୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ:ବିଜୟ ମିଶ୍ରଙ୍କୁ ‘ଜୟଦେବ ପୁରସ୍କାର’
ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯିବ। ସଂଳାପ ରଚନା ଓ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା…
ଚିଲି ବାୟୁସେନା ବିମାନ ନିଖୋଜ: ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ଆଶଙ୍କା
ସାଣ୍ଟିଆଗୋ,୧୧ା୧୨: ୩୮ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ଯାଉଥିବା ଚିଲିର ଏକ ସେନା ବିମାନ ନିଖୋଜ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ସମସ୍ତ ୧୭ ଅଧିକାରୀ ଓ ବିମାନ କର୍ମଚାରୀଙ୍କ ସହ ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…
ଏସ୍ସି/ଏସ୍ଟି ସଂରକ୍ଷଣ ସଂଶୋଧନ ବିଲ୍କୁ ଲୋକ ସଭାର ମଞ୍ଜୁରୀ
ନୂଆଦିଲ୍ଲୀ,୧୧ା୧୨(ପି.ଟି.): ଲୋକ ସଭାରେ ମଙ୍ଗଳବାର ଅନୁସୂଚିତ ଜାତି (ଏସ୍ସି) ଅନୁସୂଚିତ ଜନଜାତି, (ଏସ୍ଟି) ବର୍ଗର ଲୋକଙ୍କ ଲାଗି ୧୦ ବର୍ଷ ପାଇଁ ସଂରକ୍ଷଣ ବୃଦ୍ଧି ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଦଳ ନିର୍ବିଶେଷରେ ଉକ୍ତ ବିଲ୍କୁ ମଞ୍ଜୁର…
ପିଟିଶନରେ ସ୍ବାକ୍ଷର କଲେ ୧୦୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ, ବିଦ୍ୱାନ: ନାଗରିକତ୍ୱ ବିଲ୍ ପ୍ରତ୍ୟାହାର କର
ନୂଆଦିଲ୍ଲୀ,୧୧ା୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ୍ ଲୋକ ସଭାରେ ଗୃହୀତ ହୋଇ ରାଜ୍ୟ ସଭାରେ ଉପସ୍ଥାପିତ ହେବାକୁ ଯାଉଥିବାବେଳେ ଏହା ବିରୋଧରେ ୧୦୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଓ ବିଦ୍ୱାନ ଏକ ସ୍ବାକ୍ଷର ଅଭିଯାନ ଚଳାଇଛନ୍ତି। ଉକ୍ତ ବିଲ୍କୁ ତୁରନ୍ତ ପ୍ରତ୍ୟାହାର କରାଯାଉ…
ଉତ୍ତରପୂର୍ବରେ ବନ୍ଦ ପାଳନ
ନୂଆଦିଲ୍ଲୀ,୧୧ା୧୨: ନାଗରିକତ୍ୱ ସଂଶୋଧନ ବିଲ୍ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଓ ରାଜ୍ୟ ସଭାରେ ଉପସ୍ଥାନ କରାଯିବାର ଦିନକ ପୂର୍ବରୁ ଏହାକୁ ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ବିରୋଧ କରାଯାଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଙ୍ଗଳବାର ଏହା ବିରୋଧରେ ବନ୍ଦ ପାଳନ କରାଯାଇଛି।…
ଆମେରିକା ସଂଘୀୟ କମିଶନଙ୍କ ସୁପାରିସ: ସିଏବି ପାସ୍ ହେଲେ ଶାହାଙ୍କ ଉପରେ କଟକଣା
ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୧ା୧୨(ପି.ଟି./ଆଇଏଏନ୍ଏସ୍): ଭାରତର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଲ୍ (ସିଏବି) ଗୃହୀତ ହେଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଉପରେ କଟକଣା ଜାରି କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା କମିଶନ (ୟୁଏସ୍ସିଆଇଆର୍ଏଫ୍) ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀ ପକ୍ଷରୁ ଏହାକୁ…
ନାଗରିକତ୍ୱ ସଂଶୋଧନ ବିଲ୍: ଶିବସେନାର ୟୁ-ଟର୍ନ: ରାଜ୍ୟ ସଭାରେ ଅସଲ ପରୀକ୍ଷା ଆଜି
ନୂଆଦିଲ୍ଲୀ,୧୧ା୧୨: ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲିମ୍ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ସକାଶେ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ବିଲ୍ ସୋମବାର ମଧ୍ୟରାତ୍ରିରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ରାଜ୍ୟ ସଭାରେ ଅସଲ ପରୀକ୍ଷା ବାକି ଅଛି। ଉଚ୍ଚ…
ପୁଣି ଖନନ ହେବ ମହାନଦୀ ମୁହାଣ: ଉପକୃତ ହେବେ ୫୦ ହଜାର ମତ୍ସ୍ୟଜୀବୀ
ପାରାଦୀପ,୧୧ା୧୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ଓ ମତ୍ସ୍ୟ ଶିଳ୍ପର ଦୁଃଖ ବୋଲି କୁହାଯାଉଥିବା ମହାନଦୀ ମୁହାଣ ଅଞ୍ଚଳକୁ ପୁଣି ଥରେ ଖନନ କରାଯିବ। ଏହାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଖନନ କରିବେ। ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଦେଶର ଅଗ୍ରଣୀ ଖନନକାରୀ…
ପିଏମ୍ କିଷାନ ଲାଗି ଆଧାର ଅନିବାର୍ଯ୍ୟ
ନୂଆଦିଲ୍ଲୀ,୧୧ା୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଜନା ଅର୍ଥ ଦିଆଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…
ବକେୟା ପାଇଁ ଦେବାଳିଆ ହେଲେଣି ବିଦ୍ୟୁତ୍ ବଣ୍ଟନ କମ୍ପାନୀ: ବିଦ୍ୟୁତ୍ କାଟ ଚେତାବନୀ ଦେଲା ସେସୁ
ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଉପଭୋକ୍ତାଙ୍କ ବିଦ୍ୟୁତ୍ ବିଲ୍ ବକେୟା ବଣ୍ଟନ କମ୍ପାନୀଗୁଡିକୁ ଦେବାଳିଆ କରି ସାରିଲାଣି। ବାକି ଟଙ୍କା ଆଦାୟ ନ କଲେ କମ୍ପାନୀଗୁଡିକୁ ଚଳାଇବା ସମ୍ଭବ ହେବ ନାହିଁ। ବିଦ୍ୟୁତ୍ ବିଲ୍ ଆଦାୟ କରିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୨୦୨୦…
ବିଶ୍ୱର ୧୦ ସବୁଠୁ ଅଳସୁଆ କ୍ରିକେଟର
ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନେ ଫିଲ୍ଡିଂରେ ଦୁର୍ବଳ ଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ……
ଆସନ୍ତା ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା: ମନ୍ତ୍ରୀ
ଭୁବନେଶ୍ୱର, ୧୦ା୧୨(ବ୍ୟୁରୋ)- ପିଜି ପାଠ୍ୟକ୍ରମ ପାଇଁ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଏହା ସହିତ ଜୁନ୍ ୧୫ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶ କରିବେ। ମଙ୍ଗଳବାର ଇମେଜ୍ଠାରେ ଆୟୋଜିତ ବିଶ୍ୱବିଦ୍ୟାଳୟ କୁଳପତି…
Archives


