ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା: ୨୭ ପଦକ ସହ ସୁନ୍ଦରଗଡ଼ ଚାମ୍ପିୟନ

ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲାର ଗୁରୁ ଭିକାରୀ ନାୟକ କଳାମଣ୍ଡପଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ୨୧ ଜିଲାରୁ ୧୭୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆର୍ଟସ ଟେମ୍ପୁଲ ସୁନ୍ଦରଗଡ଼ ଜିଲାର ବଣାଇଁ ଉପଖଣ୍ଡ କେନାଭେଟା ଗ୍ରାମରୁ ପ୍ରଶିକ୍ଷକ ସଞ୍ଜୟ କୁମାର କିଷାନଙ୍କ ତତ୍ତ୍ୱାବଧାନରେ ୨୮ଜଣ ପ୍ରତିଯୋଗୀ ସୁନ୍ଦରଗଡ଼ ଜିଲା ତରଫରୁ ପ୍ରତିନିଧିତ୍ୱ କରିଥିଲେ। ୧୧ସ୍ବର୍ଣ୍ଣ ପଦକ, ୧୦ ରୌପ୍ୟ ପଦକ ଓ ୬ ବ୍ରୋଞ୍ଚ ପଦକ ସହ ଶୀର୍ଷ ସ୍ଥାନ ଅଧିକାର କରି ପ୍ରତିଯୋଗିତାରେ ଦଳଗତ ଚାମ୍ପିୟନ ହେବାର ଗୌରବ ଲାଭ କରିଛନ୍ତି। ଏହି ପ୍ରତିଯୋଗିତାରେ ଚନ୍ଦ୍ରଶେଖର ରାଉତ, ହେମନ୍ତ ନାଏକ, ଅରୁଣ କମାର ବେହେରା, ମାନଭଞ୍ଜନ ବେଟି, ଆକାଶ ଜେନା, ରବୀନ୍ଦ୍ର ଧରୁଆ, ଜିତେନ୍ଦ୍ର କୁମାର ବେହେରା, ଅସ୍ମିତା କିଷାନ, ସସ୍ମିତା ନାଏକ, ବର୍ଷା ପ୍ରିୟଦର୍ଶନୀ କିଷାନ, ସୁଶ୍ରୀ ସମୀକ୍ଷା ସାହୁ, ନିଜ ବୟସ ଓ ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି ଅଭିନବ ବେହେରା, ରଞ୍ଜନ କିଷାନ, ତ୍ରିଲୋଚନ ବେହେରା, ତନ୍ମୟ ପ୍ରଧାନ, ଝସକେତନ ଭୋଇ, ଅଶୋକ କିସାନ, ଅନିଲ କୁମାର ସାହୁ, ଜଗତପତି ସାହୁ, ଲକିରାମ ମୁଣ୍ଡା, ପରମେଶ୍ୱର କିଷାନ ରୌପ୍ୟ ପଦକ ହାସଲ କରିଥିବା ବେଳେ ମନୋଜ ରଣା, ଲିଙ୍ଗରାଜ ନାଏକ, ରୋମିଓ ରଞ୍ଜନ ରାଉତ, ସିଦ୍ଧାନ୍ତ ଚାର୍ଦ୍ଦିଆ, ହୃଷୀକେଶ କିସାନ, ପ୍ରତୀକ କୁମାର ରାଉତ ବ୍ରୋଞ୍ଜ ପଦକ ହାସଲ କରି ସୁନ୍ଦରଗଡ଼ ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ସ୍ବର୍ଣ୍ଣ ପଦକ ହାସଲ କରିଥିବା ପ୍ରତିଯୋଗୀ ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବାରୁ ବଣାଇ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯିବା ସହିତ ପ୍ରତିଯୋଗୀଙ୍କୁ ସ୍ବାଗତ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri