ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବା ଲକ୍ଷ୍ୟ ନେଇ ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ପରିକଳ୍ପନା କରାଯାଇଛି। କୋଣାର୍କ-ପୁରୀ ମେରାଇନ ଡ୍ରାଇଭ୍‌ରେ ମାସେ ବ୍ୟାପୀ ପର୍ଯ୍ୟଟକମାନେ ବେଳାଭୂମି ପର୍ଯ୍ୟଟନର ମଜା ନେଇପାରିବେ। ଏଥିପାଇଁ ଜୋର୍‌ଦାର କାମ ଚାଲିଥିବାବେଳେ ବୁଧବାର ହୋଟେଲ ହଲିଡେ ରିସର୍ଟ ପରିସରରେ ହୋଟେଲିୟର, ଟୁର୍‌ ଅପରେଟର, ଟ୍ରାଭେଲ ଏଜେନ୍ସି ଓ ସମ୍ପୃକ୍ତ ଅଂଶୀଦାରଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୈଠକ କରିଛନ୍ତି। ପ୍ରଥମକରି ରାଜ୍ୟରେ ଏଭଳି ଏକ ପ୍ରକଳ୍ପ ହାତକୁ ନିଆଯାଇଥିବାରୁ ଏହାର ସଫଳତା ପାଇଁ ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ପାଣିଗ୍ରାହୀ ଆହ୍ବାନ ଦେଇଛନ୍ତି।
ଗୁଜରାଟର କଚ୍ଛରେ ହେଉଥିବା ରାନ୍‌ ଉତ୍ସବ ଭଳି କୋଣାର୍କରେ ଏହି ଉତ୍ସବ ଡିସେମ୍ବର ୧୪ରୁ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟକଙ୍କ ପାଇଁ ୫୦ଟି କଟେଜ ତିଆରି ଚାଲିଛି। ଏଥିରେ ୩୪ ଡିଲକ୍ସ, ୧୨ ପ୍ରିମିୟମ, ୨ ରୟାଲ ଏବଂ ଅନ୍ୟ ୨ ଭିଲ୍ଲା କଟେଜ ରହିଛି। ୯୦୦୦ ଟଙ୍କାରୁ ଆରମ୍ଭ କରି ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୁକିଂ ଦେୟ ରହିଛି। ପର୍ଯ୍ୟଟକମାନେ ବୁକିଂ କରି ମାସେ ପର୍ଯ୍ୟନ୍ତ ଏହି ଟେଣ୍ଟରେ ରାତ୍ରିଯାପନ କରି ବେଳାଭୂମି ପର୍ଯ୍ୟଟନକୁ ମନଭରି ଉପଭୋଗ କରିପାରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶା କଳାସଂସ୍କୃତି ଓ ପରମ୍ପରାର ଗାଥା, ଖାଦ୍ୟଷ୍ଟଲ, ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ, ଜଳକ୍ରୀଡ଼ା, ଆଡଭେଞ୍ଚର୍ସ ସ୍ପୋଟର୍‌ସ, ବୋଟିଂ ଭଳି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବ। ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ସାଙ୍ଗକୁ ପରିବେଶ କିପରି ପ୍ରଦୂଷିତ ନ ହେବ ତାହା ଉପରେ ମୁଖ୍ୟତଃ ଫୋକସ ରହିବ। ଏ ସମ୍ପର୍କରେ ସୂଚନା ଦେଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ପର୍ଯ୍ୟଟନର ବିକାଶ ପାଇଁ ପୁରୀ ଜିଲାର ଅସ୍ତରଙ୍ଗଠାରୁ ସାତପଡ଼ା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁଯୋଗ ରହିଛି। କୋଣାର୍କରେ ପର୍ଯ୍ୟଟକଙ୍କ ରହଣି ପାଇଁ ସେମିତି କିଛି ସୁବିଧା ନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଥମଥର ଲାଗି ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ଆୟୋଜନ କରାଯାଉଛି। ଏହା ନିଶ୍ଚିତ ସଫଳ ହେବ ବୋଲି ଆଶା ରଖିଛୁ। ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ପ୍ରକଳ୍ପର ରୂପରେଖ ସମ୍ପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ଉତ୍ସବ ସରିବା ପରେ ତର୍ଜମା କରାଯିବ ବୋଲି କହିଥିଲେ। ଓଟିଡିସି ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସୋଏ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କୋଣାର୍କକୁ ଆସି ସନ୍ଧ୍ୟାରେ ଫେରିଯାଉଥିବା ପର୍ଯ୍ୟଟକଙ୍କ ଲାଗି ଡିସେମ୍ବର ୧୪ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚନ୍ଦ୍ରଭାଗାର ୯ଟି ସ୍ଥାନରେ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି କୋଣାର୍କଠାରେ ମଧ୍ୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ଏସ୍‌ପି ଉମାଶଙ୍କର ମିଶ୍ର ଉପସ୍ଥିତ ଥିଲେ।

ନଷ୍ଟ କରାଯିବନି ବାଲୁକା ସ୍ତୂପ
ପ୍ରକଳ୍ପ ହେବାକୁ ଥିବା ସ୍ଥାନରେ ବ୍ୟାପକ ବାଲୁକା ସ୍ତୂପ ରହିଛି। ଏହା ପ୍ରାକୃତିକ ସୌନ୍ଦର୍ଯ୍ୟ ବଢ଼ାଇବା ସହ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି। ଏହା ବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ରୋକିଥାଏ। ଏହାର ସୁରକ୍ଷା ଏବଂ ପ୍ରଦୂଷଣ ଯେପରି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri