୍ମାର୍ଟ କିଓସ୍କୋ
ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ) ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଏ ନିର୍ମାଣ ହୋଇଥିବା ସ୍ମାର୍ଟ ଭେଣ୍ଡିଂ ଜୋନ୍ ବିଏମ୍ସିକୁ ହସ୍ତାନ୍ତର ହୋଇସାରିଛି। ସେଥିରେ ଥିବା ୧୫୦ଟି ସ୍ମାର୍ଟ କିଓସ୍କୋକୁ ଖୁବ୍ଶୀଘ୍ର ବ୍ୟବସାୟୀମାନଙ୍କୁ ବଣ୍ଟାଯିବ। ଏନେଇ ବିଏମ୍ସି ପକ୍ଷରୁ ସୋମବାର ପ୍ରକୃତ ହିତାଧିକାରୀ…

