ସୁନ୍ଦରବନ ଛୁଇଁବ ବୁଲ୍ବୁଲ୍
ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍’ ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା ୧୭ କିମି ବେଗରେ ଗତି କରୁଛି। ଶନିବାର ମଧ୍ୟରାତ୍ରରେ ବୁଲ୍ବୁଲ୍ ପଶ୍ଚିମବଙ୍ଗର ସାଗରଦ୍ୱୀପ ଏବଂ…
ନିଦରୁ ଉଠିଲେ ମହାପ୍ରଭୁ, ଆରମ୍ଭ ହେଲା ଶୁଭକାଳ
ପୁରୀ ଅଫିସ, ୯ା୧୧: ରଥଯାତ୍ରା ପରେ ହରିଶୟନ ଏକାଦଶୀରେ ନିଦ୍ରା ଯାଇଥିଲେ ମହାପ୍ରଭୁ। ଚାରି ମାସ ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ମହାପ୍ରଭୁ ନିଦରୁ ଉଠିଛନ୍ତି। ଏହି କାର୍ତ୍ତିକ ଶୁକ୍ଳ ଏକାଦଶୀକୁ ହରି ଉତ୍ଥାପନ ଏକାଦଶୀ କୁହାଯାଏ। ଶ୍ରୀମନ୍ଦିରରେ ଶୁକ୍ରବାର ହରି…
ଆଇଏସ୍ଆଇ ହନିଟ୍ରାପ୍ରେ ଓଡ଼ିଆ ଯବାନ
ନୂଆଦିଲ୍ଲୀ,୯ା୧୧: ପାକିସ୍ତାନର କୁଖ୍ୟାତ୍ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ର ହନିଟ୍ରାପ୍ରେ ଫସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲାର ବିଚିତ୍ର ବେହେରା। ସିପାହି ବିଚିତ୍ରଙ୍କ ସହ ମଧ୍ୟପ୍ରଦେଶର ଲାନ୍ସ ନାୟକ ରବି ବର୍ମା ମଧ୍ୟ ଏହି ଜାଲରେ…
ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଫ୍ୟାମିଲ ପେନ୍ସନ୍ ପ୍ରଦାନ ମାମଲା: ୩ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ଅଫିସ,୯ା୧୧: ସ୍ବାଧୀନତା ସଂଗ୍ରାମୀଙ୍କ ବିଧବା ସ୍ତ୍ରୀଙ୍କୁ ପେନ୍ସନ୍ ପ୍ରଦାନ ସମ୍ପର୍କିତ ଏକ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ୩ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ରାଜ୍ୟ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ବିକାଶ ଦାସଙ୍କ ପକ୍ଷରୁ…
ବସ୍-କାର୍ ମୁହଁ।ମୁହିଁ ଧକ୍କା, ୧୫ ଆହତ
ଗୋପ,୯ା୧୧(ଡି.ଏନ୍.ଏ.): ନିମାପଡ଼ା-ଗୋପ ରାସ୍ତାର କୁଶୁପୁର ଗାଁ ଛକ ନିକଟରେ ଶୁକ୍ରବାର ଏକ ବସ୍ ଓ କାର୍ ମୁହଁ।ମୁହିଁ ଧକ୍କା ହେବାରୁ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସ୍ଥାନୀୟ ଅଗ୍ନିଶମ ବିଭାଗ ଆହତମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।…
ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା
ଭୁବନେଶ୍ୱର,୮।୧୧: ଇଣ୍ଡିଆନ୍ ଅଏଲ ପକ୍ଷରୁ ବାଲିଅନ୍ତା ବ୍ଲକ ଉମାଦେଇପୁର ବ୍ରହ୍ମପୁର ପଞ୍ଚାୟତର ଅନ୍ତର୍ଗତ ନାଗପୁର ଗ୍ରାମର କୁମର ରାଉତ(୭୦) ଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। କମ୍ପାନୀର ମହାପ୍ରବନ୍ଧକ ଦେବୀ ପ୍ରସାଦ ଶତପଥୀ ଏବଂ ମୁଖ୍ୟ ପ୍ରବନ୍ଧକ ଶ୍ରୀନିବାସ ପାତ୍ର ଏହି ସାଇକେଲକୁ…
ଡିସେମ୍ବର ୨ରୁ ‘ମିଶନ ଇନ୍ଦ୍ରଧନୁଷ୍ ୨.୦’: ୧୧ ରୋଗ ପାଇଁ ହେବ ଟିକାକରଣ
ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଶିଶୁଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିବା ଲାଗି ସରକାର ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ମସ୍ତିଷ୍କ ଜ୍ୱର ନିରାକରଣ ପାଇଁ ନଭେମ୍ବର ୧୧ରୁ ଟିକାକରଣ ଓ ଇଣ୍ଟେନ୍ସିିଫାଇଡ୍ ‘ମିଶନ ଇନ୍ଦ୍ରଧନୁଷ ୨.୦’ କାର୍ଯ୍ୟକ୍ରମ ଡିସେମ୍ବର ୨ରୁ…
ସ୍କର୍ପିଓ ସହ ଅପହୃତ ଯୁବକ ଉଦ୍ଧାର: ୩ ଗିରଫ
ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଇନ୍ଫୋସିଟି ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ସମେତ ସ୍କର୍ପିଓ ଗାଡ଼ିକୁ ଶୁକ୍ରବାର ପୋଲିସ ରାଜଧାନୀ ଉପକଣ୍ଠରୁ ଉଦ୍ଧାର କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ…
ବୁଲ୍ବୁଲ୍ ପାଇଁ ରେଳପଥ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ହେଲ୍ପ୍ଲାଇନ ନମ୍ବର ଜାରି
ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏଥିସହ ଯାତ୍ରୀମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ୮୪୫୫୮୮୫୯୩୯, ୦୬୭୪-୨୩୦୩୫୬୪ ନମ୍ବରରେ ଯାତ୍ରୀମାନେ ଯୋଗାଯୋଗ କରିପାରିବେ। ଏଥିସହ ପ୍ରମୁଖ ଅଧିକାରୀମାନଙ୍କୁ…
ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା
କଟକ ଅଫିସ,୯ା୧୧: ଆସନ୍ତା ୧୨ରେ କଟକ ବାଲିଯାତ୍ରା। ଏଠାରେ ବୁଲିବା ସହ ଚଟ୍ପଟି ଖାଦ୍ୟର ମଜା ନେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକଙ୍କ ସମାଗମ ହୋଇଥାଏ। ତେବେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ…
ଶରୀର ପାଇଁ ଲାଭଦାୟକ ମଞ୍ଜି ଜାତୀୟ ଖାଦ୍ୟ
ଆଧୁନିକ ଜୀବନଶୈଳୀ ଅନେକ ମାରାତ୍ମକ ରୋଗର କାରଣ ପାଲଟିଛି। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବା। ସମସ୍ତଙ୍କର ଧାରଣାଥାଏ ସୁସ୍ଥ ରହିବାକୁ ହେଲେ ଫଳ, ପନିପରିବା…
ବେଆଇନ ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ
କାମାକ୍ଷାନଗର, ୯ା୧୧(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବୀରାଶାଳ ଫରେଷ୍ଟ ସେକ୍ସନ ଅଧୀନ ହରିଡ଼ାପଦାରେ ବେଆଇନ ଗଛକଟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭୦ବର୍ଷ ଧରି ଗଛ ସହ ନିବିଡ଼ ସମ୍ପର୍କ ଥିବା ଆଦିବାସୀଙ୍କ…
Archives


