ଔଷଧ ସାହାରାରେ ଜୀବନ

”ମଣିଷ ବଞ୍ଚତ୍ବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନ୍‌କିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ ଶରୀରର କୋଷଗୁଡ଼ିକୁ ରୁଗ୍ଣ ଦୁର୍ବଳକରି ବ୍ୟାଧି ପ୍ରତିରୋଧକ କ୍ଷମତାକୁ ହ୍ରାସକରେ। ଏହି ଔଷଧ ବ୍ୟତୀତ ଅନ୍ୟ କୌଣସି ପ୍ରାକୃତିକ ଔଷଧ ନାହିଁ ଯାହାକି ଏହାଠୁ ଅତି ଉନ୍ନତ କାର୍ଯ୍ୟ କରିବା ସହ ବ୍ୟାଧି ପ୍ରତିରୋଧ ଶକ୍ତିକୁ ଶରୀରରେ ବୃଦ୍ଧିକରି କୋଷଗୁଡ଼ିକୁ ବଳଶାଳୀ କରିପାରିବ? ଉତ୍ତର- ହଁ ଅଛି, ମାତ୍ର ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ଆବଶ୍ୟକ।“

ମଣିଷ ବଞ୍ଚତ୍ବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନ୍‌କିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ ଶରୀରର କୋଷଗୁଡ଼ିକୁ ରୁଗ୍ଣ ଦୁର୍ବଳ କରି ବ୍ୟାଧି ପ୍ରତିରୋଧକ କ୍ଷମତାକୁ ହ୍ରାସ କରେ। ଏହି ଔଷଧ ବ୍ୟତୀତ ଅନ୍ୟ କୌଣସି ପ୍ରାକୃତିକ ଔଷଧ ନାହିଁ ଯାହାକି ଏହାଠୁ ଅତି ଉନ୍ନତ କାର୍ଯ୍ୟ କରିବା ସହ ବ୍ୟାଧି ପ୍ରତିରୋଧ ଶକ୍ତିକୁ ଶରୀରରେ ବୃଦ୍ଧିକରି କୋଷଗୁଡ଼ିକୁ ବଳଶାଳୀ କରିପାରିବ? ଉତ୍ତର- ହଁ ଅଛି, ମାତ୍ର ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ଆବଶ୍ୟକ।
ସୁଖ ପ୍ରସବ ନିମନ୍ତେ ମାଆ ପ୍ରତ୍ୟହ କିଛି ହାଲୁକା ପରିଶ୍ରମ କରିବେ, ସୁଷମ ଖାଦ୍ୟ ଖାଇବେ ଓ ଆୟୁର୍ବେଦ ଚିକିତ୍ସକ ପରାମର୍ଶାନୁଯାୟୀ ପ୍ରାକୃତିକ ଭେଷଜ ସେବନ କରିବେ। ଏତଦ୍‌ବ୍ୟତୀତ ଶିଶୁ ଜନ୍ମ ପରେ ମାଆକୁ ତ୍ରିକଟୁ ଘୃତ ମିଶ୍ରିତ ଅନ୍ନ ସେବା କରାଇବା, ସାଧାରଣ କାଶ, ଥଣ୍ଡା ହେଲେ ବାସଙ୍ଗପତ୍ର ସ୍ବରସ ମହୁ, ତୁଳସୀ ପତ୍ରର ସ୍ବରସ ମହୁ ସେବନ କରାଇଲେ ଥଣ୍ଡା ସହ ଟନ୍‌ସିଲାଇଟିସ୍‌ ପାଇଁ ଉପକାରୀ। ପିଲାଙ୍କ ପତଳା ଝାଡ଼ାରେ ଜାଇଫଳ ଘୋରା ମହୁ ଦେଲେ ଆରୋଗ୍ୟ ହୁଏ। ସେହିପରି ବୟସ୍କ ବ୍ୟକ୍ତିଙ୍କ ମ୍ୟାଲେରିଆ ଜ୍ୱରରେ ଗଙ୍ଗଶିଉଳି ପତ୍ର ରସ ମହୁ ସେବନ କଲେ, ଡେଙ୍ଗୁ ରୋଗୀର ପ୍ଲାଟିଲେଟ୍‌ସ କମିଗଲେ ଅମୃତଭଣ୍ଡା ପତ୍ର ରସ ସେବନ କଲେ ଭଲ ହୁଏ। ଏତଦ୍‌ବ୍ୟତୀତ ଗୁଳଞ୍ଚ ସ୍ବରସ ମଧ୍ୟ ଏଥିରେ ଉତ୍ତମ କାର୍ଯ୍ୟକରେ। ଅଣ୍ଟା ବ୍ୟଥା, ବାତରୋଗ ତଥା ଦେହ ହାତ ସର୍ବାଙ୍ଗ ବ୍ୟଥାରେ ବେଗୁନିଆ, ଭୃସଙ୍ଗ, ଗନ୍ଧାଳି ପତ୍ର ରସ ମାତ୍ରାନୁଯାୟୀ ସେବନ କଲେ ଆରୋଗ୍ୟ ହୁଏ। ଚାଳିଶ ବୟସ ପରେ ଆସ୍ତେ ଆସ୍ତେ ଅସ୍ଥି କ୍ଷୟହେବାକୁ ଲାଗେ ଓ ସ୍ତ୍ରୀ ଲୋକଙ୍କ ହରମୋନ କ୍ଷରଣ ବନ୍ଦ ହେବା ପରେ ଅଷ୍ଟିଓପୋରସିସ୍‌ ହେବା ଦେଖାଯାଏ। ଏହାକୁ ମୌସୁମୀ, ସନ୍ତରାଇ ରସ ପ୍ରତିରୋଧ କରେ। ଏତଦ୍‌ ସଙ୍ଗେ ସଙ୍ଗେ ସଜନା ଶାଗ, ମୁଗଗଜା, କ୍ଷୀର, ପାଳଙ୍ଗ ଇତ୍ୟାଦି ଶାଗ ସେବନ କରିବା ସହ ସକାଳ ଓ ସନ୍ଧ୍ୟା ସୂର୍ଯ୍ୟ କିରଣରେ ଅଧଘଣ୍ଟା ବସିଲେ ବା ଭ୍ରମଣ କଲେ ଅସ୍ଥି ଭଗ୍ନ ହୁଏ ନାହିଁ।
ମଧୁମେହ ଏହା ମଧ୍ୟ ଏକ ନୀରବ ଘାତକ । ଏହା ଭଲ ନ ହୋଇ ଅନ୍ୟ ରୋଗକୁ ଆମନ୍ତ୍ରଣକରେ ଏଥିରେ ଖାଲି ଏଲୋପ୍ୟାଥକ୍‌ ଔଷଧ ବ୍ୟବହାର କଲେ ପାଓ୍ବାର ବଢ଼ିି ଚାଲି ଇନ୍‌ସ୍ୟୁଲିନ୍‌ ନେବାକୁ ପଡ଼େ, ମାତ୍ର ଯଦି ରୋଗୀ ଏଲୋପ୍ୟାଥିକ୍‌ ଔଷଧ ସହ ପ୍ରାକୃତିକ ଔଷଧ ସେବନ କରେ ତେବେ ଏହାର ପାଓ୍ବାର କମି କମି ଚାଲେ । ଏହିପରି ଚର୍ମରୋଗରେ ନିମ୍ବପତ୍ର କ୍ୱାଥରେ ଆକ୍ରାନ୍ତ ସ୍ଥାନ ଧୌତକରି ଗନ୍ଧକ ମଲମ ଲଗାଇବା ସହ ହରିଦ୍ରା ଚୂର୍ଣ୍ଣ ସେବନରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୁଏ, ଯୌନ ରୋଗରେ ତୋପଚିନି ଚୂର୍ଣ୍ଣ ଓ ସ୍ନାୟୁ ଦୌର୍ବଲ୍ୟରେ ଅଶ୍ୱଗନ୍ଧା ଚୂର୍ଣ୍ଣ ଅତିବ ଲାଭକାରୀ। ଏହିପରି ବିଭିନ୍ନ ଜଟିଳ ଅସାଧ୍ୟ ବ୍ୟାଧିରୁ ଚିର ଆରୋଗ୍ୟ ନିମନ୍ତେ ଆୟୁର୍ବେଦରେ ସଫଳ ଉପଚାର ପାଇଁ ସୁନାମ ରହିଅଛି । କେତେକ ପାରମ୍ପରିକ ଚିକିସତ୍କଙ୍କ ନିକଟରେ ମଧ୍ୟ ଏଲୋପ୍ୟାଥିକ୍‌ରୁ ଫେରି ଆସିଥିବା ରୋଗୀ ଅସ୍ଥିଭଗ୍ନ ହୋଇଥିବାବେଳେ ଚେରମୂଳି, ପଟ୍ଟି ଚିକିସତ୍ାରୁ ଆରୋଗ୍ୟ ହେବା ଦେଖାଯାଉ ଅଛି । ଏହି ଦୁର୍ଲଭ ଚିକିସତ୍ା, ଚିକିସତ୍କ ଗଣ ପ୍ରୋତ୍ସାହନ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ପୁରୁଷାନୁକ୍ରମେ ଲୋପହେବାକୁ ବସିଲାଣି। ତେଣୁ ଏମାନଙ୍କୁ ପ୍ରୋସତ୍ାହିତକରି ଏବଂ ଏମାନେ ଚିକିସତ୍ା କରୁଥିବା ପ୍ରଣାଳୀକୁ ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ନିରୀକ୍ଷା କରି ଲୋକଲୋଚନକୁ ଆଣିବା ଉଚିତ । ନଚେତ୍‌ ଭବିଷ୍ୟତରେ ଖାଦ୍ୟ ସହ ଏଲୋପ୍ୟାଥିକ ଔଷଧ ପୁଟୁଳି ବେକରେ ଝୁଲାଇ ଆବାଳ ବୃଦ୍ଧ ବନିତା ସମସ୍ତେ ବୁଲିବେ। ରୋଗ ଓ ରୋଗୀ ସଂଖ୍ୟା ନ କମି କ୍ରମଶଃ ବୃଦ୍ଧି ପାଇବ। ଏଥି ନିମନ୍ତେ ସରକାର ଦୃଷ୍ଟିଦେବା ଆବଶ୍ୟକ ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri