ଅମିତାଭ୍ଙ୍କ ଦୀପାବଳି ପାର୍ଟିରେ ଐଶ୍ଚର୍ଯ୍ୟାଙ୍କ ମ୍ୟାନେଜରଙ୍କ ଲେହେଙ୍ଗାରେ ଲାଗିଲା ନିଆଁ : ବଞ୍ଚାଇଲେ ଶାହରୁଖ୍
ମୁମ୍ବାଇ,୩୦।୧୦: ଦୀପାବଳି ଅବସରରେ ବିଗ୍ ବି ଅମିତାଭ୍ ବଚ୍ଚନ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଏକ ଅଘଟଣ ଘଟିଥିଲା। ସମସ୍ତେ ବାଣଫୁଟାଇବାରେ ମସଗୁଲ୍ ଥିବାବେଳେ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା।…
ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ: ପାକିସ୍ତାନ ଜାରି କଲା କଏନ୍
ଇସଲାମାବାଦ୍,୩୦।୧୦: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଉପଲକ୍ଷେ ପାକିସ୍ତାନ ୫୦ ଟଙ୍କିଆ କଏନ୍ ଜାରି କରିଛି। ଏହାର ଗୋଟିଏ ପାର୍ଶ୍ୱରେ କରତାରପୁର କରିଡୋର ଥିବାବେଳେ ଅନ୍ୟ ପାର୍ଶ୍ୱରେ ଚନ୍ଦ୍ର ଏବଂ ତାରା ସହିତ ଏହାର ମୂଲ୍ୟ ଖୋଦିତ ହୋଇଛି। ଏଥିରେ…
ପୋଖରୀରେ ପଶିଲା ସ୍କୁଲଭ୍ୟାନ୍
ଦିଗପହଣ୍ଡି, ୩୦।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ା ନିକଟସ୍ଥ ପହଁରାବାଡ଼ି ନିକଟରେ ବୁଧବାର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ପୋଖରୀରେ ପଶିଯିବା କାରଣରୁ ଗାଡ଼ିରେ ଥିବା ୧୩ଜଣ ସାମାନ୍ୟ ଆହତ ହୋଇଥିବା…
ଆଦିତ୍ୟନାଥଙ୍କ ଦୀପାବଳି ରାଜନୀତି: ମୁଲାୟମ୍ଙ୍କୁ ଭେଟି ୨୫ ମିନିଟ୍ କଲେ ଆଲୋଚନା
ଲକ୍ଷ୍ନୌ,୩୦।୧୦: ସମାଜବାଦୀ ନେତା ମୁଲାୟମ୍ ସିଂ ଯାଦବଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଭେଟିଛନ୍ତି। ସେ ମୁଲାୟମ୍ଙ୍କୁ ତାଙ୍କ ବାସଭବନରେ ଭେଟି ଦୀପାବଳି ଶୁଭକାମନା ଜଣାଇଛନ୍ତି। ତେବେ ଦୁଇ ନେତାଙ୍କ ସାକ୍ଷାତ୍ ନେଇ ରାଜ୍ୟର ରାଜନୈତିକସ୍ତରରେ ଉଷ୍ଣତା ବଢ଼ିବାରେ ଲାଗିଛି।…
ଫିଲ୍ମ ‘ରାଧେ’ରେ ଏମିତି ରହିବ ସଲମାନଙ୍କ ଲୁକ୍
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ଇତିମଧ୍ୟରେ ଲଞ୍ଚ ହୋଇଯାଇଛି। ଦବଙ୍ଗ ୩ର ଶୁଟିଂ ଶେଷ ହେବାପରେ ସଲ୍ଲୁ ଏହି ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଲମାନ ପୋଲିସ…
ଖଲିସ୍ତାନୀଙ୍କୁ ସକ୍ରିୟ କରୁଛି ଆଇଏସ୍ଆଇ: ଭାରତୀୟ ଗୋଇନ୍ଦା ବିଭାଗର ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ,୩୦।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପଞ୍ଜାବରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର ରଚିଛି। ଏହା ଅନ୍ତର୍ଗତ ଆଇଏସ୍ଆଇ ସ୍ଥାନୀୟ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ହାତ ମିଳାଇଛି। ଖଲିସ୍ତାନୀଙ୍କୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରହିବା ସହିତ ସଂଗଠନକୁ ମଜବୁତ…
ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ଡମ୍ପର: ୬ ବର୍ଷ ନାବାଳିକାଙ୍କ ମୃତ୍ୟୁ
ବସ୍ତା, ୩୧।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ଅମର୍ଦାରୋଡ ଛକ ନିକଟରେ ବୁଧବାର ସକାଳେ ଡମ୍ପର ଧକ୍କାରେ ଜଣେ ୬ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ବାଗଲଡ଼ିହା ଗ୍ରାମର ବିପ୍ଲବ…
ଜାଣନ୍ତୁ କେଉଁ ଟିମ୍ କେତୋଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି
ଭାରତ ଓ ବାଂଲାଦେଶ ମଧ୍ୟରେ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କୋଲକାତାର ଇଡେନ ଗାର୍ଡେନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ଦୁଇ ଟିମ କ୍ରିକେଟ ଇତିହାସରେ ପ୍ରଥମଥର ଲାଗି ପିଙ୍କ ବଲରେ ଡେ/ନାଇଟ ଟେଷ୍ଟ କ୍ରିକେଟ ଖେଳିବାକୁ ଓହ୍ଲାଇବେ। ଭାରତ…
କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ, ତା’ ଉପରେ କ୍ଷେପଣାସ୍ତ୍ର ମାଡ ହେବ: ପାକିସ୍ତାନ ମନ୍ତ୍ରୀ
ଇସଲାମାବାଦ,୩୦।୧୦:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଦେଶର ଅନେକ ନେତା ଏବଂ ମନ୍ତ୍ରୀ ଭାରତ ବିରୋଧୀ ମନ୍ତବ୍ୟମାନ ଦେଉଛନ୍ତି। ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ମନ୍ତ୍ରୀ ଅଲ୍ଲୀ ଅମିନ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ…
ଉଦୟକଣି ଗ୍ରାମ ନିକଟରେ ପୁଣି କୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଗଲା ଲୁଣାଜୁଆର, ଗ୍ରାମବାସୀ ଆତଙ୍କିତ
କାକଟପୁର,୩୦।୧୦(ଡି.ଏନ୍.ଏ.): ପୁଣି ଥରେ ଅସ୍ତରଙ୍ଗ ଉପକୂଳ ଉଦୟକଣି ଗ୍ରାମଠାରେ କୂଳ ଲଙ୍ଘିଛି ଅଶାନ୍ତ ସମୁଦ୍ର। ମେଲା ପଡ଼ିଥିବା ବେଳାଭୂମି ଦେଇ ବୁଧବାର ଲୁଣା ଜୁଆର ସ୍ଥଳଭାଗକୁ ମାଡ଼ି ଚାଲିଛି। ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ଉଦୟକଣି, ଛେନୁ, ତଣ୍ଡାହାର, କଟକଣା, ବାଘଡ଼ିହା…
ଜମ୍ମୁ-କଶ୍ମୀରରେ ୫ ଶ୍ରମିକଙ୍କୁ ହତ୍ୟା ଘଟଣା: ନିନ୍ଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କୋଲକାତା,୩୦।୧୦: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ୫ ଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏମାନେ ସମସ୍ତେ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ କଶ୍ମୀର ଯାଇ ପଥର କାରିଗର କାମ କରୁଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ…
ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀରରେ ଆଶାନ୍ତି ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ବୁଧବାର ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପଓ୍ବାରା ଜିଲାର କେତେକ ଅଞ୍ଚଳ ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ସ୍ଥାନୀୟ ମାଛିଲ ସେକ୍ଟରରେ ହୋଇଥିବା ଅସ୍ତ୍ରବିରତି…
Archives


