Posted inଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶା-ଉତ୍ତରାଖଣ୍ଡ ମୁକାବିଲା, କୋହଲା ପାଗ ଯୋଗୁ ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ

କଟକ ଅଫିସ,୨୬ା୧୨: କୋହଲା ପାଗ ସାଙ୍ଗକୁ ଆଲୋକ କମିଯିବା ଏବଂ ସାମାନ୍ୟ ବର୍ଷା ଯୋଗୁ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଉତ୍ତରାଖଣ୍ଡ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ବାଧାପ୍ରାପ୍ତ ହୋଇଛି। ସୂର୍ଯ୍ୟ ପରାଗ ଯୋଗୁ ଲଞ୍ଚ୍‌ ପର୍ଯ୍ୟନ୍ତ ଖେଳକୁ ବନ୍ଦ ରଖା ଯାଇଥିବାବେଳେ ଦ୍ୱିତୀୟ ଦିବସରେ ମାତ୍ର ୧୬.୨ ଓଭର ଖେଳ ସମ୍ଭବ ହୋଇଥିଲା। ଏହି ସମୟ ମଧ୍ୟରେ ଓଡ଼ିଶା ୪୭ରନ କରିବା ସହ ୩ଟି ଉଇକେଟ ହରାଇଛି। ଏଥିସହ ଓଡ଼ିଶାର ସ୍କୋର ୧୪୫/୬ରେ ପହଞ୍ଚତ୍ଛି। ଉତ୍ତରାଖଣ୍ଡର ପ୍ରଥମ ଇନିଂସ୍‌ରେ ୧୧୭ରନ କରିଥିବାରୁ ଓଡ଼ିଶା ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୧୦୦ରୁ ଅଧିକ ରନ୍‌ ଅଗ୍ରଣୀ ନେଲେ ଦଳ ବଳକା ଦୁଇ ଦିନରେ ଉତ୍ତରାଖଣ୍ଡକୁ ପରାସ୍ତ କରି ପାରିବ ବୋଲି ଅଧିନାୟକ ଶୁଭ୍ରାଂଶୁ ସେନାପତି କହିଛନ୍ତି।
ବସନ୍ତ ମହାନ୍ତିଙ୍କ ୬ ଉଇକେଟ ହାସଲ ବଳରେ ଉତ୍ତରାଖଣ୍ଡର ପ୍ରଥମ ଇନିଂସ୍‌ ୧୧୭ରନରେ ଶେଷ ହୋଇଥିଲା। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୩ ଉଇକେଟ ହରାଇ ୯୮ରନ କରିଥିଲା। ଶାନ୍ତନୁ ମିଶ୍ର ୩୦ରନରେ, ବିପ୍ଳବ ସାମନ୍ତରାୟ ୩୫ରନରେ ଅପରାଜିତ ଥିଲେ। ଗୁରୁବାର ବ୍ୟକ୍ତିଗତ ଦୁଇ ରନ୍‌ ଯୋଡ଼ିବା ପରେ ବିପ୍ଳବ ପ୍ରଦୀପ ଚାମୋଲିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ପାଗ ଖରାପ ହୋଇଥିବା ଯୋଗୁଁ ଉତ୍ତରାଖଣ୍ଡର ପେସ ବୋଲରମାନେ ଭରପୁର ଫାଇଦା ଉଠାଇଥିଲେ। ପ୍ରତ୍ୟେକ ଓଭରରେ ଉଇକେଟ ହାସଲ କରିବା ଭଳି ସୁଯୋଗ ସୃଷ୍ଟି ହୋଇଥିଲା। ବିପ୍ଳବଙ୍କ ପରେ କ୍ରିଜକୁ ଆସିଥିବା ଅଭିଷେକ ୮ରନ କରିଥିବା ବେଳେ ଚାମୋଲିଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ସ୍ଲିପ୍‌ ଅଞ୍ଚଳରେ କ୍ୟାଚ ଆଉଟ ହୋଇଥିଲେ। ଉତ୍ତରାଖଣ୍ଡ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଏହି କ୍ୟାଚ୍‌ ଧରିଥିଲେ। ପରେ ଉଇକେଟ କିପର ସୁଜିତ ଲେଙ୍କା ଉତ୍ତରାଖଣ୍ଡ ପେସ୍‌ ଆଟାକ୍‌କୁ ସମ୍ମୁଖୀନ କରିବାରେ ବିଫଳ ହୋଇଥିଲେ। ଫାଇନଲେଗ୍‌ ଅଞ୍ଚଳରେ ସୁଜିତଙ୍କର ଗୋଟିଏ କ୍ୟାଚ୍‌ ମିସ୍‌ ହୋଇଥିଲା। ଏହାର ପରବର୍ତ୍ତୀ ବଲ୍‌ରେ ସୁଜିତ ସ୍ଲିପ୍‌ରେ କ୍ୟାଚ୍‌ ଆଉଟ ହୋଇଥିଲେ। ତେବେ ଓପନର ଶାନ୍ତନୁ ମିଶ୍ରଙ୍କ ଚମତ୍କାର ବ୍ୟାଟିଂ ଜାରି ରଖି ଓଡ଼ିଶା ଆଶା ଉଜ୍ଜୀବିତ ରଖିଛନ୍ତି। ସେ ୧୫୧ବଲରୁ ୫୪ରନରେ ଅପରାଜିତ ଅଛନ୍ତି। ଲଗାତାର ଦୁଇଟି ଚୌକା ମାରି ଶାନ୍ତନୁ କ୍ୟାରିୟରର ୬ଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ଦେବବ୍ରତ ପ୍ରଧାନ ୨ରନରେ ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?