ଫେସ୍‌ବୁକ୍‌ରେ ଅନ୍‌ଫ୍ରେଣ୍ଡ୍‌ କରିବାରୁ ଭଉଣୀକୁ ଗୁଳି ମାରିଲେ ଭାଇ

ଓ୍ବାଶିଂଟନ, ୩।୧୨: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭଉଣୀ ନିଜ ଭାଇଙ୍କୁ ଫେସବୁକ୍‌ରୁ ଅନଫ୍ରେଣ୍ଡ୍‌ କରିବା ମହଙ୍ଗା ପଡିଛି। ଫଳସ୍ବରୂପ ଭାଇ ଭଉଣୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଅମଣ୍ଡା। ସୂଚନାଯୋଗ୍ୟ, ଅମଣ୍ଡା ଓ ତାଙ୍କ ଭାଇ ମୋଜେସଙ୍କ ମଧ୍ୟ ଫେସବୁକକୁ ନେଇ ପାଟିତୁଣ୍ଡ ହୋଇଥିଲା। ମୋତେ କାହିଁକି ଫେସବୁକରୁ ଅନଫ୍ରେଣ୍ଡ୍‌ କଲୁ ବୋଲି କହି ଭାଇ ପକେଟରୁ ପିସ୍ତଲ କାଢି ଭଉଣୀ ଉପରକୁ ଗୁଳି ବର୍ଷଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭାଇକୁ ଗିରଫ କରିଛି। ମୋଜେସ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଅମଣ୍ଡା ଉପରକୁ ଗୁଳି ମାରିବାକୁ ଚାହୁଁ ନ ଥିଲି। କିନ୍ତୁ ହଠାତ୍‌ ଭୁଲବଶତଃ ପିସ୍ତଲ ହାତ ବାଜିଯିବାରୁ ଗୁଳିଟି ଫୁଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ତାଙ୍କ ସ୍ବର ସର୍ବଦା ବଞ୍ଚି ରହିବ…’: କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

‘ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ’ – ଆମେରିକା ଧମକର ଜବାବ ଦେଇଛି ଇରାନ; ଜାଣନ୍ତୁ ହର୍ମୁଜ ବିଷୟରେ କ’ଣ କହିଛି

ତେହରାନ,୧୨।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଇରାନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି।…

ଇରାନ ଉପରେ ମାଡ଼ ହେଲା ୧୪୦ ମିଶାଇଲ

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପାଇଁ ପ୍ରତ୍ୟେକ ଆଶା ବାରମ୍ବାର ଧୂଆଁରେ ଉଠୁଥିବା ପରି ମନେ ହେଉଛି। କୌଣସି ଚୁକ୍ତି ଚୂଡ଼ାନ୍ତ ହେବା ପୂର୍ବରୁ,…

ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ: ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨।୭: ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦୁଝର ଜିଲାର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ଅକାଳ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri