ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବା ଲକ୍ଷ୍ୟ ନେଇ ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ପରିକଳ୍ପନା କରାଯାଇଛି। କୋଣାର୍କ-ପୁରୀ ମେରାଇନ ଡ୍ରାଇଭ୍‌ରେ ମାସେ ବ୍ୟାପୀ ପର୍ଯ୍ୟଟକମାନେ ବେଳାଭୂମି ପର୍ଯ୍ୟଟନର ମଜା ନେଇପାରିବେ। ଏଥିପାଇଁ ଜୋର୍‌ଦାର କାମ ଚାଲିଥିବାବେଳେ ବୁଧବାର ହୋଟେଲ ହଲିଡେ ରିସର୍ଟ ପରିସରରେ ହୋଟେଲିୟର, ଟୁର୍‌ ଅପରେଟର, ଟ୍ରାଭେଲ ଏଜେନ୍ସି ଓ ସମ୍ପୃକ୍ତ ଅଂଶୀଦାରଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୈଠକ କରିଛନ୍ତି। ପ୍ରଥମକରି ରାଜ୍ୟରେ ଏଭଳି ଏକ ପ୍ରକଳ୍ପ ହାତକୁ ନିଆଯାଇଥିବାରୁ ଏହାର ସଫଳତା ପାଇଁ ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ପାଣିଗ୍ରାହୀ ଆହ୍ବାନ ଦେଇଛନ୍ତି।
ଗୁଜରାଟର କଚ୍ଛରେ ହେଉଥିବା ରାନ୍‌ ଉତ୍ସବ ଭଳି କୋଣାର୍କରେ ଏହି ଉତ୍ସବ ଡିସେମ୍ବର ୧୪ରୁ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟକଙ୍କ ପାଇଁ ୫୦ଟି କଟେଜ ତିଆରି ଚାଲିଛି। ଏଥିରେ ୩୪ ଡିଲକ୍ସ, ୧୨ ପ୍ରିମିୟମ, ୨ ରୟାଲ ଏବଂ ଅନ୍ୟ ୨ ଭିଲ୍ଲା କଟେଜ ରହିଛି। ୯୦୦୦ ଟଙ୍କାରୁ ଆରମ୍ଭ କରି ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୁକିଂ ଦେୟ ରହିଛି। ପର୍ଯ୍ୟଟକମାନେ ବୁକିଂ କରି ମାସେ ପର୍ଯ୍ୟନ୍ତ ଏହି ଟେଣ୍ଟରେ ରାତ୍ରିଯାପନ କରି ବେଳାଭୂମି ପର୍ଯ୍ୟଟନକୁ ମନଭରି ଉପଭୋଗ କରିପାରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶା କଳାସଂସ୍କୃତି ଓ ପରମ୍ପରାର ଗାଥା, ଖାଦ୍ୟଷ୍ଟଲ, ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ, ଜଳକ୍ରୀଡ଼ା, ଆଡଭେଞ୍ଚର୍ସ ସ୍ପୋଟର୍‌ସ, ବୋଟିଂ ଭଳି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବ। ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ସାଙ୍ଗକୁ ପରିବେଶ କିପରି ପ୍ରଦୂଷିତ ନ ହେବ ତାହା ଉପରେ ମୁଖ୍ୟତଃ ଫୋକସ ରହିବ। ଏ ସମ୍ପର୍କରେ ସୂଚନା ଦେଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ପର୍ଯ୍ୟଟନର ବିକାଶ ପାଇଁ ପୁରୀ ଜିଲାର ଅସ୍ତରଙ୍ଗଠାରୁ ସାତପଡ଼ା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁଯୋଗ ରହିଛି। କୋଣାର୍କରେ ପର୍ଯ୍ୟଟକଙ୍କ ରହଣି ପାଇଁ ସେମିତି କିଛି ସୁବିଧା ନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଥମଥର ଲାଗି ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ଆୟୋଜନ କରାଯାଉଛି। ଏହା ନିଶ୍ଚିତ ସଫଳ ହେବ ବୋଲି ଆଶା ରଖିଛୁ। ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ପ୍ରକଳ୍ପର ରୂପରେଖ ସମ୍ପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ଉତ୍ସବ ସରିବା ପରେ ତର୍ଜମା କରାଯିବ ବୋଲି କହିଥିଲେ। ଓଟିଡିସି ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସୋଏ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କୋଣାର୍କକୁ ଆସି ସନ୍ଧ୍ୟାରେ ଫେରିଯାଉଥିବା ପର୍ଯ୍ୟଟକଙ୍କ ଲାଗି ଡିସେମ୍ବର ୧୪ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚନ୍ଦ୍ରଭାଗାର ୯ଟି ସ୍ଥାନରେ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି କୋଣାର୍କଠାରେ ମଧ୍ୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ଏସ୍‌ପି ଉମାଶଙ୍କର ମିଶ୍ର ଉପସ୍ଥିତ ଥିଲେ।

ନଷ୍ଟ କରାଯିବନି ବାଲୁକା ସ୍ତୂପ
ପ୍ରକଳ୍ପ ହେବାକୁ ଥିବା ସ୍ଥାନରେ ବ୍ୟାପକ ବାଲୁକା ସ୍ତୂପ ରହିଛି। ଏହା ପ୍ରାକୃତିକ ସୌନ୍ଦର୍ଯ୍ୟ ବଢ଼ାଇବା ସହ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି। ଏହା ବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ରୋକିଥାଏ। ଏହାର ସୁରକ୍ଷା ଏବଂ ପ୍ରଦୂଷଣ ଯେପରି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?