Posted inଖେଳ

ପିଙ୍କ୍‌ ବଲ୍‌ କ୍ରିକେଟ

ଏପର୍ଯ୍ୟନ୍ତ ୧୧ଟି ପିଙ୍କ୍‌ ବଲ୍‌ ଟେଷ୍ଟ ସଫଳତାର ସହ ଆୟୋଜନ ହୋଇଛି। ଅବଶ୍ୟ ଥରେ ମାତ୍ର ମହିଳା ଦିବାରାତ୍ର ଟେଷ୍ଟ ଖେଳାଯାଇଛି। ଦିବାରାତ୍ର ଟେଷ୍ଟ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ସର୍ବାଧିକ ପିଙ୍କ ବଲ୍‌ ଟେଷ୍ଟ ଖେଳିଛି ଓ ୫ ଥର ବିଜୟୀ ହୋଇ ସଫଳତମ ଦଳ ସାବ୍ୟସ୍ତ ହୋଇଛି।

ପ୍ଲଡ୍ ଲାଇଟ୍‌ ତଳେ ଦିବାରାତ୍ର କ୍ରିକେଟ ଆଦୌ ନୂଆ କଥା ନୁହଁ। ଧଳା ବଲ୍‌ରେ ଦିନିକିଆ କ୍ରିକେଟ ମଧ୍ୟ ଖେଳିବା ଅଭ୍ୟାସରେ ପରିଣତ ହୋଇଛି। କିନ୍ତୁ ଫ୍ଲଡ ଲାଇଟ୍‌ ତଳେ ଟେଷ୍ଟ ଖେଳିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଯଦିଓ ପୂର୍ବରୁ କେତେଥର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ସଫଳତାର ସହ ଆୟୋଜନ ହୋଇଛି। ତେବେ ଏହା ଧଳା ବଲ୍‌ରେ ନୁହଁ ଗୋଲାପୀ ବା ପିଙ୍କ୍‌ ବଲ୍‌ରେ ଖେଳାଯାଇଥିଲା। ତେଣୁ ଦିବାରାତ୍ର ଟେଷ୍ଟକୁ ପିଙ୍କ୍‌ ବଲ୍‌ କ୍ରିକେଟ ମଧ୍ୟ କୁହାଯାଇଥାଏ। କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ପ୍ରଥମଥର ପାଇଁ ଭାରତ ଓ ବାଂଲାଦେଶ ପିଙ୍କ ବଲ୍‌ ଟେଷ୍ଟ ଖେଳିବେ। ଫଳରେ ଏହି ମ୍ୟାଚ୍‌ କ୍ରିକେଟ ଇତିହାସ ପୃଷ୍ଠାରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବତନ୍ତ୍ର ପ୍ରଚେଷ୍ଟା ଏହି ମ୍ୟାଚ୍‌ ଆୟୋଜନ ହେଉଛି।
ତେବେ ବିଶ୍ୱ କ୍ରିକେଟରେ ପ୍ରଥମଥର ପାଇଁ ପିଙ୍କ୍‌ ବଲ୍‌ ଟେଷ୍ଟ ଆୟୋଜନ ହେଉନାହିଁ। ପୂର୍ବରୁ ଏକାଧିକବାର ଏହାର ସଫଳ ଆୟୋଜନ ହୋଇଛି। ୨୦୧୫ ନଭେମ୍ବରରେ ୨୭ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମଥର ପାଇଁ ପିଙ୍କ୍‌ ବଲ ଟେଷ୍ଟ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୩ ଉଇକେଟରେ ବିଜୟୀ ହୋଇଥିଲା। ଏଥିରେ ଏପର୍ଯ୍ୟନ୍ତ ୧୧ଟି ପିଙ୍କ ବଲ୍‌ ଟେଷ୍ଟ ଆୟୋଜନ ହୋଇଛି। ପୁଣି ନୂଆ ବର୍ଷ ପୂର୍ବରୁ ଭାରତ- ବାଂଲାଦେଶ ମ୍ୟାଚ୍‌ ସମେତ ୩ଟି ଦିବାରାତ୍ର ଟେଷ୍ଟ ଆୟୋଜନ ହେବ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨୦୧୬ ଅକ୍ଟୋବର ୧୩ରୁ ୧୭ ତାରିଖ ମଧ୍ୟରେ ଦ୍ୱିତୀୟ ଫିଙ୍କ୍‌ ବଲ୍‌ ଟେଷ୍ଟ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ୫୬ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଏହିବର୍ଷ ନଭେମ୍ବର ୨୪ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ତୃତୀୟ ଫିଙ୍କ୍‌ ବଲ୍‌ ଟେଷ୍ଟ ଆଡିଲେଡ୍‌ରେ ଖେଳାଯାଇଥିଲା ଓ ଏଥିରେ ଅଷ୍ଟ୍ରେଲିଆ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ପୁଣି ଏହି ବର୍ଷ ଚତୁର୍ଥ ପିଙ୍କ ବଲ୍‌ ଟେଷ୍ଟରେ ବ୍ରିସ୍‌ବେନର ଗାବାରେ ଡିସେମ୍ବର ୧୫ରୁ ୧୯ ତାରିଖରେ ଖେଳାଯାଇଥିଲା ଓ ଏଥିରେ ଅଷ୍ଟ୍ରେଲିଆ ୩୯ ରନରେ ପାକିସ୍ତାନକୁ ହରାଇଥିଲା। ପଞ୍ଚମ ଦିବାରାତ୍ର ଟେଷ୍ଟ ୨୦୧୭ ଅଗଷ୍ଟ ୧୭ରୁ ୨୧ ତାରିଖ ମଧ୍ୟରେ ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହୋଇଥିଲ। ଏଥିରେ ଇଂଲଣ୍ଡ ଏକ ଇନିଂସ ୨୦୯ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ଏହି ବର୍ଷ ଅକ୍ଟୋବର ୬ରୁ ୧୦ ତାରିଖ ମଧ୍ୟରେ ଦୁବାଇରେ ଅନୁଷ୍ଠିତ ଷଷ୍ଠ ଦିବାରାତ୍ର ଟେଷ୍ଟରେ ପାକିସ୍ତାନ ୬୮ ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିଲା। ସେହିପରି ୨୦୧୭ ଡିସେମ୍ବର ୨ରୁ ୬ ତାରିଖ ମଧ୍ୟରେ ଆଡିଲେଡ୍‌ରେ ଅନୁଷ୍ଠିତ ସପ୍ତମ ପିଙ୍କ୍‌ ବଲ୍‌ ଟେଷ୍ଟରେ ଅଷ୍ଟ୍ରେଲିଆ ୧୨୦ ରନରେ ଇଂଲଣ୍ଡକୁ ହରାଇଥିଲା। ଅଷ୍ଟମ ପିଙ୍କ୍‌ ବଲ୍‌ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ବେ ପରସ୍ପରକୁ ଭେଟିଥିଲେ। ଏହା ୨୦୧୭ ଡିସେମ୍ବର ୨୬ରୁ ୨୯ ତାରିଖ ମଧ୍ୟରେ ଖେଳାଯାଇଥିଲା ଓ ଏଥିରେ ଦକ୍ଷିଣ ଆଫ୍ରିକା ୧୨୦ ରନରେ ବିଜୟୀ ହୋଇଥିଲା। ଅକଲାଣ୍ଡର ଇଡେନ ପାର୍କରେ ୨୦୧୮ ମାର୍ଚ୍ଚ ୨୨ରୁ ୨୬ ତାରିଖ ମଧ୍ୟରେ ନବମ ଦିବାରାତ୍ର ଟେଷ୍ଟ ଆୟୋଜନ ହୋଇଥିଲା। ଏଥିରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୪୯ ରନରେ ଇଂଲଣ୍ଡକୁ ହରାଇଥିଲା। ୧୦ମ ପିଙ୍କ୍‌ ବଲ୍‌ ଟେଷ୍ଟ ୨୦୧୮ ଜୁନ ୨୩ରୁ ୨୭ ମଧ୍ୟରେ ଖେଳାଯାଇଥିବା କେନିଂଟନ ଓଭାଲ ଗ୍ରାଉଣ୍ଡରେ। ଏଥିରେ ଶ୍ରୀଲଙ୍କା ୪ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ସେହିପର ୧୧ତମ ଦିବାରାତ୍ର ଟେଷ୍ଟରେ ବ୍ରିସ୍‌ବେନ୍‌ର ଗାବାରେ ୨୦୧୯ ଜାନୁୟାରୀ ୨୪ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ଏକ ଇନିଂସ ଓ ୪୦ ରନରେ ଶୀଲଙ୍କା ହରାଇଥିଲା। ଥରେ ମାତ୍ର ମହିଳା ପିଙ୍କବଲ୍‌ ଟେଷ୍ଟ ଖେଳାଯାଇଛି। ୨୦୧୭ ନଭେମ୍ବର ୯ରୁ ୧୨ ତାରିଖ ମଧ୍ୟରେ ସିଡନୀରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍କରକୁ ଭେଟିଥିଲେ ଓ ଏହା ଡ୍ର ରହିଥିଲା। ଏହା ପରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏଥିରେ ଘରୋଇ ଭାରତ ଫେଭରାଇଟ୍‌ ବିବେଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri