Posted inଖେଳ

ପିଙ୍କ୍‌ ବଲ୍‌ କ୍ରିକେଟ

ଏପର୍ଯ୍ୟନ୍ତ ୧୧ଟି ପିଙ୍କ୍‌ ବଲ୍‌ ଟେଷ୍ଟ ସଫଳତାର ସହ ଆୟୋଜନ ହୋଇଛି। ଅବଶ୍ୟ ଥରେ ମାତ୍ର ମହିଳା ଦିବାରାତ୍ର ଟେଷ୍ଟ ଖେଳାଯାଇଛି। ଦିବାରାତ୍ର ଟେଷ୍ଟ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ସର୍ବାଧିକ ପିଙ୍କ ବଲ୍‌ ଟେଷ୍ଟ ଖେଳିଛି ଓ ୫ ଥର ବିଜୟୀ ହୋଇ ସଫଳତମ ଦଳ ସାବ୍ୟସ୍ତ ହୋଇଛି।

ପ୍ଲଡ୍ ଲାଇଟ୍‌ ତଳେ ଦିବାରାତ୍ର କ୍ରିକେଟ ଆଦୌ ନୂଆ କଥା ନୁହଁ। ଧଳା ବଲ୍‌ରେ ଦିନିକିଆ କ୍ରିକେଟ ମଧ୍ୟ ଖେଳିବା ଅଭ୍ୟାସରେ ପରିଣତ ହୋଇଛି। କିନ୍ତୁ ଫ୍ଲଡ ଲାଇଟ୍‌ ତଳେ ଟେଷ୍ଟ ଖେଳିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଯଦିଓ ପୂର୍ବରୁ କେତେଥର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ସଫଳତାର ସହ ଆୟୋଜନ ହୋଇଛି। ତେବେ ଏହା ଧଳା ବଲ୍‌ରେ ନୁହଁ ଗୋଲାପୀ ବା ପିଙ୍କ୍‌ ବଲ୍‌ରେ ଖେଳାଯାଇଥିଲା। ତେଣୁ ଦିବାରାତ୍ର ଟେଷ୍ଟକୁ ପିଙ୍କ୍‌ ବଲ୍‌ କ୍ରିକେଟ ମଧ୍ୟ କୁହାଯାଇଥାଏ। କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ପ୍ରଥମଥର ପାଇଁ ଭାରତ ଓ ବାଂଲାଦେଶ ପିଙ୍କ ବଲ୍‌ ଟେଷ୍ଟ ଖେଳିବେ। ଫଳରେ ଏହି ମ୍ୟାଚ୍‌ କ୍ରିକେଟ ଇତିହାସ ପୃଷ୍ଠାରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବତନ୍ତ୍ର ପ୍ରଚେଷ୍ଟା ଏହି ମ୍ୟାଚ୍‌ ଆୟୋଜନ ହେଉଛି।
ତେବେ ବିଶ୍ୱ କ୍ରିକେଟରେ ପ୍ରଥମଥର ପାଇଁ ପିଙ୍କ୍‌ ବଲ୍‌ ଟେଷ୍ଟ ଆୟୋଜନ ହେଉନାହିଁ। ପୂର୍ବରୁ ଏକାଧିକବାର ଏହାର ସଫଳ ଆୟୋଜନ ହୋଇଛି। ୨୦୧୫ ନଭେମ୍ବରରେ ୨୭ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମଥର ପାଇଁ ପିଙ୍କ୍‌ ବଲ ଟେଷ୍ଟ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୩ ଉଇକେଟରେ ବିଜୟୀ ହୋଇଥିଲା। ଏଥିରେ ଏପର୍ଯ୍ୟନ୍ତ ୧୧ଟି ପିଙ୍କ ବଲ୍‌ ଟେଷ୍ଟ ଆୟୋଜନ ହୋଇଛି। ପୁଣି ନୂଆ ବର୍ଷ ପୂର୍ବରୁ ଭାରତ- ବାଂଲାଦେଶ ମ୍ୟାଚ୍‌ ସମେତ ୩ଟି ଦିବାରାତ୍ର ଟେଷ୍ଟ ଆୟୋଜନ ହେବ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨୦୧୬ ଅକ୍ଟୋବର ୧୩ରୁ ୧୭ ତାରିଖ ମଧ୍ୟରେ ଦ୍ୱିତୀୟ ଫିଙ୍କ୍‌ ବଲ୍‌ ଟେଷ୍ଟ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ୫୬ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଏହିବର୍ଷ ନଭେମ୍ବର ୨୪ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ତୃତୀୟ ଫିଙ୍କ୍‌ ବଲ୍‌ ଟେଷ୍ଟ ଆଡିଲେଡ୍‌ରେ ଖେଳାଯାଇଥିଲା ଓ ଏଥିରେ ଅଷ୍ଟ୍ରେଲିଆ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ପୁଣି ଏହି ବର୍ଷ ଚତୁର୍ଥ ପିଙ୍କ ବଲ୍‌ ଟେଷ୍ଟରେ ବ୍ରିସ୍‌ବେନର ଗାବାରେ ଡିସେମ୍ବର ୧୫ରୁ ୧୯ ତାରିଖରେ ଖେଳାଯାଇଥିଲା ଓ ଏଥିରେ ଅଷ୍ଟ୍ରେଲିଆ ୩୯ ରନରେ ପାକିସ୍ତାନକୁ ହରାଇଥିଲା। ପଞ୍ଚମ ଦିବାରାତ୍ର ଟେଷ୍ଟ ୨୦୧୭ ଅଗଷ୍ଟ ୧୭ରୁ ୨୧ ତାରିଖ ମଧ୍ୟରେ ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହୋଇଥିଲ। ଏଥିରେ ଇଂଲଣ୍ଡ ଏକ ଇନିଂସ ୨୦୯ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ଏହି ବର୍ଷ ଅକ୍ଟୋବର ୬ରୁ ୧୦ ତାରିଖ ମଧ୍ୟରେ ଦୁବାଇରେ ଅନୁଷ୍ଠିତ ଷଷ୍ଠ ଦିବାରାତ୍ର ଟେଷ୍ଟରେ ପାକିସ୍ତାନ ୬୮ ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିଲା। ସେହିପରି ୨୦୧୭ ଡିସେମ୍ବର ୨ରୁ ୬ ତାରିଖ ମଧ୍ୟରେ ଆଡିଲେଡ୍‌ରେ ଅନୁଷ୍ଠିତ ସପ୍ତମ ପିଙ୍କ୍‌ ବଲ୍‌ ଟେଷ୍ଟରେ ଅଷ୍ଟ୍ରେଲିଆ ୧୨୦ ରନରେ ଇଂଲଣ୍ଡକୁ ହରାଇଥିଲା। ଅଷ୍ଟମ ପିଙ୍କ୍‌ ବଲ୍‌ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ବେ ପରସ୍ପରକୁ ଭେଟିଥିଲେ। ଏହା ୨୦୧୭ ଡିସେମ୍ବର ୨୬ରୁ ୨୯ ତାରିଖ ମଧ୍ୟରେ ଖେଳାଯାଇଥିଲା ଓ ଏଥିରେ ଦକ୍ଷିଣ ଆଫ୍ରିକା ୧୨୦ ରନରେ ବିଜୟୀ ହୋଇଥିଲା। ଅକଲାଣ୍ଡର ଇଡେନ ପାର୍କରେ ୨୦୧୮ ମାର୍ଚ୍ଚ ୨୨ରୁ ୨୬ ତାରିଖ ମଧ୍ୟରେ ନବମ ଦିବାରାତ୍ର ଟେଷ୍ଟ ଆୟୋଜନ ହୋଇଥିଲା। ଏଥିରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୪୯ ରନରେ ଇଂଲଣ୍ଡକୁ ହରାଇଥିଲା। ୧୦ମ ପିଙ୍କ୍‌ ବଲ୍‌ ଟେଷ୍ଟ ୨୦୧୮ ଜୁନ ୨୩ରୁ ୨୭ ମଧ୍ୟରେ ଖେଳାଯାଇଥିବା କେନିଂଟନ ଓଭାଲ ଗ୍ରାଉଣ୍ଡରେ। ଏଥିରେ ଶ୍ରୀଲଙ୍କା ୪ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ସେହିପର ୧୧ତମ ଦିବାରାତ୍ର ଟେଷ୍ଟରେ ବ୍ରିସ୍‌ବେନ୍‌ର ଗାବାରେ ୨୦୧୯ ଜାନୁୟାରୀ ୨୪ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ଏକ ଇନିଂସ ଓ ୪୦ ରନରେ ଶୀଲଙ୍କା ହରାଇଥିଲା। ଥରେ ମାତ୍ର ମହିଳା ପିଙ୍କବଲ୍‌ ଟେଷ୍ଟ ଖେଳାଯାଇଛି। ୨୦୧୭ ନଭେମ୍ବର ୯ରୁ ୧୨ ତାରିଖ ମଧ୍ୟରେ ସିଡନୀରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍କରକୁ ଭେଟିଥିଲେ ଓ ଏହା ଡ୍ର ରହିଥିଲା। ଏହା ପରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏଥିରେ ଘରୋଇ ଭାରତ ଫେଭରାଇଟ୍‌ ବିବେଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

ସୁରେନ୍ଦ୍ର ଭାବେ ଓଡ଼ିଶା କ୍ରିକେଟ ଟିମ୍ ର ନୂଆ କୋଚ୍ ନିଯୁକ୍ତ

କଟକ, ୧୭।୪: ଆଗାମୀ ଘରୋଇ ସିଜିନ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ...

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର...

ଆଇପିଏଲ୍ ରୁ ଅବସର ନେବେ ନାହିଁ ଧୋନୀ!, ଦୁଇ ସାଙ୍ଗ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୭।୪: ଚଳିତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଜଣେ ଖେଳାଳି ଭାବେ ଆଇପିଏଲ ଖେଳୁଛନ୍ତି। ସିଜିନ୍ ଆରମ୍ଭରେ ଧୋନୀ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ...

ସନ୍ନ୍ୟାସ ନେଇଥିବା ସତ୍ତ୍ୱେ ବିଶ୍ୱକପ୍‌ ଖେଳିପାରନ୍ତି ସୁନୀଲ ନାରିନ୍‌, ନିଷ୍ପତ୍ତି ବଦଳାନ୍ତୁ ବୋଲି…

ନୂଆଦିଲ୍ଲୀ,୧୭।୪: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିପାରନ୍ତି ସୁନୀଲ ନାରିନ୍‌। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ହେଁ ତାଙ୍କୁ ଫେରାଇ...

ବିସିସିଆଇର ବଡ଼ ନିଷ୍ପତି, ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗରେ ରଖିଲା ଏହି ସର୍ତ୍ତ

ମୁମ୍ବାଇ,୧୭।୪: ଭାରତୀୟ ସ୍ତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଚଳିତ ଆଇପିଏଲରେ ଦେଖିବାକୁ ମିଳୁ ନଥିଲା ବେଳେ ସମସ୍ୟା ଆଉ ଟିକିଏ ବଢି ଯାଇଛି। ବର୍ତ୍ତମାନ...

ଶ୍ରେୟସ ଗଣିବେ ୧୨ ଲକ୍ଷର ଜରିମାନା, ରାଜସ୍ଥାନଠାରୁ ପରାଜୟ ପରେ କୋଲକାତା ଅଧିନାୟକଙ୍କ ସହ କ’ଣ ହେଲା?

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନ ରୟାଲ୍ସ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ପରା ଜୟ ପରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକଙ୍କ ଉପରେ ଜରିମାନା ଲାଗିଛି। ମ୍ୟାଚ୍‌ରେ ସ୍ଲୋ ଓଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri