Home

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ, ଜଣେ ଯବାନ ଶହୀଦ

ଶ୍ରୀନଗର,୧୭।୧୧:ଜମ୍ମୁ-କଶ୍ମୀରର ଅଖନୁର ଜିଲାରେ ରବିବାର ଏକ ସଂଦିଗ୍ଧ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ତିନିଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଯବାନମାନେ ଅଖନୁରର ପଲ୍ଲନଓ୍ବାଲା ଅଞ୍ଚଳରେ ଏକ ଟ୍ରକ୍‌ରେ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା।…

ଦାରିଙ୍ଗବାଡ଼ିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍‌.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଚଳିତ ଶୀତଋତୁରେ ପ୍ରଥମଥର ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ପୂର୍ବରୁ ପର୍ଯ୍ୟଟକ ଦୈନିକ ଆସୁଥିଲେ ମଧ୍ୟ ରବିବାର ଛୁଟିଦିନ ଯୋଗୁ ଏହି ସଂଖ୍ୟା ବୃଦ୍ଧି ପାଇଛି। ସୁନ୍ଦର ପରିବେଶ…

ଏହି ଗେମ୍‌ ଖେଳିବାକୁ ପସନ୍ଦ କରନ୍ତି ମୟଙ୍କ ଅଗ୍ରଓ୍ବାଲ

ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରିଥିବା ମୟଙ୍କ ଅଗ୍ରଓ୍ବାଲ ନିଜ ଜୀବନର ଅନେକ ରହସ୍ୟ ଖୋଲିଛନ୍ତି। ସେ କହିଛନ୍ତି,କ୍ରିକେଟ ଖେଳିସାରିବା ପରେ ମନକୁ ହାଲ୍‌କା କରିବା ପାଇଁ ପବ୍‌ଜୀ ଗେମ୍‌ ଖେଳେ। ଏହାଦ୍ୱାରା ମନ ହାଲକା…

ଏସିଆନ ୟୁଥ୍‌ ବକ୍ସିଂ: ଭାରତୀୟ ମହିଳାଙ୍କୁ ୫ ସ୍ବର୍ଣ୍ଣ, ପୁରୁଷଙ୍କୁ ୨ ରୌପ୍ୟ

ଉଲାନବାତାର,୧୭।୧୧(ପି.ଟି.): ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରମାନେ ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ପଦକ ହାସଲ କରିଛନ୍ତି। ଭାରତୀୟ ମହିଳା ବକ୍ସରମାନେ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ବକ୍ସର ୨ଟି ରୌପ୍ୟ…

ମୃତଦେହକୁ ଜୀବିତ ଭାବି ଜୁଇରୁ ଫେରାଇ ଆଣିଲେ ଆତ୍ମୀୟସ୍ବଜନ: ମୃତ ଘୋଷଣା କଲେ ଡାକ୍ତର

ହାତୀଓଟ,୧୭।୧୧(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଛି ଗୁଜବ। ମୃତଦେହ ଶ୍ମଶାନରେ ଚେଇଁ ଉଠିଛି। ଶ୍ମଶାନକୁ ନେଇଥିବା ବନ୍ଧୁ ପରିଜନ ଜୀବିତ ଭାବି ମୃତ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…

ସଚିନଙ୍କୁ ରାଜନୀତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ଏହି ରାଜନେତା

ଶିବସେନାର ସଂସ୍ଥାପକ ବାଲ୍‌ ଠାକରେ ଆଜିର ଦିନରେ ହିଁ ଦୁନିଆରୁ ବିଦାୟ ନେଇଥିଲେ। ଜୀବନରେ କେବେ ନିର୍ବାଚନ ଲଢି ନ ଥିଲେ ମଧ୍ୟ ସେ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଥରେ ବାଲ୍‌ ଠାକରେ ଟିମ୍‌ ଇଣ୍ଡିଆର ମହାନ ବ୍ୟାଟ୍ସମ୍ୟାନ୍‌…

ଟଏଲେଟ୍‌ ସିଟ୍‌ରେ ତିଆରି ଗୋଲାପ କଷ୍ଟ୍ୟୁମ

ଫୁଲ ଭିତରେ ଗୋଲାପର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଭିନ୍ନ। ସେଇଥିପାଇଁ ବୋଧେ ଜେନେଭା କୋଲିୟର ନାମ୍ନୀ ମହିଳା ତିଆରି କରିଛନ୍ତି ଏକ ଆକର୍ଷକ ରୋଜ୍‌ କଷ୍ଟ୍ୟୁମ୍‌ ବା ଗୋଲାପର ପୋଷାକ। ଉକ୍ତ କଷ୍ଟ୍ୟୁମକୁ ପିନ୍ଧି ଜେନେଭା ପୂରାପୂରି ଏକ ତାଜା ଗୋଲାପ…

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ସାମି, ଅଗ୍ରଓ୍ବାଲ

ଦୁବାଇ,୧୭।୧୧ (ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୦…

ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ହେବେ ବୋବଡେ

ନୂଆଦିଲ୍ଲୀ,୧୭।୧୧: ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ୬୩ ବୟସ୍କ ଶରଦ ଅରବିନ୍ଦ ବୋବଡେ ଦାୟିତ୍ୱ ଗ୍ରହଣ କରିବେ। ୨୦୨୧ ଏପ୍ରିଲ୍‌ ୨୩ରେ ସେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବେ। ୧୯୫୬ ଏପ୍ରିଲ୍‌ ୨୪ରେ ସେ…

ନାମ ପରିବର୍ତ୍ତନ: ଆଇଏଏଏଫ୍‌ ହେଲା ଓ୍ବାଲର୍‌ଡ ଆଥଲେଟିକ୍ସ

ନୂଆଦିଲ୍ଲୀ,୧୭।୧୧: ବିଶ୍ୱ ଆଥଲେଟିକ୍ସ ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ନାମ ପରିବର୍ତ୍ତନ ହୋଇଛି। ଆଇଏଏଏଫ୍‌ ଏବେ ନୂଆ ନାମ ଓ୍ବାଲର୍‌ଡ ଆଥଲେଟିକ୍ସ ଭାବେ ପରିଚିତ ହେବ। ଏଥିସହିତ ଏହାର ଅଫିସିଆଲ ଓ୍ବେବସାଇଟ୍‌ର ନାମ ପରିବର୍ତ୍ତନ…

ଇଂଲଣ୍ଡର ନ୍ୟୁଜିଲାଣ୍ଡ ଗସ୍ତ: ଅଭ୍ୟାସ ମ୍ୟାଚ୍‌ ଡ୍ର

ଓ୍ବେଲିଂଟନ,୧୭।୧୧(ଏଏଫ୍‌ପି): ସ୍ଥାନୀୟ ଓ୍ବ୍‌ାଙ୍ଗାରେଇ କୋଭାମ ଓଭାଲ (ନ୍ୟୁ) ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଏ’ ଓ ଭ୍ରମଣକାରୀ ଇଂଲଣ୍ଡ ଦଳ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ ରବିବାର ଅମୀମାଂସୀତ ଭାବେ ଶେଷ ହୋଇଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଇଂଲଣ୍ଡ ଦଳ…

ଏନ୍‌ଡିଏ ବୈଠକରେ ଯୋଗ ଦେଲାନାହିଁ ଶିବସେନା

ନୂଆଦିଲ୍ଲୀ,୧୭।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯଇଥିଲା। ହେଲେ ଏଥିରେ ଶିବସେନା ଯୋଗ ଦେଇ ନ ଥିବା ଜଣାପଡିଛି। ଏହାପରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri