Home

ବିଜେଡି ଦଳ ନୁହେଁ, ଆନ୍ଦୋଳନ: ନବୀନ

ଭୁବନେଶ୍ୱର,୨୭-୧୨(ବ୍ୟୁରୋ):ବିଜେଡି ଏକ ରାଜନୈତିକ ଦଳ ନୁହେଁ, ବରଂ ଏକ ଆନ୍ଦୋଳନ। ରାଜଧାନୀରେ ଥିବା ଦଳୀୟ ମୁଖ୍ୟାଳୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ବକ୍ତବ୍ୟ ରଖି ଗୁରୁବାର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ବିଜେଡି ତିଷ୍ଠିବା ଏବଂ…

ବଟ୍‌ଲିଂ ପ୍ଲାଣ୍ଟ, ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ଉଦ୍‌ଘାଟନ ଆଜି: ଯୋଗଦେବେ ଉପରାଷ୍ଟ୍ରପତି

ବଲାଙ୍ଗୀର ଅଫିସ, ୨୭-୧୨:ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟ ଏବଂ ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ସମାରୋହ ଉଦ୍‌ଘାଟନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଉଭୟ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଯୋଗଦେବେ ଭାରତର ଉପରାଷ୍ଟ୍ରପତି ଏମ୍‌.ଭେଙ୍କିୟା ନାଇଡୁ। ସକାଳ ୮ଟା ୫ମିିନିଟ୍‌ରେ…

ଓଡ଼ିଶାରେ ଦେଖାଗଲା ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୨୭-୧୨(ବ୍ୟୁରୋ):ଚଳିତବର୍ଷର ତୃତୀୟ ତଥା ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ହେଲେ କୋହଲା ପାଗକୁ ମେଘାଚ୍ଛନ୍ନ ଆକାଶରେ ଲୁଚି ଯାଇଥିଲେ ସୂର୍ଯ୍ୟ। ଗୁରୁବାର ସକାଳ ୮ଟା ୧୯ରୁ ପରାଗ ସ୍ପର୍ଶ ଆରମ୍ଭ ହୋଇ ୩ଘଣ୍ଟାରୁ ଊର୍ଦ୍ଧ୍ୱ…

ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା: ୨୭ ପଦକ ସହ ସୁନ୍ଦରଗଡ଼ ଚାମ୍ପିୟନ

ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲାର ଗୁରୁ ଭିକାରୀ ନାୟକ କଳାମଣ୍ଡପଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର…

ରଥିବାଲିରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଗାଲିଗାବଡାର ଗ୍ରାମ ନିକଟସ୍ଥ ରଥିବାଲି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ଦିନ ତଳେ କଳାହାଣ୍ଡିର ଜଣେ ପର୍ଯ୍ୟଟକ ଫଟୋ ଉଠାଉଥିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ…

ଗୋଡ଼ରେ ଥିବା ପ୍ରୋଟିନ୍‌ ସହାୟତାରେ ମଶା କୀଟନାଶକ ସମ୍ପର୍କରେ ଜାଣିପାରନ୍ତି

ଲିବରପୁୁଲ: ମ୍ୟାଲେରିଆରୁ ଦୂରେଇ ରହିବା ପାଇଁ ବହୁ ସମୟରେ କୀଟନାଶକର ବ୍ୟବହାର କରାଯାଇଥାଏ। ତେବେ ଏଥିରେ କେତେକ କ୍ଷେତ୍ରରେ ସଫଳତା ମିଳି ନ ଥାଏ। ମଶାର ଗୋଡ଼ରେ ଥିବା ଏକପ୍ରକାର ପ୍ରୋଟିନ୍‌ କୀଟନାଶକ ସମ୍ପର୍କରେ ସୂଚନା ଦେଇଥାଏ। ଫଳରେ ମଶା କୀଟନାଶକ…

ଫଟୋଗ୍ରାଫର ଆହତ ହେବାରୁ ଖେଳ ବାଧାପ୍ରାପ୍ତ

ସେଞ୍ଚୁରିୟାନ,୨୬।୧୨(ଏଏଫ୍‌ପି)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଭିନ୍ନ କାରଣ ଯୋଗୁ ବିଳମ୍ଭରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌ବେଳେ ସାଇଟ୍‌ ସ୍କ୍ରିନ ଆଗରେ ଫଟୋଗ୍ରାଫର ଖ୍ରିଷ୍ଟିଆନ କଟ୍‌ଜେ ଆହତ ହୋଇ ଯାଇଥିଲେ। ଫଟୋ ଉଠାଉଥିବବେଳେ ସେ…

ରଣ୍‌ଜୀ ଟ୍ରଫି: ଓଡ଼ିଶା-ଉତ୍ତରାଖଣ୍ଡ ମୁକାବିଲା, କୋହଲା ପାଗ ଯୋଗୁ ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ

କଟକ ଅଫିସ,୨୬ା୧୨: କୋହଲା ପାଗ ସାଙ୍ଗକୁ ଆଲୋକ କମିଯିବା ଏବଂ ସାମାନ୍ୟ ବର୍ଷା ଯୋଗୁ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଉତ୍ତରାଖଣ୍ଡ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ବାଧାପ୍ରାପ୍ତ ହୋଇଛି। ସୂର୍ଯ୍ୟ ପରାଗ ଯୋଗୁ ଲଞ୍ଚ୍‌ ପର୍ଯ୍ୟନ୍ତ ଖେଳକୁ…

ପଶ୍ଚିମବଙ୍ଗରୁ ଫେରୁଥିବା ବେଳେ ବାଟରୁ ନିଖୋଜ

ସିମୁଳିଆ, ୨୬ା୧୨(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ଅଞ୍ଚଳର ସଞ୍ଜୟ ଖୁଣ୍ଟିଆ(୨୭) ନାମକ ଯୁବକ ଗତ ଶନିବାର ପଶ୍ଚିମବଙ୍ଗରୁ ଘରକୁ ଫେରୁଥିବାବେଳେ ବାଟରୁ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ପଦ୍ମିନୀ ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜୟ ପଶ୍ଚିମବଙ୍ଗ ରାଜ୍ୟର…

ଦିବ୍ୟାଙ୍ଗଙ୍କ ସହିତ ବଡ଼ଦିନ ପାଳିଲେ ବିଧାୟକ, କଣ୍ଠଶିଳ୍ପୀ

ବାଲିଆପାଳ,୨୬।୧୨(ସ୍ବ.ପ୍ର.)-ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଓଲିଉଡ଼ର ପସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଯୁବନେତା ରବୀନ୍ଦ୍ର ଅଣ୍ଡିଆ ଡଗରା ବେଳାଭୂମିରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହିତ ପବିତ୍ର ବଡ଼ଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବବ୍ୟବସାୟୀ ତଥା ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର ଅଣ୍ଡିଆଙ୍କ…

ସୂର୍ଯ୍ୟ ପରାଗ ସମୟରେ ୩ ପିଲାଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତାଗଲା

ବେଙ୍ଗାଲୁରୁ,୨୭।୧୨: ଆଧୁନିକ ଦୁନିଆରେ ମଧ୍ୟ ମଣିଷ ମଧ୍ୟରେ ବିଭିନ୍ନ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ରହିଛି। ଏହାଯୋଗୁ ବହୁ ରୋଚକ ଘଟଣାମାନ ଘଟୁଛି। ଗୁରୁବାର ସୂର୍ଯ୍ୟପରାଗ ସମୟରେ କର୍ନାଟକର କଲବୁର୍ଗୀ ଅଞ୍ଚଳର ତାଜ୍‌ ସୁଲତାନପୁର ଗାଁରେ ଏକ ସ୍ବତନ୍ତ୍ର ପୂଜାନୁଷ୍ଠାନ କରାଯାଇ ୩…

ପାଦ ବିକୃତି ଚିକିତ୍ସା ପରେ ଘରକୁ ଫେରିଲେ ଶିଶୁ

ଫୁଲବାଣୀ ଅଫିସ,୨୬ା୧୨-ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ହୋଇଥିବା ପାଦ ବିକୃତି ପିଲା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏମାନେ ଅନ୍ୟ ପିଲାଙ୍କ ଭଳି ସୁସ୍ଥ ଜୀବନଯାପନ କରି ପାରିବେ । ଗତ ୫ ତାରିଖରୁ ଏହି ଅସ୍ତ୍ରୋପଚାର ଶିବିର ହୋଇଥିଲା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?