Home

ସିଆରପିଏଫ୍‌ ଆଇଜିଙ୍କ ମୁନିଗୁଡ଼ା ଗସ୍ତ: ମାଓବାଦୀ ଅପରେଶନର କଲେ ସମୀକ୍ଷା

ମୁନିଗୁଡ଼ା,୧୨।୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିକଟସ୍ଥ ଝିଲିଗୁଡ଼ାଠାରେ ଥିବା ୮ମ ବାଟାଲିୟନ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ପରିଦର୍ଶନରେ ଆସି ମାଓବାଦୀ ଅପରେଶନର ସମୀକ୍ଷା କରିଛନ୍ତି ଆଇଜି ଏସ୍‌ କେ ମହାନ୍ତି । ପ୍ରଥମ ଥର ପାଇଁ ନୂତନ ଭାବେ ଓଡ଼ିଶା ସେକ୍ଟର ଦାୟିତ୍ୱ…

ଓ୍ବାଶିଙ୍ଗ୍‌ ମେସିନ୍‌, ସୋଫାରେ ପଶି ଯାଉଥିଲେ ଆମେରିକା, ଧରିଲା ପୋଲିସ

କାର୍ଲିଫର୍ନିଆ,୧୨।୧୨: ମେକ୍ସିକୋରୁ ପ୍ରତିବର୍ଷ ଅନେକ ପ୍ରବାସୀ ଲୋକ ଅସାମ୍ବିଧାନିକ ଭାବେ ଆମେରିକାରେ ପ୍ରବେଶ କରିଥାନ୍ତି। କିଛି ଲୋକ ଧରାପଡିଥିବାବେଳେ ଆଉ କିଛି ସେଠାରେ ରହିଯାନ୍ତି। ସେହିପରି କାର୍ଲିଫର୍ନିଆରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଆମେରିକାରେ ପ୍ରବେଶ କରିବାକୁ ଯାଉଥିବାବେଳେ ସାନ୍‌…

ହାତୀ ଆକ୍ରମଣ: ଦୁଇ ଚାଷୀ ଗୁରୁତର

ପରଜଙ୍ଗ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ କୁନ୍ଦନଦେଇପୁର ଗ୍ରାମ ନିକଟ ବେରେଣାରେ ଗୁରୁବାର ସକାଳେ କ୍ଷେତରୁ ଧାନ କାଟୁଥିବା ବେଳେ ଦନ୍ତା ଆକ୍ରମଣରେ ଗ୍ରାମର ଦୁଇଜଣ ଚାଷୀ ଶ୍ରୀପତି ନାଏକ (୬୦) ଓ ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ…

ଜିଲାରୁ ୧୭୫ ବରିଷ୍ଠ ତୀର୍ଥଯାତ୍ରୀଙ୍କ ଋଷିକେଶ, ହରିଦ୍ୱାର ଯାତ୍ରା

କେନ୍ଦୁଝର,୧୨।୧୨(ସ୍ବ.ପ୍ର.) : ସରକାର ବରିଷ୍ଠ ନାଗରିକଙ୍କ ପାଇଁ କରିଥିବା ତୀର୍ଥକ୍ଷେତ୍ର ପରିଦର୍ଶନ ଯୋଜନାରେ କେନ୍ଦୁଝର ଜିଲାରୁ ୧୭୫ ଜଣ ଯାତ୍ରୀଙ୍କୁ ଚୟନ କରାଯାଇଛି। ଗୁରୁବାର ଏହି ଯାତ୍ରୀମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ସହ ୪ଟି ବସ୍‌ରେ ବାଲେଶ୍ୱର ଯାଇ…

ଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସକାଳେ ସନ୍ଧ୍ୟାରେ କରନ୍ତୁ ଏପରି…

କେତେକଙ୍କଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ସେବନ କରିଥାନ୍ତି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟା ସହଜରେ ଦୂର ହୋଇଥାଏ। ସକାଳେ ସନ୍ଧ୍ୟାରେ ଅଭ୍ୟାସ କରି ଶଙ୍ଖ ବାଦନ କଲେ…

ବିବାହ ପରେ ଯେଉଁଠି ନବଦମ୍ପତ୍ତିଙ୍କ ଦେହରେ ବୋଳାଯାଏ କାଦୁଅ…

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ କିଛି ରୋଚକ କାହାଣୀ ରହିଥାଏ । ସ୍କଟଲାଣ୍ଡ୍‌ରେ ବିବାହ ସମୟରେ ଏକ ଅଜବ ପରମ୍ପରା ପାଳିତ ହୋଇଥାଏ। ଏଠାରେ ବିବାହରେ ଯୋଗଦେବାକୁ ଆସିଥିବା ବନ୍ଧୁବାନ୍ଧବ…

ଗଛଲତାକୁ ବି ହୋଇଥାଏ କଷ୍ଟ: ରିସର୍ଚ୍ଚ ରିପୋର୍ଟ

ତେଲ୍‌ ଅଭିବ୍‌: ମଣିଷକୁ ଆଘାତ ଲାଗିଲେ କଷ୍ଟ ହୋଇଥାଏ। ଅନୁରୂପ ଭାବେ ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏଭଳି ଅନୁଭୁତି ହୋଇଥାଏ। ତେବେ ଗଛଲତାକୁ କାଟିଲେ ଅବା ପତ୍ର ଛିଣ୍ଡାଇଲେ କଷ୍ଟ ହୋଇଥାଏ। ଏନେଇ ଇସ୍ରାଏଲ୍‌ ତେଲ୍‌ ଅଭିବ୍‌ ବିଶ୍ୱବିଦ୍ୟାଳୟରେ…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୨।୧୨: ପାକିସ୍ତାନ ଲଗାତାର ଦ୍ୱିତୀୟ ଦିନ ପାଇଁ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ନିୟନ୍ତ୍ରଣ ରେଖାଠାରେ ଥିବା ପୁଞ୍ଚ ଜିଲାର ଶାହପୁର, କିରନି ଏବଂ କସବା ସେକ୍ଟରରେ ପୂର୍ବାହ୍ନ ୧୧ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ…

ମାଷ୍ଟର ସେଫ୍‌ରେ ଓଡ଼ିଆ ପୁଅ ଅବିନାଶ: ବିଚାରକଙ୍କୁ ‘ଚିକେନ୍‌ ବେସର’ ଖୁଆଇ କଲେ ଚକିତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଲୋକପ୍ରିୟ ରାନ୍ଧଣା ଶୋ’ ‘ମାଷ୍ଟର ସେଫ୍‌ ସିଜନ-୬’ରେ ଓଡ଼ିଆ ପୁଅ ଅବିନାଶ ନାୟକଙ୍କ କମାଲ। ଜାତୀୟ ଟେଲିଭିଜନ ସଂସ୍ଥା ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଏହି ଶୋ’ରେ ଅବିନାଶ ଅଡିସନ ରାଉଣ୍ଡରେ ମନୋନୀତ ହୋଇଛନ୍ତି। ଏପରି କରିବାରେ ସେ ଓଡ଼ିଶାରୁ…

୩୫ ଲକ୍ଷ ଟଙ୍କା ବୋନସ୍‌ ମିଳିବା ପରେ ବି କାନ୍ଦିଲେ କର୍ମଚାରୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୨।୧୨: ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଉପଲକ୍ଷେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି। ଆମେରିକାର ଏକ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ପ୍ରତି କର୍ମଚାରୀଙ୍କୁ ୩୫ ଲକ୍ଷ ଟଙ୍କା ବୋନସ୍‌…

ଫାର୍ମାସିଷ୍ଟଙ୍କ ବଦଳି ବାତିଲ ଦାବି ନେଇ ସିଡିଏମଓଙ୍କୁ ଭେଟିଲେ ସ୍ଥାନୀୟ ବାସିନ୍ଦା

କେନ୍ଦୁଝର,୧୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ଅସନ୍ତୋଷ ବଢୁଛି। ଏନେଇ ସ୍ଥାନୀୟ ଲୋକେ ଗୁରୁବାର ସିଡିଏମଓଙ୍କ ପାଖକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଡାକ୍ତରଖାନା ଉପରେ ରାଇସୁଆଁ ଓ ଗୋପୀନାଥପୁର…

ଲୁନାକୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ପାଟଣା,୧୨।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲ୍ଲାରପଦା ଗ୍ରାମ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଲୁନାକୁ ଏକ ବାଇକ୍‌ ଧକ୍କା ଦେବାରୁ ୬୫ ବର୍ଷୀୟ ଜଣେ ଲୁନା ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଭୀମସେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri